Odisha news

ମାନସିକ ଚାପ ଓ ଚିନ୍ତା ଠାରୁ ଦୂରେଇ ରହିବାପାଇଁ ଖାଆନ୍ତୁ ଏହି ୫ଟି ଫୁଡ

0
ମଣିଷର ଖାଦ୍ୟ ସହିତ ମାନସିକ ଚାପ ର ଖୁବ ନିବିଡ଼ ସମ୍ପର୍କ ରହିଛି l ତେଣୁ ଗବେଷକ ଙ୍କ ମତରେ ମଣିଷ ର ସ୍ୱାସ୍ଥ୍ୟକର ଖାଦ୍ୟ ଦ୍ୱାରା ଏହି ମାନସିକ ଚାପକୁ କମାଇ ପାରିବା l ତେଣୁ ଚିନ୍ତା କମ କରିବା ପାଇଁ ନିୟମିତ ଭାବରେ ବିଭିନ୍ନ ଖାଦ୍ୟ ପଦାର୍ଥ ଶାମିଲ କରିବl l ଆଜି ଆସନ୍ତୁ ଜାଣିବା ସେହି ଖାଦ୍ୟ ପଦାର୍ଥ ଗୁଡିକ କଣ l
– ଓଟ୍ସ – ଓଟ୍ସ ପୋଷାକ ତତ୍ତ୍ୱରେ ଭରପୁର ହୋଇଥିବା କାରଣରୁ ଚିନ୍ତା କମାଇବାରେ ସାହାଯ୍ୟ କରିଥାଏ l ଏହା କାର୍ବୋହାଇଡ୍ରେଟ ର ଗୋଟିଏ ବଡ ସ୍ରୋତ ଅଟେ l ଯାହାକି ରକ୍ତ ସରକାର ସ୍ତରକୁ ଶରୀରରୁ ନିୟନ୍ତ୍ରଣ କରିଥାଏ l ଏହାଛଡା ଦିନସାରା ଶରୀର କୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ l ଓଟ୍ସ ରେ ଥିବା ଫାଇବର ଅନ୍ତ ର ସ୍ୱାସ୍ଥ୍ୟକୁ ଠିକ ରଖିଥାଏ l ଯାହାକି ମାନସିକ ସ୍ୱାସ୍ଥ୍ୟ ଓ ଚିନ୍ତା ସହିତ ଜଡିତ ଅଟେ l
– ଅଖରୋଟ – ଅଖରୋଟ ରେ ମଧ୍ୟ ଅମେଗା 3 ଫ୍ୟାଟି ଏସିଡ ରହିଛି l ଏହା ମସ୍ତିଷ୍କ କୁ ସୁସ୍ଥ ରଖିବା ସହିତ ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା କୁ ବଢ଼ାଇଥାଏ l ଅଖରୋଟ ରେ ମଗ୍ନେଶୀୟମ ପ୍ରଚୁର ମାତ୍ରାରେ ରହିଛି, ଯାହାକି ଚିନ୍ତାର ଲକ୍ଷଣକୁ ଠିକ ରଖି ମୁଡ଼ ଠିକ କରିବାରେ ସାହାଯ୍ୟ କରିଥାଏ l
– କମଳା – କମଳା ବା ନାରଙ୍ଗୀ ଗୋଟିଏ ଉଚ୍ଚ ଭିଟାମିନ ସି ଯୁକ୍ତ ଖାଦ୍ୟ ଅଟେ l ଯାହାକି ଚିନ୍ତା କମାଇବାରେ ସାହାଯ୍ୟ କରିଥାଏ l କାହିଁକି ନା ଭିଟାମିନ ସି ଗୋଟିଏ ଆଣ୍ଟିଅକ୍ସିଡାଣ୍ଟ ଅଟେ , ତେଣୁ ମାନସିକ ଚାପ ହ୍ରାସ ହୋଇଥାଏ l ତେଣୁ ନିୟମିତ ଗୋଟିଏ କମଳା ସକାଳ ଜଳଖିଆରେ ନିହାତି ସାମିଲ କରିବା ଜରୁରୀ l
– କନ୍ଦମୂଳ – କନ୍ଦମୂଳ ରେ ଭିଟାମିନ ବି 6 ର ମାତ୍ରା ସବୁଠୁ ଅଧିକ ରହିଥାଏ l ଏହା ମହତ୍ଵପୁର୍ଣ ପୋଷାକ ତତ୍ୱ ସେରୋଟୋନିନ ଓ ଡପାମାଇନ ଉତ୍ପାଦନ ରେ ସାମିଲ ରହିଥାଏ l ଯାହାକି ମାନସିକ ଉତେଜନା କୁ ନିୟନ୍ତ୍ରଣ କରିଥାଏ l କନ୍ଦମୂଳ କୁ ନିୟମିତ ନିଜ ଖାଦ୍ୟ ରେ ସାମିଲ କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଠିକ ରହିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି l
– ଅଳମଣ୍ଡ – ଏହା ଉଚ୍ଚ ମଗ୍ନେଶୀୟମ ଯୁକ୍ତ ଖାଦ୍ୟ ଭାବରେ ପରିଚିତ l ମଗ୍ନେଶୀୟମ ଗୋଟିଏ ଆବଶ୍ୟକୀୟ ଖଣିଜ ଅଟେ ଯାହା ମୁଡ଼ କୁ ନିୟନ୍ତ୍ରିତ କରିଥାଏ ଓ ଚିନ୍ତାକୁ କମ କରିବାରେ ସାହାଯ୍ୟ କରିଥାଏ l ତେଣୁ ନିୟମିତ କିଛି ମାତ୍ରାରେ ଅଳମଣ୍ଡ ନିଜ ଖାଦ୍ୟ ରେ ସାମିଲ କରନ୍ତୁ l

Leave A Reply