ବୋରିଗୁମ୍ମା (K.sakil dora)– ମହାମାରୀ କରୋନା ଭାଇରସ ପାଇଁ ଶ୍ରମିକ,ଖଟିଖିଆ, ମଜୁରିଆ, ମଧ୍ୟବିତ୍ତ ପରିବାର ର ଲୋକମାନେ ବହୁଳ ଭାବରେ ପ୍ରଭାବିତ ହୋଇଛନ୍ତି।ସମସ୍ତ ବର୍ଗର ଲୋକେ କରୋନା ଭାଇରସ ଯୋଗୁଁ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। କହିବାକୁ ଗଲେ ଦୀର୍ଘ ଦୁଇ ମାସ ହେବ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ପାଠ ପଢିବାରୁ ବଞ୍ଚିତ ହୋଇଛନ୍ତି। ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ଲାଗି ସରକାର ଗତ ମାର୍ଚ୍ଚ , ୧୫ ତାରିଖରୁ ବିଦ୍ୟାଳୟ ଗୁଡିକ ବନ୍ଦ କରିଦେଲେ। ପ୍ରଥମ ରୁ ନବମ ଶ୍ରେଣୀ ପିଲାମାନଙ୍କର ବାର୍ଷିକ ପରୀକ୍ଷା ମଧ୍ୟ ହୋଇପାରିଲା ନାହିଁ।
ଯଦିଓ ମାଟ୍ରିକ ପରୀକ୍ଷା ଫେବୃଆରୀ, ୧୯ ତାରିଖ ରୁ ଆରମ୍ଭ ହୋଇ ମାର୍ଚ୍ଚ, ୨ ରେ ଶେଷ ହୋଇଥିଲା। ବର୍ତ୍ତମାନ ସରକାର ଅନଲାଇନ ମାଧ୍ୟମରେ ଦ୍ଵିତୀୟ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ପାଠ ପଡ଼େଇବା ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏନେଇ ର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କୁ ପତ୍ର ଲେଖି ଛାତ୍ର ଛାତ୍ରୀ ମାନଙ୍କୁ ଅନ ଲାଇନରେ ପାଠ ପଡେ଼ଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କୋରାପୁଟ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ଅନ ଲାଇନ ରେ ପାଠପଡା ହେଲେ, ଏହାର କେତେ ପ୍ରତିଶତ ସୁଫଳ ଛାତ୍ର ଛାତ୍ରୀ ମାନଙ୍କୁ ମିଳିପାରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କୋରାପୁଟ ଜିଲ୍ଲା ରେ ଅନୁସୂଚିତ ଜାତି ଓ ଜନଜାତି ର ଛାତ୍ର ଛାତ୍ରୀ ୭୦ ରୁ ଉର୍ଦ୍ଧ୍ବ ଅଛନ୍ତି। ଅଧିକାଂଶ ଅନୁସୂଚିତ ଜାତି ଓ ଜନଜାତି ପରିବାର ରେ ସ୍ମାର୍ଟ ଫୋନ ନାହିଁ। ଯଦି କୌଣସି ଅଭିଭାବକ ଙ୍କ ନିକଟରେ ସ୍ମାର୍ଟ ଫୋନ ଥିଲେ ହେଁ ସେହି ଅଞ୍ଚଳରେ ମୋବାଇଲ ଇଣ୍ଟରନେଟ ନେଟୱାର୍କ ନ ଥାଏ। ଏପରି ପରିସ୍ଥିତି ରେ ଅନ ଲାଇନ ପାଠପଡା କିପରି ହେବ ?ଆଦିବାସୀ ବହୁଳ ଜିଲ୍ଲାରେ ପ୍ରତେକ ଛାତ୍ର ଛାତ୍ରୀ ଙ୍କ ନିକଟରେ କିପରି ଅନ ଲାଇନ ଶିକ୍ଷା ଦାନ ପହଞ୍ଚିବ ସେନେଇ ଖସଡ଼ା ପ୍ରସ୍ତୁତି କରିବାକୁ ଶିକ୍ଷାବିତ ମାନେ ମତ ଦେଇଛନ୍ତି।କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳ ରେ ଅନ ଲାଇନ ଶିକ୍ଷା ଦାନ ବ୍ୟବସ୍ଥା ହେଉ ବୋଲି କହିଛନ୍ତି ବହୁ ବୁଦ୍ଧିଜୀବୀ। ବୋରିଗୁମ୍ମା ବ୍ଲକ ରେ ପ୍ରଥମ ଦ୍ଵିତୀୟ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ର ମୋଟ ପିଲା ୧୫ ହଜାର ୯୭୬ ଜଣ ଥିବା ବେଳେ ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ରେ ମୋଟ ୮ ହଜାର ୩୭୬ ଜଣ ଛାତ୍ରଛାତ୍ରୀ ଅଛନ୍ତି। ବ୍ଲକ ରେ ମୋଟ ୧୭ ଗୋଟି କ୍ଲଷ୍ଟର ରହିଛି।
କ୍ଲଷ୍ଟର ରେ କାର୍ଯ୍ୟରତ ସି ଆର ସି ସି ସହ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଗ୍ରୁପ କରାଯିବ। ପରେ ଅନ ଲାଇନ ରେ ଦ୍ଵିତୀୟ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ପାଠପଡା ହେବ। ସରକାର ଙ୍କ ନିର୍ଦ୍ଦେଶ ପରେ ଅନ ଲାଇନ ପାଠପଡା କେତେ ଦୂର ସଫଳ ହେବ ତାହା ଦେଖିବାକୁ ବାକି ରହିଲା।