ଭୁବନେଶ୍ୱର : ଘରେ ରହି ଅନ୍ଲାଇନ୍ରେ ପରୀକ୍ଷାଦେବେ ଛାତ୍ରଛାତ୍ରୀ । ପରୀକ୍ଷା ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ଗୁଗୁଲ୍ ଫର୍ମସ, ହ୍ୱାଟସ୍ସ ଆପ୍, ଇମେଲ୍ ମାଧ୍ୟମରେ ଛାତ୍ରଛାତ୍ରାମାନଙ୍କ ନିକଟକୁ ପ୍ରଶ୍ନପତ୍ର ପଠାଯିବ । ଏପରିକି ଯଦି ଆବଶ୍ୟକ ହୁଏ ତେବେ ଛାତ୍ରଛାତ୍ରୀମାନଙ୍କୁ ଫୋନ୍ରେ ପ୍ରଶ୍ନ ଡ଼କାଯିବ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏପରି ନିଷ୍ପତି ନେଇଛନ୍ତି କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱିଦ୍ୟାଳୟର କର୍ତ୍ତୃପକ୍ଷ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶେଷ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି ।
ଜୁଲାଇ ୬ରୁ ଜୁଲାଇ ୨୭ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ନଆସି ଘରେ ରହି ଏହି ପରୀକ୍ଷା ଦେବେ । ପରୀକ୍ଷାର ଅବଧୀ ୩ଘଣ୍ଟା ରହିବ । ଉତ୍ତର ଲେଖି ସାରିବା ପରେ ସେମାନେ ପ୍ରତ୍ୟେକ ପୃଷ୍ଠାର ଫଟୋ କିମ୍ବା ତାହାକୁ ସ୍କାନ୍ କରି ଏକ ଘଣ୍ଟା ମଧ୍ୟରେ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟକୁ ପଠାଇବେ ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଥିବାେବେଳ ଛାତ୍ରଛାତ୍ରୀମାନେ ଘରେ ସୁରକ୍ଷିତ ରହି କିପରି ପରୀକ୍ଷା ଦେଇପାରିବେ ସେଥିଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି ।