ୟୁରିକ ଏସିଡ ଗୋଟିଏ ପ୍ରକାରର କେମିକାଲ ଅଟେ , ଯାହା ଶରୀରରେ ପ୍ୟୁରିନ ନାମକ ପ୍ରୋଟିନ ର ବ୍ରେକ ଡାଉନ ରୁ ହୋଇଥାଏ l ସାଧାରଣତଃ ୟୁରିକ ଏସିଡ ର ମଲିକ୍ୟୁଲ କିଡ୍ନୀ ଦ୍ୱାରା ଫିଲ୍ଟର ହେବା ପରେ ଶରୀରରୁ ବାହାରି ଯାଇଥାଏ l ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଅଧିକ ପ୍ୟୁରିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ୟୁରିକ ଏସିଡ ସମସ୍ୟା ଦେଖା ଦେଇଥାଏ l ୟୁରିକ ଏସିଡ ବଢିବା ଦ୍ୱାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା , ପାଦ ଫୁଲିବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ l
* ୟୁରିକ ଏସିଡ ରେ ପିଆଜ : ପିଆଜ ର ବ୍ୟବହାର ପ୍ରାୟ ଖାଇବାରେ ହୋଇଥାଏ l ପିଆଜ ଭିଟାମିନ ଏ ,ସି ,ଇ ,ସୋଡିୟମ , ପୋଟାସିୟମ , ଫସଫରସ , ମଗ୍ନେଶୀୟମ ଓ ଫୋଲଟ ସହିତ ଅନେକ ପୋଷାକ ତତ୍ୱ ରହିଛି l ଏହା ବ୍ୟତୀତ ପିଆଜ ରେ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ଇମ୍ଫାଲମେଟରୀ ଗୁଣ ରହିଛି l ବିଶେଷଜ୍ଞ ମାନଙ୍କ ମତରେ ପିଆଜ ରସ ସେବନ କରିବା ଦ୍ୱାରା ୟୁରିକ ଏସିଡ ନିୟନ୍ତ୍ରିତ ହୋଇଥାଏ l
* ଏହିଭଳି ସେବନ କରନ୍ତୁ ପିଆଜ ରସ : ସକାଳୁ ଖାଲି ପେଟରେ ପିଆଜ ରସ ସେବନ କରିବା ଦ୍ୱାରା ୟୁରିକ ଏସିଡ ନିୟନ୍ତ୍ରିତ ହୋଇ ପାରିବ l କିନ୍ତୁ ଏହାକୁ ନିୟମିତ ସେବନ କରିବା ଉଚିତ l
* ୟୁରିକ ଏସିଡ ରୋଗୀଙ୍କ ପାଇଁ ଜାମୁକୋଳି ସେବନ କରିବା ଖୁବ ହିତକର ଅଟେ l ସ୍ଵାସ୍ତ୍ୟ ବିଶେଷଜ୍ଞ ମାନେ ମଧ୍ୟ ଜାମୁକୋଳି ଖାଇବା ପାଇଁ କହିଛନ୍ତି l ଜାମୁକୋଳି କୁ ଆପଣ ପ୍ରାୟ କିଛି ମାତ୍ରାରେ ନିୟମିତ ସେବନ କରନ୍ତୁ ଏହାଦ୍ୱାରା ୟୁରିକ ଏସିଡ ନିୟନ୍ତ୍ରିତ ରହିବ l
Comments are closed.