କେନ୍ଦ୍ରାପଡା : କେନ୍ଦ୍ରାପଡା ର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପ୍ରୟାସ ତରଫରୁ ନିକିରାଇ ଥାନାର ର ଅଧିକାରୀ ଓ କର୍ମଚାରୀ ମାନଙ୍କୁ କରୋନା ଯୋନ୍ଧା ଭାବେ ସମ୍ବର୍ନ୍ଧିତ କରାଯାଇଛି । ମହାମାରୀ କରୋନା ଭୂତାଣୁ ସଂକ୍ରମଣ କଟକଣା ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ବର୍ନ୍ଧନା ଦିଆ ଯାଇଥିଲା ।
ଲକଡାଉନ ସମୟରେ ବିଭିନ୍ନ ଅସହାୟ ବ୍ୟକ୍ତିଙ୍କୁ ସହାୟତାଲ୍ୱୁଲା ପଶୁ ମାନଙ୍କୁ ଖାଦ୍ୟ ବଣ୍ଟନ ଓ ସଚେତନତା କରିଥିବା ବେଳେ ପ୍ରୟାସ ସଂଗଠନ ର କର୍ମକତାା ମାନେ ରବିବାର ଥାନା ପରିସର ରେ ପହଁଚି ସମସ୍ତଙ୍କୁ ଉସôାହିତ କରିବା ସହ ସମ୍ବର୍ନ୍ଧନା ଦେଇଥିଲେ ।
ନିକିରାଇ ଥାନା ଅଧିକାରୀ କାବୁଲି ବାରିକ, ଏସଆଇ ଶ୍ରୀଧର ମହାଳି, ଏଏସଆଇ ପ୍ରକାଶ କୁମାର ନାୟକ, ନିକୁଞ୍ଜ କିଶୋର ପ୍ରଧାନଙ୍କ ସହିତ ଅନ୍ୟ କର୍ମଚାରୀ ମାନଙ୍କୁ ସମ୍ବର୍ନ୍ଧିତ କରିଥିଲେ । ଏହି ସମ୍ବର୍ନ୍ଧନା ଉସôବରେ ଅନୁଷ୍ଠାନର ସଭାପତି ଚନ୍ଦନ କୁମାର ସାହୁ ମିର୍ଜା ଅନୟ୍ବାର ବେଗ, ପ୍ରକାଶ କୁମାର ଜେନା , ବସନ୍ତ ସାହୁ, ଅକିଲ ଏହେମଦ, ମୃତୁ୍ୟଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।