କୋଣାର୍କ,୩।୧୧: ଅଲିଭ ରିଡଲେ କଇଁଛ ସୁରକ୍ଷା ନାମକୁ ମାତ୍ର। ଚନ୍ଦ୍ରଭାଗାରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାଭୂମିରେ ୪ରୁ ଅଧିକ କଇଁଛ ମରି ପଡିଥିବା ଦେଖିବାକୁ ମିଳିଛି। ବର୍ତମାନ ଅଲିଭରିଡ଼ଲଙ୍କ ଅଣ୍ଡା ଦେବା ସମୟ। ଏହି ସମୟରେ ମାଳମାଳ ଅଲିଭ ରିଡ଼ଲେ କୂଳକୁ ଆସି ସୁରକ୍ଷିତ ଭାବେ ଅଣ୍ଡା ଦେଇଥାନ୍ତି। ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ କଟକଣା ଜାରି ହୋଇଥିବାବେଳେ ଚନ୍ଦ୍ରଭାଗା ଉପକୂଳ ନିଷିଦ୍ଧାଞ୍ଚଳରେ ବେଆଇନ ଟ୍ରଲର ଚଳାଚଳ ଅଲିଭରିଡଲେଙ୍କ ମୃତ୍ୟୁର କାରଣ ସାଜିଛି। ବନବିଭାଗ,ମେରାଇନ ପୁଲିସ ଓ ମତ୍ସ୍ୟ ବିଭାଗର ମିଳିତ ଚଢାଉ ନହେବାରୁ ନିଷିଦ୍ଧାଞ୍ଚଳରେ ବେଆଇନ ଟ୍ରଲର ଚଳାଚଳ କରୁଥିବା ଅଭିଯୋଗ ହେଉଛି। ଆନ୍ତରିକତା ଓ ସମନ୍ବୟ ଅଭାବରୁ ଏବେ ବିପଦ ମୁହଁରେ ବିରଳ ଅଲିଭ ରିଡ଼ଲେ। ଏ ସମ୍ପର୍କରେ ମେରାଇନ ମତ୍ସ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ମୋବାଇଲ ଉଠାଇନଥିଲେ।