Odisha news

ବରିଷ୍ଠ ନାଗରିକଙ୍କ ପାଇଁ ଭୌତିକ ଚିକିତ୍ସ୍ୟା କେନ୍ଦ୍ରର ଶୁଭାରମ୍ଭ

0

ବାରିପଦା, (ସବୁ୍ୟ) : ଗୁରୁବାର ଆନ୍ତଃର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ ବରିଷ୍ଠ ନାଗରିକମାନଙ୍କର ଶାରୀରିକ ସୁସ୍ଥତା ରକ୍ଷାକରିବା ପାଇଁ ମୟୂରଭଞ୍ଜ ଆରଡିଏସି ପକ୍ଷରୁ ସୁନାମୁହିଁ ଠାରେ ଭୌତିକ ଚିକିତ୍ସ୍ୟା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ ଯୋଗଦାନ କରି ଶୁଭଉଦ୍ଘାଟନ କରିଥିଲେ । ଏହି କେନ୍ଦ୍ରରେ ବିଭିନ୍ନ ଆଧୁନିକ ଭୌତିକ ଯନ୍ତ୍ରପାତି ମାଧ୍ୟମରେ ଅଭିଜ୍ଞ ଚିକିସôକଙ୍କ ଦ୍ୱାରା  କରିବା ଦିଗରେ ଦୈନିକ ବିଭିନ୍ନ ବ୍ୟାୟାମ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଆଜିର ପ୍ରଥମଦିନରେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ପିଲାମାନେ ଯୋଗଦାନ କରି ଭୌତିକ ଯାନ୍ତ୍ରିକ ପଦ୍ଧତିଦ୍ୱାରା ଚିକିତ୍ସ୍ୟା ତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଆରଡିଏସି ସମ୍ପାଦକ ବିଜୟ କୁମାର ବେହେରା ଉପସ୍ଥିତ ରହି ଭୌତିକ ଚିକିସôା ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କୌଣସି ବୟୋଜ୍ୟଷ୍ଠ ବ୍ୟକ୍ତି ୬୦ବର୍ଷରୁ ଉଦ୍ଧ୍ୱର୍ ହୋଇଥିବାବେଳେ ଆଧାରକାର୍ଡ ଥିବା ଜରୁରୀ ଏବଂ ଏହି ଚିକିସôା ମାଗଣାରେ ଉପଲବ୍ଧ ଥିବା ଜଣାଯାଇଛି ।

Nalco
Leave A Reply