Odisha news

ବଡୁଛି ପୁରୁଣା ବାଇକ ଶୋରୁମର ଚାହିଦା

0

ଧର୍ମଶାଳା : ବର୍ତମାନର ସମୟରେ ଯୁବକ ମାନଙ୍କ ମଧ୍ୟରେ ବାଇକ ଚଡିବାର ସଉକ ଅଧିକ ପରିଲିକ୍ଷିତ ହେଉଛି । ହେଲେ ନୁଆ ବାଇକ କିଣିବାକୁ ହେଲେ ଅତିକମରେ ୫୦ହଜାରରୁ ଉର୍ଦ୍ଧ ଟଙ୍କା ଆବଶ୍ୟକ ପଡିଥାଏ ।  ହେଲେ ଏତେ ଗୁଡିଏ ଟଙ୍କା ଯୋଗାଡ କରିବା ଏବଂ କିସ୍ତିରେ ଗାଡି ନେଲେ ମାସିକ କିସ୍ତି ପଇଠ ଚିନ୍ତା ରହୁଥିବାରୁ ଯୁବକମାନେ ଏବେ କମ ମୁଲ୍ୟରେ ପୁରୁଣା ଗାଡି କିଣିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ପୁରୁଣା ବାଇକର ଚାହିଦା ବଡୁଥିବାରୁ ଅନେକ ବ୍ୟବସାୟୀ ଏବେ ପୁରୁଣା ବାଇକ ସୋରୁମ ଖୋଲୁଛନ୍ତି । ଯୋଉଁ ଠାରେ ବିଭିନ୍ନ କମ୍ପାନୀର କିସମ କିସମ ବାଇକ ଆଭେଲେବୁଲ ହେଉଛି ।

କମ ମୁଲ୍ୟରେ ନିଜର ମନପସନ୍ଦ ବାଇକ ପୁରୁଣା ଶୋରୁମରେ ମିଳୁଥିବାରୁ ଏଠାରେ ଲୋକମାନଙ୍କ ଭିଡ ଲାଗି ରହୁଛି । ଲୋକଙ୍କ ଚାହିଦାକୁ ଦେଖି ଧର୍ମଶାଳା ବ୍ଲକ ଜାରକା ଛକରେ ୭ରୁ ଉର୍ଦ୍ଧ ପୁରୁଣା ବାଇକ ଶୋରୁମ ଖୋଲା ଯାଇଛି । ଏବେ କରୋନା ସମୟ ଚାଲିଥିବା ବେଳେ ଲୋକେ ଆର୍ଥିକ ଅନାଟନରେ ଗତି କରୁଛନ୍ତି । ତଥାପି ପୁରୁଣା ବାଇକର ବିକ୍ରି କିନ୍ତୁ କମି ନାହିଁ । ରାଜ୍ୟ ବାହାରୁ ଫେରି ଆସିଥିବା ପ୍ରବାସୀମାନେ ଏବେ ଘରେ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ପୁରୁଣା ବାଇକ କିଣିବାର ଆଗ୍ରହ ଦେଖା ଦେଇଛି । ଫଳରେ କରୋନା ସମୟରେ ମଧ୍ୟ ପୁରୁଣା ବାଇକ ବିକ୍ରି ପୁର୍ବ ବତ ଚାଲୁରହିଛି । ଜାରକସ୍ଥିତ ଏହିସବୁ ପୁରୁଣା ଶୋରୁମରେ ପ୍ରତ୍ୟେକ ଦିନ ୧୦ ରୁ ୨୦ଟି ବାଇକ ବିକ୍ରି ହେଉଥିବା ଜଣାପଡିଛି । କରୋନାରେ ଘରକୁ ଫେରି ଆସିଥିବା ପ୍ରବାସୀମାନେ କମ ମୁଲ୍ୟରେ ନିଜର ମନପସନ୍ଦ ବାଇକ କିଣିବାକୁ ଆଗ୍ରହ ପ୍ରକାଶ କରୁଥିବାରୁ ପୁରୁଣା ବାଇକର ଚାହିଦା କମିବା ଅପେକ୍ଷା ବଡିବାରେ ଲାଗିଛି ବୋଲି ଜାରକାସ୍ଥିତ ପୁରୁଣା ବାଇକ ଶୋରୁମର ମାଲିକ କହିଛନ୍ତି ।

Leave A Reply