Odisha news

ତୈଳ ଯୁକ୍ତ ଭୋଜନ କରିବା ପରେ କରନ୍ତୁ ଏହିସବୁ କାର୍ଯ୍ୟ, କଦାପି ହେବେନାହିଁ ଏସିଡ଼ିଟି ଓ ବଦହଜମି ର ଶିକାର

0

ଆମ ଭାରତୀୟ ପରିବାରରେ କୌଣସି ନା କୌଣସି ପର୍ବପର୍ବାଣି ପ୍ରାୟ ଲାଗି ରହିଥାଏ l ଏହି ସମୟରେ ଘରେ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଥାଏ l ଯେପରିକି ଅଧିକ ମାତ୍ରାରେ ପୁରୀ ଓ ପରଟା କିମ୍ବା ଅନ୍ୟାନ୍ୟ ଛଣା ଛାଣି ଖାଦ୍ୟ ପ୍ରସ୍ତୁତ ହୋଇଥାଏ l ଏହାଦ୍ୱାରା ଗ୍ୟାସ , ଏସିଡ଼ିଟି ଇତ୍ୟାଦି ହୋଇ ଆମ୍ବିଳା ହାକୁଡ଼ି ହୋଇଥାଏ l  ଏହି ଆମ୍ବିଳ ହାକୁଡ଼ି ଆମକୁ ଅତିଷ୍ଠ କରିଥଏ l କେବଳ ଏତିକି ନୁହେଁ ତୈଳ ଯୁକ୍ତ ଭୋଜନ ଦ୍ୱାରା ମୋଟାପା, ହାର୍ଟ ଅଟାକ ଓ ହାଇ ବ୍ଲଡ଼ ପ୍ରେସର ସମସ୍ୟା ଦେଖା ଦେଇଥାଏ l  ତେଣୁ ଯଦି ଆପଣ ତୈଳଯୁକ୍ତ ଭୋଜନ ସେବନ କରୁଛନ୍ତି ତେବେ କିଛିଟା ଛୋଟ ଛୋଟ କଥାକୁ ନିହାତି ଧ୍ୟାନ ରେ ରଖିବା ଜରୁରୀ l

– ସାମାନ୍ୟ ନଖ ଉଷୁମ ପାଣି ସେବନ କରନ୍ତୁ –
ଅଧିକ ତୈଳଯୁକ୍ତ ଭୋଜନ କରିବା ଦ୍ୱାର ଉଷୁମ ପାଣି ସେବନ କରନ୍ତୁ l  ଏହାଦ୍ୱାରା ବଦହଜମି, ଆମ୍ବିଳା ହେକୁଡ଼ି ଓ ପେଟ ଫୁଲିବା ଭଳି ସମସ୍ୟା ଦୁରେଇ ଯାଇଥାଏ l  ଉଷୁମ ପାଣି ଦ୍ୱାରା ଡ଼ାଈଜେଷ୍ଟିଭ ସିଷ୍ଟମ ଆକ୍ଟିଭ ହୋଇ ଯାଇଥାଏ ଯାହାଦ୍ୱାରା ଆମକୁ ଆରାମ ମିଳିଥାଏ l  ପାଣି ଖାଦ୍ୟକୁ ହଜମ କରିଥାଏ, ଠିକ ଭାବରେ ପାଣି ନପିଇୟିବ ଦ୍ୱାରା ପାଚନ ସମସ୍ୟା ସୃଷ୍ଟି ହୋଇଥାଏ l

– କିଛି ସମୟ ଚାଲିବ ଜରୁରୀ–
ଅଧିକ ତୈଳଯୁକ୍ତ ଭୋଜନ କରିବା ପରେ ତୁରନ୍ତ ଗୋଟିଏ ସ୍ଥାନରେ ବସି ନଯାଇ କିମ୍ବା ସୋଇ ନପଡ଼ି କିଛି ସମୟ ଚାଲିବ ଆବଶ୍ୟକ l କିଛି ସମୟ ଚାଲିବ ଦ୍ୱାରା ପାଚନ ସମସ୍ୟା ଠିକ ହେବ ସହିତ ଓଜନ ହ୍ରାସ ମଧ୍ୟ ହୋଇଥାଏ l

– ପ୍ରବାୟୋଟିକସ ସେବନ –
ଯଦି ଆପଣ ନିଜର ଦୈନନ୍ଦିନ ଜୀବନ ରେ ପାଚନ ସମସ୍ୟାକୁ ଠିକ ରଖିବାକୁ ଚାହୁଁଛନ୍ତି ତେବେ ପ୍ରବାୟୋଟିକ ଯୁକ୍ତ ଖାଦ୍ୟ ଭରପୁର ମାତ୍ରାରେ ଖାଆନ୍ତୁ l  ଏହାଦ୍ୱାରା ପାଚନ ସମସ୍ୟା ଠିକ ରହିଥାଏ l ଯେତେବେଳେ ଆପଣ ତୈଳ ଯୁକ୍ତ ଭୋଜନ ଦ୍ୱାରା ପାଚନ ସମସ୍ୟାର ଶିକାର ହେଉଛନ୍ତି ତେବେ ଗୋଟିଏ ଗିନା ଫ୍ରେସ ଦହି ସେବନ କରି ନିଅନ୍ତୁ l  ଏହାଦ୍ୱାରା ଆପଣଙ୍କୁ ଆରାମ ମିଳିବ l

Nalco
Leave A Reply