Odisha news

ଶରୀରର ଏହି ୪ଟି ଅଙ୍ଗରେ ନିୟମିତ କରନ୍ତୁ ତୈଳ ମାଲିସ, ନିକଟକୁ ଆସିବ ନାହିଁ କୌଣସି ରୋଗ

0

ଆମେ ସମସ୍ତେ ମୁଣ୍ଡରେ ତେଲ ଲଗାଇ ତାହାକୁ ମାଲିସ କରିଥାଉ, ଯାହାକି ମୁଣ୍ଡ ଓ ମନକୁ ଶାନ୍ତ ରଖିଥାଏ l ମୁଣ୍ଡରେ ତେଲ ମାଲିସ କରିବାର ମିଳିଥାଏ ଆମକୁ ଅନେକ ଲାଭ l ତେଲ ମାଲିସ କରିବା ଦ୍ୱାରା ତ୍ୱଚା ରେ ଚମକ ଆସିଥାଏ, ଏବଂ ଶରୀରର ବିଭିନ୍ନ ପ୍ରକାର ଲାଭ ମଧ୍ୟ ମିଳିଥାଏ l କିନ୍ତୁ ଆଜିର ଆଧୁନିକ ଜୀବନ ଶୈଳୀ ରେ ଆମେ ତେଲ ମାଲିସ କୁ ଆମ ଜୀବନ ରୁ ଧୀରେ ଧୀରେ ଦୂରେଇ ଦେଉଛୁ କହିଲେ ଚଳିବ l

* ଆଜି ଆସନ୍ତୁ ଜାଣିବା ଶରୀରର କେଉଁ ଅଙ୍ଗରେ ତେଲ ମାଲିସ କରିବା ଦ୍ୱାରା ମିଳିଥାଏ କେଉଁ ଲାଭ –
* ହାତରେ ତେଲ ଲଗାଇବା ର ଲାଭ –
ହାତ ଆମ ଶରୀରର ଗୋଟିଏ ଏଭଳି ଅଙ୍ଗ ଯାହାକି ସର୍ବାଧିକ କେମିକାଲ ଓ ପାଣି ର ସଂସ୍ପର୍ଶ ରେ ଆସିଥାଏ l ତେଣୁ ଏହା ହାତ ସମେତ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ l ଯାହାଦ୍ୱାରା ଆମର ଅନ୍ୟ ଅଙ୍ଗ ଗୁଡିକ ଡ୍ରାଏ ହୋଇଯାଇ ଥାଏ l ହାତରେ ତେଲ ମାଲିସ କରିବା ସମୟ ରେ ପାପୁଲି  ଓ ହାତ ଅଙ୍ଗୁଳି କୁ ବିଶେଷ ମାଲିସ କରିବା ଜରୁରୀ , କାହିଁକି ନା ହାତ ପାପୁଲି ରେ ଥିବା ଆକୁ ପ୍ରେସର ପଏଣ୍ଟ  ଆମକୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ଦୁରେଇ ରଖେ l

* ମୁଣ୍ଡରେ ତେଲ ମାଲିସ ର ଲାଭ –
ମୁଣ୍ଡରେ ତେଲ ମାଲିସ କରିବା ଦ୍ୱାରା ମାନସିକ ଚାପ ହ୍ରାସ ହୋଇଥାଏ, ଏବଂ ମସ୍ତିଷ୍କ ଶାନ୍ତ ରହିଥାଏ, ମୁଣ୍ଡରେ ତେଲ ମାଲିସ କରିବା ଦ୍ୱାରା ରକ୍ତଚାପ ସମସ୍ୟା ମଧ୍ୟ ଠିକ ରହିଥାଏ l ଭଲ ନିଦ ଆସିଥାଏ ଯେଉଁ କାରଣରୁ ମନ ପ୍ରଫୁଲ୍ଲ ରହିଥାଏ l

* ଆଣ୍ଠୁ ରେ ତେଲ ମାଲିସ ର ଲାଭ –
ଶୋଇବା ପୂର୍ବରୁ ନିୟମିତ ଆଣ୍ଠୁ ତେଲ ମାଲିସ କରନ୍ତୁ, ଏହା ଆମକୁ ଜଏଣ୍ଟ ପେନ ରୁ ଆରାମ ଦେବା ସହିତ ମସଲସ ଫ୍ଲେକ୍ସିବୂଲ ମଧ୍ୟ କରିଥାଏ l ଏବଂ ମସଲସ କ୍ରାମ୍ପ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ l  ଗୋଡ଼ ର କାର୍ଯ୍ୟ ଦକ୍ଷତା ମଧ୍ୟ ବୃଦ୍ଧି ପାଇଥାଏ l

* ନଖରେ ତେଲ ମାଲିସ ର ଲାଭ –
ନଖରେ ନିୟମିତ ତେଲ ମାଲିସ କରିବା ଦ୍ୱାରା ସର୍ଦି , କାଶ ଥଣ୍ଡା ର ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ତେଣୁ ନିୟମିତ ନଖରେ ତେଲ ମାଲିସ କଲେ ଚକ୍ଷୁର ଦୃଷ୍ଟିଶକ୍ତି ବୃଦ୍ଧି ହୋଇଥାଏ l  ସ୍ପଂଡି ଲାଇଟିଜ ସମସ୍ୟା  ମଧ୍ୟ ଠିକ ହୋଇ ଯାଇଥାଏ l

Ad2
Leave A Reply