ପ୍ରବାସୀରେ ଥାଇ ଓଡ଼ିଆ ଭାଷା ଓ ସାହିତ୍ୟର ଜାଗ୍ରତ ପ୍ରହରୀ ଭାବେ ପ୍ରବାସୀ ଓଡ଼ିଆମାନେ ଯେଉଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ତାହା ଅଭିନନ୍ଦନୀୟ ବୋଲି, ପ୍ରବାସୀ ସାହିତ୍ୟ ସମ୍ଭାର ମୁମ୍ବାଇ ଆନୁକୂଲ୍ୟରେ ଫେବୃଆରୀ 11ତାରିଖ ଶନିବାର ଦିନ ଆୟୋଜିତ ରାଷ୍ଟ୍ରୀୟ ସାହିତ୍ୟିକ ସମ୍ମିଳନୀରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ମୁମ୍ବାଇ ଆୟୋକର ବିଭାଗ ଆଯୁକ୍ତ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି ।ବିଶିଷ୍ଟ ଚଳଚିତ୍ର ନିର୍ମାତା ପଦ୍ମଶ୍ରୀ ଅପୂର୍ବ କିଶୋର ବୀର ସିନେମାରେ ଓଡ଼ିଆ ସଂସ୍କୃତିର ପ୍ରତିଫଳନ ଉପରେ ନିଜ ଅନୁଭୂତି ପ୍ରକାଶ କରିଥିଲେ। ଜାତୀୟ ସିନେ ପୁରସ୍କାର ପ୍ରାପ୍ତ ସୁଭାଷ ସାହୁ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବଂଶୀଧର ଷଡ଼ଙ୍ଗୀ, ଓଡିଶା ମୋ ପରିବାରର ଉପଦେଷ୍ଟା ଡ଼. ସୁରେନ୍ଦ୍ର ନାଥ ମହାପାତ୍ର, ରଶ୍ମି ମହାପାତ୍ର ଉଦଘାଟନୀ ଉତ୍ସବରେ ମଞ୍ଚରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ।ଏହି ଉତ୍ସବରେ ବେଙ୍ଗଲୋର, ଜାମସେଦପୁର, ଗୁଜରାଟ, ଓଡିଶା, ମଧ୍ୟପ୍ରଦେଶ,ପାଟନା, ମୁମ୍ବାଇରୁ ବିଶିଷ୍ଟ ସାହିତ୍ୟିକ ମାନେ ଯୋଗ ଦେଇଥିଲେ।ଭାଷାବିତ ଡ଼କ୍ଟର ଦେବାଶିଷ ମହାପାତ୍ର,ତାପସ ରାଜ ମହାରଣା , ବିଜୟଲକ୍ଷ୍ମୀ ପଟ୍ଟନାୟକ, ଯୁଗଶ୍ରୀ ଯୁଗନାରୀର ସମ୍ପାଦିକା ମମତା ମହାପାତ୍ର, ଅକ୍ଷାଂଶର ସମ୍ପାଦକ ଡ଼. ହରିଶ୍ଚନ୍ଦ୍ର ବେହେରା, ହିରେନ୍ଦ୍ର ସିଂହଦେଵ, ଲକ୍ଷ୍ମୀପ୍ରିୟା ଓଝା, ବୀଣା ମିଶ୍ର, ଜୟଶ୍ରୀ ନନ୍ଦ, ମଞ୍ଜୁଳା ତ୍ରିପାଠୀ, ସଲୀଳା ମହାନ୍ତି,ବିଶିଷ୍ଟ ଗାଳ୍ପିକା କମଳା ଶତପଥି ଓଡ଼ିଆ ଭାଷା ସାହିତ୍ୟ ଉନ୍ନତିର ବିଭିନ୍ନ ଦିଗ ଉପରେ ଆଲୋଚନା ଏବଂ କବିତା ପାଠ କରିଥିଲେ।ପ୍ରମାଦର ସମ୍ପାଦକ ଚୈତନ୍ୟ ପ୍ରସାଦ ଦାସଙ୍କୁ ପ୍ରତିଭା ସମ୍ନାନ ରେ ସମ୍ମାନିତ କରାଯାଇଥୁଲା।
ପ୍ରବାସୀ ସାହିତ୍ୟ ସମ୍ଭାରରୁ ମୈତ୍ରେୟୀ କମିଳା, ଡ଼କ୍ଟର ଅରୁନ୍ଧତୀ ମହାନ୍ତି,ପାରମିତା ଷଡ଼ଙ୍ଗୀ, ଗୀତା ଷଡ଼ଙ୍ଗୀ, ସ୍ନେହ ମିଶ୍ର, ଦୀପକ ବସ୍ତି, ସୁଧୀର ପଣ୍ଡା, ସରୋଜ ବିଶ୍ୱାଳ,ଲିନୁ ନାୟକ, ଶ୍ୱେତପଦ୍ମା ପାଢ଼ୀ, ବିନୋଦିନୀ ପଣ୍ଡା, ସବିତା ତ୍ରିପାଠୀ, ଜ୍ୟୋତି ପ୍ରଭା ପଟ୍ଟନାୟକଙ୍କ ଅକ୍ଲାନ୍ତ ଉଦ୍ୟମ ଏବଂ ବିଭିନ୍ନ ସଂଗଠନର ସହଯୋଗ ରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ଛଅ ଗୋଟି ପୁସ୍ତକ ସହ ଏକ ଅନୁବାଦ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭଜନ ଏବଂ ନୃତ୍ୟ ପରିବେଷିତ ହୋଇଥିଲା। ଓଡିଶା ଭବନକୁ ଚିକିତ୍ସା ପାଇଁ ଆସିଥିବା ମିନତୀ ସାହୁଙ୍କ ଭଜନ ପରିବେଷଣରେ ଦର୍ଶକ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ବିଶିଷ୍ଟ ହିନ୍ଦୀ କବି ବ୍ରଜ ଶ୍ରୀବାସ୍ତବ ଏବଂ କୁମାର ବିନ୍ଦୁ, ଅନିଲ କୁମାର ରାହି, ଶ୍ରୀରାମ ଶର୍ମା, ଲତା ତେଜେଶ୍ୱର ରେଣୁକା ବହୁ ଭାଷୀ କାବ୍ୟ ସମ୍ମିଳନୀ ରେ ମୁଖ୍ୟଅତିଥି ଭୂମିକା ଗ୍ରହଣ କରିଥିଲେ।କାର୍ଯକ୍ରମ ରେ କୁନି କୁନି ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା।
