Odisha news

ପ୍ରଗତିର ଓଡ଼ିଶା : ୬୪୦୦କୋଟିର ପୁଞ୍ଜି ନିବେଶ

0

ବାଦଲ ଭୂୟାଁ : ଓଡ଼ିଶା ସରକାରଙ୍କ ଲୋକପ୍ରିୟ ଓ ଜନାଭିମୁଖୀ ଯୋଜନା ଆଜି ଏ ରାଜ୍ୟକୁ ବିକାଶ ପଥରେ ଢ଼େର ଆଗେଇ ନେଇଛି । ଏ କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱ ନେଉଥିବା ଓ ରାଜ୍ୟବାସୀଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଥିବା ନବୀନ ବାବୁଙ୍କ ନିର୍ମଳ ବ୍ୟକ୍ତିତ୍ୱ ଓ ରାଜ୍ୟବାସୀଙ୍କ ପାଇଁ ତାଙ୍କ ସେବା ସ୍ମରଣୀୟ ନିଶ୍ଚୟ । ତେବେ ଓଡ଼ିଶାର ପ୍ରଗତିରେ ବିଜେଡ଼ି ଦଳର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ରାଜ୍ୟ ଯୋଜନାବୋର୍ଡ଼ ଉପାଧ୍ୟକ୍ଷ ସର୍ବୋପରି ବିଜେଡ଼ି ଦଳର କର୍ମୀ ମାନଙ୍କ ପାଇଁ ଆଦରଣୀୟ ହୋଇପାରିଥିବା ସମ୍ମାନନୀୟ ସଞ୍ଜୟଦାଶ ବର୍ମା ବାବୁଙ୍କ ଅବଦାନ ଅନବଦ୍ୟ । କ୍ୟାବିନେଟ ଦାୟିତ୍ୱରେ ଥାଆନ୍ତୁ ବା ଯେ କୌଣସି ସରକାରଙ୍କ ପଦପଦବୀ ସବୁଥିରେ ତାଙ୍କର ଲୋକମାନଙ୍କ ସେବା ହିଁ ସର୍ବ ପ୍ରଥମ । ନିକଟରେ ରାଜ୍ୟ ସରକାର ୬୪୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତା ସମ୍ପନ୍ନ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ୨୫ତମ ବୈଠକରେ ୫୩୦୦ କୋଟି ଟଙ୍କା ମୂଲ୍ୟର ତିନିଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ସେହିପରି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ୧୦୦୦ କୋଟି ଟଙ୍କା ମୂଲ୍ୟର ୫ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୪୬୩୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଉଚ୍ଚ କ୍ଷମତା ସମ୍ପନ୍ନ ମଞ୍ଜୁରି କର୍ତ୍ତୃପକ୍ଷ ୟାଜଦାନି ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ, ଶିବା ସିମେଣ୍ଟ ଏବଂ ନୁମାଲିଗଡ଼ ରିଫାଇନାରିର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ୟାଜଦାନି ଷ୍ଟିଲ ଆଣ୍ଡ ପାୱାର ୨୪୧୫ କୋଟି ଟଙ୍କା ବିନିଯୋଗରେ ଯାଜପୁରର କଳିଙ୍ଗ ନଗରରେ ଏହାର ଇସ୍ପାତ କାରଖାନାର କ୍ଷମତାକୁ ୧.୧୯ ନିୟୁତ ଟନ ପର୍ଯ୍ୟନ୍ତ ବଢ଼ାଇବ । ଏହି ପ୍ରକଳ୍ପରେ ୨୮୬୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ସୁନ୍ଦରାଗଡ଼ର ତେଲିଘଣା କୁତ୍ରାରେ ଶିବା ସିମେଣ୍ଟ ପକ୍ଷରୁ ୧୫୨୩.୨୪ କୋଟି ଟଙ୍କା ପୁଞ୍ଜିନିବେଶ କରି କ୍ଲିଙ୍କର୍ ଉତ୍ପାଦନ କ୍ଷମତାରେ ୧.୩୨ ନିୟୁତ ଟନ୍ ଏବଂ ସିମେଣ୍ଟ କ୍ଷମତାକୁ ୧.୦୫ ନିୟୁତ ଟନ୍ ବୃଦ୍ଧି କରାଯିବ । ଏହି ପ୍ରକଳ୍ପରେ ୬୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଜଗତସିଂହପୁର ପାରଦ୍ୱୀପ ନୁମାଲିଗଡ଼ ରିଫାଇନାରି ଲିମିଟେଡ ୧୪୨୦ କୋଟି ଟଙ୍କା ବିନିଯୋଗରେ ଏକ ଅଶୋଧିତ ତୈଳ ଟର୍ମିନାଲ ନିର୍ମାଣ କରାଯିବ । ଏଥିରେ ୨୦୦ରୁ ଅଧିକ ଳୋକଙ୍କୁ ନିଯୁକ୍ତି ମିଳିବ ।

ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋା ମଞ୍ଜୁରି କର୍ତ୍ତୃପକ୍ଷ ଇଫକୋ, ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ, ପ୍ରିମିୟର ଆଲ୍କୋବେଭ୍ ପ୍ରାଇଭେଟ ଲିମିଟେଡ, କଟକ ଆଗ୍ରିଭେଟ୍ ଲିମିଟେଡ ଓ ଏସ୍ଜେ ଡେଭେଲପର୍ସ ଆଣ୍ଡ ହାଉସିଂ ପ୍ରାଇଭେଟ ଲିମିଟେଡର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଇଫ୍କୋ ତରଫରୁ ପାରାଦ୍ୱୀପରେ ୪୦୦ କୋଟି ଟଙ୍କା ବିନିଯୋଗ କରି ସଲ୍ଫରିକ୍ ଏସିଡ଼ ପ୍ରକଳ୍ପର ସମ୍ପ୍ରସାରଣ କରାଯିବ । ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ ତରଫରୁ ୨୪୩ କୋଟି ଟଙ୍କା ବିନିଯୋଗରେ ସୁନ୍ଦରଗଡ଼ରେ ୦.୦୪ ନିୟୁତ ଟନ୍ କ୍ଷମତାର ଫେରୋ ମାଙ୍ଗାନିଜ ପ୍ଲାଣ୍ଟ, ୦.୦୩ ନିୟୁତ ଟନ୍ର ସିଲିକୋ ମାଙ୍ଗାନିଜ, ୦.୧୨ ନିୟୁତ ଟନ୍ର ଲୁହାପଥର ବିନିଫିକେସନଳ ଓ ୧୮ ମେଗାୱାଟ କ୍ୟାପ୍ଟେିଭ ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ । ଏହି ପ୍ରକଳ୍ପରେ ୧୫୬ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ପ୍ରିମିୟର ଆଲକୋବେଭ୍ ତରଫରୁ ସମ୍ବଲପୁରର ବାମ୍ରାରେ ୨୭୫ କୋଟି ଟଙ୍କା ଏବଂ କଟକ ଏଗ୍ରିଭେଟ ପକ୍ଷରୁ କଟକର ମୁଣ୍ଡଳୀରେ ୧୧୨.୫୦ କୋଟି ଟଙ୍କା ନିବେଶ କରାଯିବ । ଏସ୍କେ ଡେଭେଲପର୍ସ ପକ୍ଷରୁ ୫୪.୫୮ କୋଟି ଟଙ୍କା ବିନିଯୋଗରେ ପିପିଲିର ଜସୁଆପୁରରେ ଏକ ଚାରି ତାରକା ହୋଟେଲ ତଥା ରିସୋର୍ଟ ବିକଶିତ କରାଯିବ । ଉଲ୍ଲେଖଯୋଗ୍ୟ ୨୦୨୦ ଫେବୃଆରୀ ପରଠାରୁ ରାଜ୍ୟକୁ ୧,୧୯,୨୧୪.୭୨ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ଆସିଛି । ୟାଜଦାନି ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ୨୪୧୫ କୋଟି ନିବେଶ କରିବାବେଳେ ଶିବା ସିମେଣ୍ଟ ୧୫୨୩.୨୪ କୋଟି ଟଙ୍କା, ନୁମାଲିଗଡ଼ ରିଫାଇନାରି କମ୍ପାନୀ ୧୪୨୦ କୋଟି ଟଙ୍କା ନିବେଶ କରିବାବେଳେ ଇଫ୍କୋ କମ୍ପାନୀ ୪୦୦ କୋଟି, ପଟ୍ଟନାୟକ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ ୨୪୩ କୋଟି ଟଙ୍କା, ପି୍ରମିୟର ଆଲ୍କୋବେଭ୍ କମ୍ପାନୀ ୨୭୫ କୋଟି ଟଙ୍କା, କଟକ ଏଗ୍ରିଭେଟ୍ କମ୍ପାନୀ ୧୧୨.୫୦ କୋଟି ଟଙ୍କା ଓ ଏସ୍କେ ଡେଭେଲପର୍ସ କମ୍ପାନୀ ୫୪.୫୮ କୋଟି ଟଙ୍କା ନିବେଶ କରିବେ ।

କରୋନା ମହାମାରୀ ପରବର୍ତ୍ତୀ ସମୟରେ ଅର୍ଥନୀତିରେ ଯେଉଁ ସୁଧାର ଦେଖିବାକୁ ମିଳୁଛି ସେଥିରେ ଘରୋଇ କ୍ଷେତ୍ର ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ (୨୦୨୦ ଅକ୍ଟୋବର-ଡିସେମ୍ବର)ରେ ଦେଶର ମାନୁଫାକ୍ଚରିଂ କ୍ଷେତ୍ରରେ ୨,୭୬,୪୬୮ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ହୋଇଛି । ସେଥିରୁ ୨୦,୨୧୭ କୋଟି ଟଙ୍କା ଓଡ଼ିଶାରେ ନିବେଶ ହୋଇଥିବା ଜଣାପଡ଼ିଛି । ମାନୁଫାକ୍ଚରିଂରେ ଘରୋଇ କ୍ଷେତ୍ରରେ ନିବେଶ ହାସଲ କରିବାରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି । ମହାରାଷ୍ଟ୍ର ସର୍ବାଧିକ ୫୪,୭୧୪ କୋଟି ଟଙ୍କା, ଆନ୍ଧ୍ରପ୍ରଦେଶ ୨୯,୭୮୪କୋଟି ଟଙ୍କା, ଗୁଜୁରାଟ ୨୬,୩୫୦ କୋଟି ଟଙ୍କା ଓ ତାମିଲନାଡୁ ୨୪,୧୨୪ କୋଟି ଟଙ୍କାର ଘରୋଇ ପୁଞ୍ଜିନିବେଶ ହାସଲ କରି ପ୍ରଥମ ଚାରିଟି ସ୍ଥାନରେ ରହିଛନ୍ତି । ଓଡ଼ିଶା ପଛକୁ ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ପଞ୍ଜାବ ଓ ଛତିଶଗଡ଼ ରହିଛନ୍ତି । ଲକ୍ଡାଉନ୍ କଟକଣା ହଟିବା ପରଠାରୁ ଘରୋଇ କ୍ଷେତ୍ରରେ ପୁଞ୍ଜିିନିବେଶ ବଢ଼ିବାରେ ଲାଗିଛି ।

ବିଶେଷକରି ମାନୁଫାକ୍ଚରିଂରେ ନିବେଶ ବଢ଼ୁଛି । ଏହି କ୍ଷେତ୍ରରେ ନିବେଶ ୨୦୧% ବଢ଼ିଛି । କିନ୍ତୁ ୨୦୨୦ ଅକ୍ଟୋବର-ଡିସେମ୍ବର ତିନିମାସରେ ସରକାରୀ ବ୍ୟୟ କିନ୍ତୁ ହ୍ରାସ ପାଇଥିଲା । ରାଜସ୍ୱ ଚିନ୍ତା ଯୋଗୁଁ ରାଜ୍ୟ ଗୁଡ଼ିକର ନୂଆ ପ୍ରକଳ୍ପରେ ବ୍ୟୟ ପ୍ରାୟ ୨୫% ହ୍ରାସ ପାଇଥିଲା । ତୃତୀୟ ତ୍ରୟମାସରେ ମୋଟ ୨୦୮୫ ପ୍ରକଳ୍ପ ଘୋଷଣା କରାଯାଇଥିଲା । ମାନୁଫାକ୍ଚରିଂ, ୟୁଟିଲିଟି ଓ ଖଣି କ୍ଷେତ୍ରରେ ନିବେଶ ବଢ଼ିଥିବା ବେଳେ ଜଳସେଚନ ଓ ବିଦୁ୍ୟତ୍ ପ୍ରକଳ୍ପରେ ନିବେଶ ପରିମାଣ ହ୍ରାସ ପାଇଥିବା ଜଣାପଡ଼ିଛି । ଓଡ଼ିଶାରେ ଯୁବବର୍ଗଙ୍କୁ ନିଯୁକ୍ତି ଦେବା ଓ ଓଡ଼ିଶାର ପ୍ରଗତିକୁ ଆଗେଇ ନେବା ପାଇଁ ସରକାରଙ୍କ ଯୋଜନା ସହ ରାଜ୍ୟ ଯୋଜନା ବୋର୍ଡ଼ର ଗୁରୁତ୍ୱପୂର୍ଣ୍ଣ ଅବଦାନ ଓ ଭୂମିକା ରହିଛି । ଓଡ଼ିଶାର ପ୍ରଗତିରେ ରାଜ୍ୟ ଯୋଜନା ବୋର୍ଡ଼ ଠାରୁ ଅନେକ କଲ୍ୟାଣଭିମୁଖୀ କାର୍ଯ୍ୟକ୍ରମ ଓଡ଼ିଶାବାସୀ ଆଶା ରଖିବା ସ୍ୱାଭାବିକ ।

Nalco
Leave A Reply