ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ବାତ୍ୟାର ଗତିପଥ ସଂପର୍କରେ ତଥ୍ୟ ମିଳିବା ପରେ ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି କହିଛନ୍ତି SRC ପ୍ରଦୀପ ଜେନା। ବାତ୍ୟା ନେଇ ସରକାରଙ୍କ ପକ୍ଷରୁ ଗତକାଲି ଜାରି ହୋଇଥିବା ଆଲର୍ଟ ଆଜି ମଧ୍ୟ ବଳବତ୍ତର ରହିଛି।
କେଉଁ ଜିଲ୍ଲାର କେଉଁ ଜାଗାରେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ସେନେଇ ଆଲୋଚନା ଜାରି ରହିଛି, ଆଜି ରାତିରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ବାତ୍ୟାର ମୁକାବିଲା ଲାଗି ପ୍ରଭାବିତ ହେବାର ଆଶଙ୍କା ଥିବା ଜିଲ୍ଲାକୁ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ପଠାଯାଇଛି।