Odisha news

ଓଡ଼ିଶା ପୋଲିସ୍ ରିକ୍ରୁଇଟମେଣ୍ଟ ବୋର୍ଡ ୨୦୨୩ : ପୋଲିସ ରେ ଭର୍ତି ପାଇଁ ୪୭୦୦ ପଦବୀ ଖାଲି ପଡ଼ିଛି

0
ଯଦି ଆପଣ ପୋଲିସ ରେ ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଓଡ଼ିଶା ପୋଲିସ୍ ପକ୍ଷରୁ ରାଜ୍ୟରେ କନଷ୍ଟେବଳ ପଦବୀ ପାଇଁ ଆବେଦନ ବାହାରିଛି । ଯାହାଦ୍ଵାରା ଇଛୁକ ପାର୍ଥି ଅଫିସିଆଲ୍ ୱେବସାଇଟ odishapolice.gov.in କୁ ଯାଇ ଆବେଦନ କରି ପାରିବେ । ଏହି ଆବେଦନ ପାଇଁ ଶେଷ ତାରିଖ ହେଉଛି ଫେବୃଆରୀ ୧୦ ,୨୦୨୩ । ଏହା ପୂର୍ବରୁ ଏହି ଆବେଦନ ପାଇଁ ଶେଷ ତାରିଖ ଜାନୁଆରୀ ୨୧ ତାରିଖ ରହିଥିଲା ।
ଏହି ଆବେଦନ କନଷ୍ଟେବଳ ର ୪୭୯୦ ପଦବୀ ପାଇଁ ଗ୍ରହଣ କରାଯାଉଛି । ଏଥିପାଇଁ ଇଛୁକ ପର୍ଥି+୨ ପାସ କରିଥିବା ଆବଶ୍ୟକ । ସୂଚନା ଅନୁସାରେ ଏଥିପାଇଁ ପାର୍ଥୀ ଙ୍କ ବୟସ ୨୩+୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହାଛଡା SC ଓ ST ଙ୍କ ପାଇଁ ବୟସ ସୀମା କୋହଳ କରାଯିବ ।
ସୂଚନା ଅନୁସାରେ ଏହି ଆବେଦନ ପାଇଁ ଅବେଦକ ଙ୍କୁ କୌଣସି ପରୀକ୍ଷା ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଅଧିକ ସୂଚନା ପାଇଁ ଅଫିସିଆଲ୍ ୱେବସାଇଟ କୁ ଯାଞ୍ଚ କରି ପାରିବେ ।
– ସର୍ବ ପ୍ରଥମେ ଆବେଦନକାରୀ ଅଫିସିଆଲ୍ ୱେବସାଇଟ odishapolice.gov.in କୁ ଯାଆନ୍ତୁ ।
– ଏହାପରେ ପର୍ଥୀ କନଷ୍ଟେବଳ (ସିଭିଲ) ଅପ୍ଲାଏ ଲିଙ୍କ ରେ କ୍ଲିକ୍ କରିବେ ।
– ଏହାପରେ ଆପଣ ରେଜିଷ୍ଟ୍ରେସନ୍ କୁ ଯାଇ ପୋର୍ଟାଲ ରେ ଆବେଦନ କରିବେ ।
– ଏହାପରେ ଫାର୍ମ ଭରି ନିଜର ସମସ୍ତ ତଥ୍ୟ ଅପଲୋଡ଼ କରନ୍ତୁ ।
– ନିଜର ଆବେଦନପତ୍ର ଜମା କରନ୍ତୁ ଓ ଆବେଦନପତ୍ର କୁ ଡାଉନ୍ ଲୋଡ କରନ୍ତୁ ।
– ଶେଷରେ ଆବେଦନ ର ଗୋଟିଏ ପ୍ରିଣ୍ଟ ଆଉଟ୍ ବାହାର କରି ନିଅନ୍ତୁ ।
Leave A Reply