ଭୁବନେଶ୍ୱର: ଆଗାମୀ ଦିନରେ ଦେଶରେ କରୋନା ହଟ୍ସ୍ପଟ ହେବାକୁ ଯାଉଛି ଓଡ଼ିଶା। ଆଜି ଏହି ଆଶଙ୍କା ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶକୁ ବାହାର ରାଜ୍ୟରୁ ପ୍ରଚୁର ସଂଖ୍ୟାରେ ପ୍ରବାସୀ ଫେରୁଥିବାରୁ ଆଗାମୀ ଦିନରେ ଏହି ତିନି ରାଜ୍ୟ ଭାରତର ପ୍ରମୁଖ କରୋନା ହଟସ୍ପଟ୍ ବନିପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।
ତିନି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସ ବେଳେ ସ୍ଥିତି ସମୀକ୍ଷା କରିବା ସହ କେନ୍ଦ୍ର ମନ୍ତ୍ରୀ ରାଜ୍ୟରେ କୋଭିଡ୍ ଟେଷ୍ଟ୍ ସୁବିଧା ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉପଯୁକ୍ତ ଟେଷ୍ଟ୍ ସୁବିଧା ବିନା ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିବାର ଆଶଙ୍କା ରହିଛି।