Odisha news

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସୁରତରେ ଫସିଥିବା ୫୭ ଜଣ ଓଡ଼ିଆଙ୍କ ପାଖରେ ପହଁଚିଲା ଖାଦ୍ୟ ସାମଗ୍ରୀ

0

ଭୁବନେଶ୍ୱର, ୨୩ ।୪: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଗୁଜୁରାଟର ସୁରତ ଅଞ୍ଚଳରେ ଫସି ରହିଥିବା ୫୭ ଜଣ ଓଡ଼ିଆ ଶ୍ରମିକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଁଚିଛି । ସୂଚନାଯୋଗ୍ୟ, କରୋନା ଲକ୍ଡାଉନ୍ ଯୋଗୁ ଗୁଜୁରାଟରେ ସୁରତ ଅଞ୍ଚଳରେ ନୟାଗଡ଼ ଜିଲ୍ଲାର ୫୭ ଜଣ ଓଡ଼ିଆ ଶ୍ରମିକ ଭୋକ ଓପାସରେ ଫସି ରହିଛନ୍ତି । ଯୁବନେତା ନରେଶ ପାତ୍ର ଫସି ରହିଥିବା ଏହି ଓଡ଼ିଆ ଶ୍ରମିକମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ । ଶ୍ରୀ ପଣ୍ଡାଙ୍କ ନିଦେ୍ର୍ଦଶକ୍ରମେ ଗୁଜୁରାଟ ବିଜେପିର କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ଫସି ରହିଥିବା ଓଡ଼ିଆଙ୍କ ପାଖରେ ପହଞ୍ଚô ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ । ପ୍ରତ୍ୟେକ ଦିନ କ୍ରମାଗତ ଭାବେ ଶ୍ରୀ ପଣ୍ଡା ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆମାନଙ୍କୁ କିପରି ସାହାଯ୍ୟ ସହଯୋଗ ପହଁଚିବ, ସେ ନେଇ ଜାତୀୟ ସ୍ତରର ନେତାମାନଙ୍କ ସହ ଭିଡିଓ କନ୍ଫରେନ୍ସରେ ଆଲୋଚନା କରିଥାଆନ୍ତି । ଭୋକ ଓପାସରେ ଫସି ରହିଥିବା ଓଡ଼ିଆମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଥିବାରୁ ଶ୍ରୀ ପଣ୍ଡା ଗୁଜୁରାଟ ବିଜେପିର କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଆ ଶ୍ରମିକମାନେ ଶ୍ରୀ ପଣ୍ଡାଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କୃତଜ୍ଞତା ଜଣାଇ ଏକ ଭିଡିଓ ବାର୍ତ୍ତା ପଠାଇଛନ୍ତି

Leave A Reply