Odisha news

ଅଷ୍ଟ୍ରେଲିଆରେ ପ୍ରବାସୀ ଓଡ଼ିଆ (ଓରିଓଜ୍)ଙ୍କ ଇ-ସମ୍ମିଳନୀ କରୋନା ମହାମାରୀ ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖି ସମସ୍ତ ଓଡ଼ିଆ ଭାଇ ଭଉଣୀମାନେ ଅନଲାଇନ୍ ଏକାଠି ହୋଇ ପାଳିଲେ ଦ୍ୱିବାର୍ଷିକୀ ସମ୍ମିଳନୀ

0

Canberra, 21st April 2020- ORIOZ: ଦ୍ୱିପ ମହାଦେଶ ଅଷ୍ଟ୍ରେଲିଆରେ ପ୍ରବାସୀ ଓଡ଼ିଆମାନଙ୍କୁ ଏକାଠି କରି ରଖିଛି ଓରିଓଜ୍ । ଅଷ୍ଟ୍ରେଲିଆର ଭିନ୍ନ ଭିନ୍ନ ରାଜ୍ୟରେ ରହୁଥିବା ଓଡ଼ିଆ ପରିବାରମାନଙ୍କୁ ଏକତ୍ର ିତ କରିବାକୁ ବିଗତ ୨୦୦୨ ରେ ଏହି ସଂସ୍ଥା ଜନ୍ମ ନେଇଥିଲା । ଏହା ସୈାଜନ୍ୟରେ ଜାତୀୟ ସ୍ତରରେ ପ୍ରତି ଦୁଇବର୍ଷରେ ଆୟୋଜିତ ହୋଇଆସୁଛି ଓଡ଼ିଆମାନଙ୍କ ସମ୍ମିଳନୀ । ଏହି ସାମାଜିକ ମିଳନ ମାଧ୍ୟମରେ ପ୍ରବାସୀ ଓଡ଼ିଆମାନେ ନିଜ ଭାଷା, ସଂସ୍କୃତି ଓ ଚଳଣିକୁ ନିଜ ଭିତରେ ତଥା ଆଗାମୀ ପିଢି ମଧ୍ୟରେ ବଞ୍ଚାଇ ରଖିବାର ପ୍ରୟାସ ରଖିଛନ୍ତି । କିନ୍ତୁ ଚଳିତ ବର୍ଷ କରୋନା ବ୍ୟାଧି ପ୍ରକୋପରେ ଏହି ମିଳନ ଉସôବକୁ ପ୍ରତିଥର ପରି ପାଳିବା ସମ୍ଭବ ହୋଇପାରିଲା ନାହିଁ । ହେଲେ ଏହି ସୁଯୋଗକୁ ହାତ ଛଡା କରିବାକୁ ଚାହିଁ ନଥିଲା ଓରିଓଜ୍ ।

ପ୍ରଯୁକ୍ତି ବିଜ୍ଞାନର ସାହାଯ୍ୟ ନେଇ ସେଇ ନିର୍ଦ୍ଧାରିତ ଦିନ ହିଁ ଆୟୋଜିତ ହୋଇଛି ପ୍ରବାସୀ ଓଡ଼ିଆଙ୍କ ଇ-ସମ୍ମିଳନୀ । ଅଷ୍ଟ୍ରେଲିଆରେ ରହୁଥିବା ଓଡ଼ିଆ ପରିବାରମାନଙ୍କୁ ଇଣ୍ଟରନେଟ୍ ମାଧ୍ୟମରେ ଗୋଟିଏ କମ୍ପୁ୍ୟଟର ସ୍କ୍ରିନରେ ଆଣିବା ପାଇଁ ପ୍ରଥମ ଥର ପାଇଁ ଏକ ପ୍ରୟାସ ହୋଇଥିଲା । ଓରିଓଜ୍ ସାଂସ୍କୃତିକ କମିଟିରୁ ସୁଲିପ୍ତା ତ୍ରିପାଠୀ ଓ ମୁମତାଜ ଲେଙ୍କା ଅନ୍ୟାନ୍ୟ ରାଜ୍ୟର ପ୍ରତିନିଧିମାନଙ୍କ ସହ ମିଶି ଦୁଇ ଘଣ୍ଟାର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ପରିକଳ୍ପନା କରିଥିଲେ । ସବୁ ରାଜ୍ୟରୁ ଓଡ଼ିଆ କଳାକାରମାନଙ୍କ ପ୍ରଦର୍ଶନର ଭିଡିଓ ଏକାଠି କରି ତାକୁ ଅନଲାଇନ ଭିଡିଓ ଆପ୍ ମାଧ୍ୟମରେ ଏକ ସମୟରେ ପ୍ରସାରଣ କରାଯାଇଥିଲା ।

ସମୁଦାୟ ୧୪୮ଟି ପରିବାରରୁ ପ୍ରାୟ ୪୦୦ ଲୋକ ଏଥିରେ ଏକାଠି ହୋଇପାରିବା ଏଇ ପ୍ରୟାସର ସଫଳତାକୁ ଦର୍ଶାଉଛି । କେବଳ ଏତିକି ନୁହେଁ, ପାରମ୍ପରିକ ସମ୍ମିଳନୀରେ ହେଉଥିବା ଔପଚାରିକତା ମଧ୍ୟ ଏଥିରେ ପୂରଣ ହୋଇପାରିଛି । ପୁରାତନ କାର୍ଯ୍ୟକାରୀ କମିଟି ନୂଆ ଟିମ୍କୁ ଦାୟିତ୍ୱ ମଧ୍ୟ ହସ୍ତାନ୍ତର କରିଥିଲେ ଓ ଏହା ପରେ ଓରିଓଜ୍ର ସଭାପତି ଡଃ ନଳିନୀ ପତି ସମସ୍ତଙ୍କୁ ସମ୍ବୋଧନ କରିଥିଲେ । କରୋନାର ପ୍ରକୋପରେ ସମସ୍ତେ ସାମାଜିକ ଦୂରତ୍ୱ ବଜାୟ ରଖି ପ୍ରାୟ ଗୃହବନ୍ଦୀ ପରି ରହୁଥିବାବେଳେ ଓରିଓଜ୍ର ଏହି ପଦକ୍ଷେପ କିଛି କ୍ଷଣ ପାଇଁ ହେଉ ମଧ୍ୟ ଓଡ଼ିଆ ପରିବାରମାନଙ୍କୁ ନିକଟତର କରିପାରିଥିଲା ।

Leave A Reply