Odisha news

ଓସିସି ର ମନମୁଖୀ କାର୍ଯ୍ୟ : ମାଲିକଙ୍କୁ ନାଜଣାଇ ଖୋଳି ଦେଉଛନ୍ତି ଚାଷ ଜମି

0
ଜମନକିରା,୧୩/୫: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଞ୍ଚଳରେ ଅବାଧରେ ଚାଲିଛି ଓସିସି କମ୍ପାନୀର ମନମୁଖୀ କାର୍ଯ୍ୟ। ଜମି ମାଲିକଙ୍କୁ ନଜଣାଇ ରାତାରାତି ଖୋଲି ପକାଉଛନ୍ତି ଚାଷ ଜମି। ଯାହା ଫଳରେ ଚାଷୀଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି। ଏସଂକ୍ରାନ୍ତରେ କ୍ଷୁଦ୍ର ଜଳସେଚନ ବିଭାଗ କୁଚିଣ୍ଡା ସହକାରୀ ଯନ୍ତ୍ରୀ ସୌଦାମିନୀ କିଷାନଙ୍କୁ ଯୋଗାଯୋଗ କରି ପଚାରିବାରୁ ଏହା କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଜଳ ସେଚନ ବିଭାଗ ପକ୍ଷରୁ ଓସିସି (ଓଡ଼ିଶା କାନଷ୍ଟ୍ରକସନ କମ୍ପାନୀ) ଦ୍ଵାରା କାର୍ଯ୍ୟ କରାଯାଉଛି। ତେବେ ଚାଷୀଙ୍କ ମତାମତ ନେଇକି କରିବା କଥା ବୋଲି କହିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ, ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ପଂଚାୟତ ଅନ୍ତର୍ଗତ ପୁକୁଡା, ଦେହୁରିନିମାଲ୍, ଫାଶିମାଲ, ତିଲେଇମାଲ ଆଦି ବିଭିନ୍ନ ଗ୍ରାମ ଗୁଡ଼ିକୁ ସରକାର କୃଷିଭିତ୍ତିକ ଉନ୍ନତି ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ କୁଚିଣ୍ଡା (M.I.P)ପକ୍ଷରୁ ଓସିସି କୁ ଠିକା ଦିଆଯାଇଛି। ହେଲେ ଓସିସି କର୍ମଚାରୀ ଚାଷୀଙ୍କ ବିନା ଅନୁମତିରେ ଜମି ଗୁଡ଼ିକରେ ଆଠ ରୁ ଦଶ ଫୁଟ ଗାଢ଼ କରି ପାଇପ ଲାଇନ ବିଛାଇ ଚାଲିଛି। ଯାଫଳରେ ଦୁଇ ତିନି ବର୍ଷ ପର୍ଯ୍ୟନ୍ତ କ୍ଷେତରେ ଟ୍ରାକ୍ଟର କିମ୍ବା ପୱରର୍ଟିଲାର ପଶିବା ଅସମ୍ଭବ ହୋଇ ପଡ଼ିବ ବୋଲି ଚାଷୀ ମାନେ ଅନୁଭବ କରୁଛନ୍ତି। ଏହାକୁ ନେଇ ପ୍ରଶାସନକୁ ବାରମ୍ବାର ଅବଗତ କଲେ ମଧ୍ୟ ପ୍ରଶାସନ ଚୁପ ରହୁଥିବା ଅଞ୍ଚଳର ଚାଷୀ ମାନେ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି। ଅନ୍ୟପଟେ PWD ବିଭାଗର ଅନୁମତି ବିନା ପୁକୁଡା ଗ୍ରାମରୁ ଚକୁଲିଆବାହାଲ କୁ ସଂଯୋଗ କରୁଥିବା କକ୍ରିଟ ରାସ୍ତାକୁ ଅନେକ ଜାଗାରେ ରାତାରାତି ଜେସିବି ମେସିନ ସାହାଯ୍ୟରେ ଖୋଳି ପାଇପ ବିଛାଇଥିବା ଦେଖିବାକୁ ମିଳିଛି। ଯାହାକି ଆସନ୍ତା ବର୍ଷା ଋତୁରେ ଯାତାୟାତ ସମୟରେ ନାହିନଥିବା ଅସୁବିଧାର ସମ୍ବୁଖୀନ ହେବାକୁ ପଡିବ ବୋଲି ପଂଚାୟତ ବାସୀ ଅଭିଯୋଗ କରୁଛନ୍ତି। ଏବିଷୟରେ ଆମ ପ୍ରତିନିଧି ଓସିସି ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ପାଇନଥିଲେ। ତେବେ ସଂସ୍ଥାର ଏଭଳି କାମ ବିରୋଧରେ ଚାଷୀମାନେ ଆନ୍ଦୋଳନ କରିବେ ବୋଲି ଚାଷୀ ସଂଗଠନ ପକ୍ଷରୁ ଦାବି କରିଛନ୍ତି।
IEC 2 years
Leave A Reply