କୋଶିକା ଗୁଡ଼ିକ ର ଅନିୟନ୍ତ୍ରିତ ଗ୍ରୋଥ କ୍ୟାନ୍ସର ହୋଇଥାଏ । କ୍ୟାନ୍ସର ରେ ପୀଡ଼ିତ ହେବା ପାଇଁ ଅନେକ ଗୁଡ଼ିଏ କାରଣ ରହିଛି । ଯେପରିକି ଯେଉଁ ଲୋକ ମାନଙ୍କ ର ଜେନେଟିକ ସମସ୍ୟା ରହିଛି , ସେମାନେ କ୍ୟାନ୍ସର ପୀଡ଼ିତ ହେବାର ଅନେକ ଆଶଙ୍କା ରହିଥାଏ । ରେଡ଼ିଓ ଆକ୍ଟିଭ କିରଣ ର ସମ୍ପର୍କ ରେ ଅଧିକ ରହିବା ଦ୍ଵାରା କ୍ୟାନ୍ସର ହେବାର ସମ୍ଭାବନା ରହିଥାଏ । ବାୟୁ ପ୍ରଦୂଷଣ ଦ୍ଵାରା ମଧ୍ୟ କ୍ୟାନ୍ସର ସମସ୍ୟା ଦେଖା ଦେଇପାରେ । ଏହାଛଡା ମୋଟାପା ମଧ୍ୟ କ୍ୟାନ୍ସର ର ଗୋଟିଏ ବଡ କାରଣ । ପ୍ରତିବର୍ଷ ମାର୍ଚ୍ଚ ୪ତାରିଖ ରେ ୱର୍ଲ୍ଡ ଓବେଶିଟି ଡେ ପାଳିତ ହୋଇଥାଏ । ତେଣୁ ମୋଟାପା ଯୋଗୁଁ କେଉଁ ସବୁ ବିପଦ ଦେଖା ଦେଇଥାଏ ଜାଣିବା ମଧ୍ୟ ଜରୁରୀ ଅଟେ ।
ମୋଟାପା ଯୋଗୁଁ ହୋଇପାରେ ଏହି ୧୩ ପ୍ରକାରର କ୍ୟାନ୍ସର -:
ୟୁଏସ ସିଡ଼ିଶି ଗୋଟିଏ ଅଧ୍ୟୟନ ଅନୁସାରେ ତାର ୱେବସାଇଟ ରେ ପ୍ରକାଶିତ ଖବର ରେ କୁହାଯାଇଛି ଯେ ମୋଟାପା ଯୋଗୁଁ ୧୩ ପ୍ରକାରର କ୍ୟାନ୍ସର ଦେଖା ଦେଇପାରେ । ସେହି ଗୁଡ଼ିକ ହେଲା ବ୍ରେଷ୍ଟ୍ କ୍ୟାନ୍ସର , କୋଲାନ୍ ଓ ମଳଶୟ କ୍ୟାନ୍ସର , ଗର୍ଭାଶୟ କ୍ୟାନ୍ସର , ପିତାଶୟ ଥଳି ର କ୍ୟାନ୍ସର ,ପେଟ କ୍ୟାନ୍ସର , କିଡନୀ କ୍ୟାନ୍ସର , ଲିଭର କ୍ୟାନ୍ସର , ଅଣ୍ଡା ଶୟ କ୍ୟାନ୍ସର , ଅଗ୍ନା ସୟ କ୍ୟାନ୍ସର , ଥାଇରଏଡ କ୍ୟାନ୍ସର , ବ୍ରେନ୍ କ୍ୟାନ୍ସର ସାମିଲ ରହିଛି ।
ମୋଟାପା ର କ୍ୟାନ୍ସର ସହିତ କଣ ସମ୍ପର୍କ ରହିଛି ?
ଫ୍ୟାଟ୍ ଟିଶୁ ଏଷ୍ଟ୍ରୋଜେନ୍ ର ଅଧିକ ମାତ୍ରା ରେ ଉତ୍ପାଦନ କରି ଥାଆନ୍ତି । ଏହା ବ୍ରେଷ୍ଟ , ଏଣ୍ଡୋମେଟ୍ରିୟଲ ଓ ଡିମ୍ବ ଗ୍ରନ୍ଥିର କ୍ୟାନ୍ସର ସହିତ ଜଡିତ ଅଟନ୍ତି । ମୋଟା ଲୋକଙ୍କ ରକ୍ତରେ ଇନ୍ସୁଲିନ ଓ ଇଁଶୁଲିନ ବୃଦ୍ଧି କାରକ ହାଇ ଲେବୁଲ୍ ରେ ପହଞ୍ଚି ଥାଏ । ଏପରି ସ୍ଥିତି କୁ ହାଇପର ଇନ୍ସୁଲିନମୀୟା କୁହା ଯାଇଥାଏ । ଏହା କ୍ୟାନ୍ସର ର ଗୋଟିଏ ସ୍ଥିତି ଅଟେ । ଏହାଦ୍ବାରା କୋଲାନ, କିଡନୀ ଓ ପ୍ରୋଷ୍ଟେଟ୍ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ଦେଖାଦିଏ ।
ଜନ୍ମ ସମୟରେ ଅଧିକ ଓଜନ ରହିଥିଲେ ମଧ୍ୟ କ୍ୟାନ୍ସର ର ବିପଦ ଦେଖା ଦେଇପାରେ -:
ଗବେଷଣା କହୁଛି ଯେ ଯଦି ଜନ୍ମ ସମୟରେ ଅଧିକ ଓଜନ ରହିଛି ତେବେ ଏହା କ୍ୟାନ୍ସର ପାଇଁ ବିପଦ ସୂଚନା ଦେଇଥାଏ । ଗୋଟିଏ ଆଡଲ୍ଟ ନିକଟରେ ଦୃତ ଗତିରେ ଓଜନ ବୃଦ୍ଧି କ୍ୟାନ୍ସର ର କାରଣ ହୋଇଥାଏ । ତେଣୁ ସେଥିପ୍ରତି ସତର୍କ ରହିବା ଜରୁରୀ ।
ବିଏମଆଇ କେତେ ରହିବା ଜରୁରୀ -:
କୌଣସି ବ୍ୟକ୍ତିର ଓଜନ ବିଏମ୍ ଆଇ ଦ୍ଵାରା ମପା ଯାଇଥାଏ । ଗୋଟିଏ ସୁସ୍ଥ ବିଏମଆଇ ୧୮.୫ରୁ ୨୪.୯ ମଧ୍ୟରେ ରହିବା ଆବଶ୍ୟକ । ୨୫ ରୁ ଉର୍ଦ୍ଧ୍ବ ବିଏମଆଇ କୁ ଅଧିକ ଓଜନ ବୋଲି ଗଣନା ହୋଇଥାଏ ଓ ୩୦ ରୁ ଉର୍ଦ୍ଧ୍ବ ହେଲେ ମୋଟାପା ରେ ଗଣନା ହୋଇଥାଏ । ଅଣ୍ଟା ମାପି ମଧ୍ୟ ଓଜନ କେତେ ଅଛି ଜାଣି ହେବ । ଗୋଟିଏ ସୁସ୍ଥ ପୁରୁଷ ର ଅଣ୍ଟା ୪୦ ଇଞ୍ଚ ଓ ମହିଳା ଙ୍କ ୩୫ ଇଞ୍ଚ ରହିବା ଜରୁରୀ ।
କଣ କରିବା ଆବଶ୍ୟକ -:
ସେଥିପାଇଁ ଋତୁ ଅନୁସାରେ ଫଳ ଓ ପନିପରିବା ଅଧିକ ସେବନ କରିବା ଆବଶ୍ୟକ । ପ୍ରସେଷଡ ଫୁଡ୍ ଠାରୁ ଦୂରେଇ ରହିବା ଉଚିତ୍ । ଏହାଦ୍ବାରା ଓଜନ ନିୟନ୍ତ୍ରିତ ରହିଥାଏ । ଚର୍ବି ଯୁକ୍ର ଖାଦ୍ୟ , କାର୍ବୋହାଇଡ୍ରେଟ ଓ ପ୍ରୋଟିନ ଯୁକ୍ତ ସନ୍ତୁଳିତ ଭୋଜନ ଓଜନ କୁ ସନ୍ତୁଳିତ ରଖିଥାଏ । ଓଜନ କୁ ମେଣ୍ଟେନ୍ କରିବା ପାଇଁ ନିୟମିତ ବ୍ୟାୟାମ କରିବା ଆବଶ୍ୟକ ।
