Odisha news

ନୁପୁର ଶର୍ମା ଙ୍କୁ ପାକିସ୍ତାନୀ ମୌଲାନା ଙ୍କର ସମର୍ଥନ, କହିଲେ ପେଂଗlବର ବୟାନ କୁ ମୁସଲିମ ମାନେ ପ୍ରଥମେ ଭଡକାଇ ଥିଲେ

0

ନୂଆଦିଲ୍ଲୀ : ବିଜେପି ରୁ ନିଲମ୍ବିତ ପ୍ରବକ୍ତା ନୁପୁର ଶର୍ମା ଙ୍କ ପେଂଗlବର ମହମଦ ବିବାଦ ସାହେବ ଙ୍କୁ ନେଇ ବୟାନ ଦେଇଥିବା କାରଣରୁ ଭାରତ ସହିତ ବିଶ୍ୱର ସମସ୍ତ ମୁସଲିମ ଦେଶ ରେ ବିଦ୍ରୋହ ଆରମ୍ଭ ହୋଇ ଚାଲିଛି l ସମ୍ପୂର୍ଣ ମାମଲାରେ ନୁପୁର ଶର୍ମା ଙ୍କୁ ଦୋଷୀ ଭାବରେ ଦେଖା ଯାଇଥିଲା l କିନ୍ତୁ ଅନ୍ୟ ପକ୍ଷରେ ଲାଇବ ଡିବେଟ ରେ ଉପସ୍ଥିତ ଥିବା ମୁସଲିମ ପେନାଲିଷ୍ଟ ତସଲିମ ଅହମଦ ରହମାନୀ ଙ୍କ ବିଷୟରେ କୌଣସି ଚର୍ଚା ହେଉନାହିଁ l

ଇତି ମଧ୍ୟରେ ପାକିସ୍ତାନ ର ଚର୍ଚିତ ମୌଲାନା ଇଞ୍ଜିନିୟର ମହମଦ ଅଲି ଖୋଲାଖୋଲି ଭାବରେ ନୁପୁର ଶର୍ମା ଙ୍କୁ ସମର୍ଥନ ଜଣାଇଛନ୍ତି l ମୌଲାନା ଅଲି କହିଛନ୍ତି ମୁସ୍ଲିମ ପେନାଲିଷ୍ଟ ପକ୍ଷରୁ ପ୍ରଥମେ ନୁପୁର ଶର୍ମାଙ୍କୁ ଉତେଜିତ କରାଯାଇ ଥିଲା ଓ ପରେ ବିଜେପି ର ନିଲମ୍ବିତ ନେତା ପେଂଗlବର ବିରୁଦ୍ଧରେ ଟିପ୍ପଣୀ ଦେଇଥିଲେ l

ପାକିସ୍ତାନୀ ମୌଲାନା କହିଛନ୍ତି ‘ପ୍ରଥମ ଦୋଷୀ ସେହି ମୁସଲମାନ ଅଟେ ଯିଏ କି କୌଣସି ଧର୍ମ କୁ ଲାଇଭ ଟିଭି ରେ କହୁଛନ୍ତି l ମୌଲାନା ଅଲି କହିଛନ୍ତି ଯେ ଆମକୁ ସମ୍ପୂର୍ଣ୍ଣ ଭାବରେ ଏହି ଘଟଣାର ବିସ୍ତୃତ ବିବରଣୀ ଜାଣିବା ଆବଶ୍ୟକ l ନୁପୁର ଶର୍ମା ଙ୍କ ବୟାନ ଦେବା ଶୈଳୀ ରୁ ଜଣା ପଡୁଛି ଯେ ତାଙ୍କୁ ଭଡକା ଯିବାରୁ ସେ ଏପରି ବୟାନ ଦେଉଛନ୍ତି l ନୁପୁର ଶର୍ମା କହିଥିଲେ ଯେ ତମେ ଯେପରି କହିବି ଆମେ ସେଭଳି କହିବୁ l ପ୍ରଥମ ଦୋଷୀ ସେହି ମୁସଲମାନ ଅଟେ ଯିଏ କି ଅନ୍ୟ ଧର୍ମ ବିଷୟରେ ଆଲୋଚନା କରିଥିଲା l ‘

ସେ ଆହୁରି ମଧ୍ୟ କହିଥିଲେ ଯେ ‘ ମୁସଲମାନ ଙ୍କ କୋରାନ ଅନୁସାରେ କୌଣସି ଧର୍ମ ର ମଜାକ ଉଡାଇବା ଉଚିତ ନୁହେଁ l ଅନ୍ୟ ଧର୍ମର ବ୍ୟକ୍ତିଙ୍କ ସହିତ କଥା ହେବା ସମୟରେ ଆମକୁ ଭାଷାର ଧ୍ୟାନ ରଖିବା ଉଚିତ ବୋଲି ଆଲ୍ହା ଆମକୁ ସନ୍ଦେଶ ଦେଇଛନ୍ତି l ମୌଲାନା କହିଛନ୍ତି ଯେ ନୁପୁର ବିବାଦରେ ଆରବ ଦେଶ ଗୁଡିକ ଏସି ରେ ବସି ସମସ୍ତଙ୍କ ଭଡକାଉଛନ୍ତି l ‘

ଉକ୍ତ ମୌଲାନା ଜଣଙ୍କ ବିଶେଷ ଭାବରେ ବିଭିନ୍ନ ମୁଦା କୁ ନେଇ ନିଜର ରାୟ ଦେଇ ଥାଆନ୍ତି l ମୌଲାନା ଅଲି ପାକିସ୍ତାନ ର ପଞ୍ଜାବ ପ୍ରାନ୍ତ ରେ ଜନ୍ମ ନେଇଥିଲେ l ସେ ନିଜର ରିସର୍ଚ୍ଚ ଏକାଡେମୀ ମଧ୍ୟ ଚଳାଇ ଥାନ୍ତି l  ମୌଲାନା ଅଲି ଙ୍କ ଉପରେ ୨ଥର ଆକ୍ରମଣ ମଧ୍ୟ ହୋଇ ସାରିଛି l

Leave A Reply

Your email address will not be published.