ନୂଆପଡ଼ା -୨୪/୨(ସୁରେନ୍ଦ୍ର ତିୱାରୀ) ଜୋଙ୍କ ନଦୀ ବ୍ରିଜ ପାର୍ଶ୍ଵ ରେ ତାସ ଖେଳୁ ଥିବା ସାତ ଜଣ ଜୁଆଡ଼ି କୁ ପୋଲିସ ଚଢ଼ାଉ କରି ଗିରଫ କରିଥିବା ବେଳେ ଜଣେ ଜୁଆଡି ଘଟଣା ସ୍ଥଳରୁ ଫେରାର ମରିଛି। ପ୍ରାପ୍ତ ସୂଚନା ରୁ ଜଣା ପଡ଼ିଛି ଯେ, ଗତକାଲି ଜୋଙ୍କ ଥାନ ପୋଲିସ ପେଟ୍ରୋଲିଂ ଟିମ ସଂଧ୍ୟା ପେଟ୍ରୋଲିଂ ରେ ଯାଉଥିବା ବେଳେ ଜୋଙ୍କ ନଦୀ ପାର୍ଶ୍ବ ରେ ଜୁଆ ଖେଳୁଥିବା ସୁଚନା ବିଶ୍ୱସ୍ତ ସୁତ୍ର ରୁ ପାଇଥିଲେ। କୌଶଳ କ୍ରମେ ସାତଜଣ ଜୁଆଡିମାନଙ୍କୁ ଘଟଣା ସ୍ଥଳରୁ ଧରିବାରୁ ୧୭ ହଜାର ୩ ସହ ୨୦ ଟଙ୍କା,ତାସ, ୫ଟି ମୋବାଇଲ ଫୋନ, ୫ ଟି ବାଇକ ଜବତ୍ କରି ଗିରଫ କରିଥିଲେ। ଗିରଫ ଜୁଆଡିମାନେ ହେଲେ ଆଶିଷ ଅଗ୍ରୱାଲ (୪୦) ପିତା ପାରସମଲ ଅଗ୍ରୱାଲ ୱାର୍ଡ ନମ୍ବର- ୧୦, ଏସ.ବାଲାଜୀ ରାଓ (୪୫) ପିତା ନରସିଂହ ରାଓ ୱାର୍ଡ ନମ୍ବର-୧୫ ପଟେଲ ନଗର, ଘାସୁ ରାମ ପଟୱା (୫୦) ପିତା ସ୍ବର୍ଗତ ମନରାଖନ ପଟୱା ୱାର୍ଡ ନମ୍ବର-୧୭ ମୋଗରାପାଲି, ପ୍ରତାପ ସିଂ ଠାକୁର (୫୧) ପିତା ସ୍ବର୍ଗତ ଗୋପାଳ ସିଂ ଠାକୁର ୱାର୍ଡ ନମ୍ବର -୦୮, ବିନୋଦ ଦାସ (୩୬) ପିତା କୃଷ୍ଣ ଚନ୍ଦ୍ର ଦାସ ୱାର୍ଡ ନମ୍ବର -୧୫, ଦିନେଶ କୋରେ (୩୫) ପିତା ମହାଦେବ କୋରେ ୱାର୍ଡ ନମ୍ବର -, ଭିକ୍କି ସୋନି (୩୮) ପିତା ରମେଶ ସୋନି ୱାର୍ଡ଼ ନମ୍ବର-୧୭ ମୋଗରାପାଳି ଏ ସମସ୍ତେ ଯୋଙ୍କା ଥାନା ଅନ୍ତର୍ଗତ ଖରିଆର୍ ରୋଡ ଏନ.ଏ.ସି.ବାସିନ୍ଦା ଅଟନ୍ତି। ଦୁର୍ଭାଗ୍ୟ ବଶତଃ ଘଟଣା ସ୍ଥଳରୁ ଜଣେ ଜୁଆଡି ବାବୁ ଖାନ ଫେରାଇ ହେବାରେ ସଫଳ ହୋଇଛନ୍ତି। ତାଙ୍କୁ ଧରିବାକୁ ପୋଲିସ ର ପ୍ରୟାସ ଜାରି ଅଛି । ଉପରୋକ୍ତ ରେଡ ରେ ଜୋଙ୍କ ଥାନା ସନ୍ଧ୍ୟା ପୋଲିସ ପେଟ୍ରୋଲିଂ ଦଳ ରେ ଏସ.ଆଇ. ଏ. ମେହେର, ଏ.ଏସ.ଆଇ. ରାମ କୃଷ୍ଣା, ପ୍ରତାପ କୋଳକା , ହାବିଲଦାର ସଞ୍ଜୟ ଯଦୁବଂଶି, କନେଷ୍ଟବଲ ପୁନିତ୍ ରାମ ଶବର, ଓ ଅଶୋକ କୁମାର ମାଝୀ ସାମିଲ ଥିଲେ। ଜୁଆଡିମାନଙ୍କୁ ଗିରଫ କରି ମାନ୍ୟବର ଏସଡିଜେଏମ କୋର୍ଟ କୁ ଆଜି ଚାଲାଣ କାରାଯାଇଛି। ପୁର୍ବରୁ ମଧ୍ୟ ଅନେକ ଜୁଆ କେଶ ରେ ଉପରୋକ୍ତ ବ୍ୟକ୍ତି ମାନଙ୍କର ସଂପୃକ୍ତି ଥିବା ଜଣା ପଡିଛି।