ନୂଆପଡ଼ା ୨୧/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ମେହେର (ଭୁଲିଆ) ସମାଜର ୪୩ତମ ଜିଲ୍ଲା ସ୍ତରୀୟ ବାର୍ଷିକ ସମାବେଶ ଡୁଆଝର ଠାରେ ଅନୁଷ୍ଠିତ ହୋଇଛି l ଡୁଆଝର ଗ୍ରାମ୍ଯ କମିଟି ଆନୁକୂଲ୍ଯରେ ଜିଲ୍ଲାର ବିଭିନ୍ନ ଗ୍ରାମ୍ଯ ସମାଜର କର୍ମକର୍ତ୍ତା ଓ ସଦସ୍ଯଙ୍କୁ ନେଇ ଆୟୋଜିତ ଏହି ସମାବେଶରେ ନୂଆପଡ଼ା ଜିଲ୍ଲା ସଭାପତି ବୈଶମ୍ପାୟନ ମେହେର ଅଧ୍ଯକ୍ଷତା କରିଥିଲେ l ପ୍ରାରମ୍ଭରେ ପ୍ରଭୁ ଜଗନ୍ନାଥ ଓ କବି ଗଙ୍ଗାଧରଙ୍କ ଫଟୋଚିତ୍ର ରେ ମାଲ୍ଯାର୍ପଣ କରି ସମାବେଶର ଉଦଘାଟନ ପରେ ସ୍ଥାନୀୟ ଛାତ୍ରୀଙ୍କ ଦ୍ବାରା ସ୍ବାଗତ ନୄତ୍ଯ ଓ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥଲା । କାର୍ଯ୍ଯକ୍ରମରେ ସମାଜ ଉପଦେଷ୍ଟା ଡମ୍ବରୁଧର ମେହେର, ରାହାସ ବିହାରୀ ମେହେର, ରାଜ୍ଯ ସଂପାଦକ ନବୀନ ଚନ୍ଦ୍ର ମେହେର, ରାଜ୍ଯ ଯୁବା ଉପଦେଷ୍ଟା ବୈଷ୍ଣବ ମେହେର, ଜିଲ୍ଲା ଉପସଭାପତି ହରିହର ମେହେର, ତ୍ରିଲୋଚନ ମେହେର, ରତ୍ନାକର ମେହେର, ସଚ୍ଚିଦାନନ୍ଦ ମେହେର, ଜିଲ୍ଲା ସାଧାରଣ ସମ୍ପାଦକ ସୁରେଶ୍ୱର ମେହେର, ସମ୍ପାଦକ ରୂପେଶ ଚନ୍ଦ୍ର ମେହେର, ଝର ମେହେର, ରାମେଶ୍ୱର ମେହେର, ବିଜୟା ମେହେର, ଜିଲ୍ଲା ଯୁବ ସଂଯୋଜକ ହିରାଧର ମେହେର ପ୍ରମୁଖ ମଞ୍ଚାଷିନ ଥିଲେ l ପ୍ରତିଟି ବ୍ଯକ୍ତି ସମାଜ ପ୍ରତି ଥିବା ଦାୟିତ୍ୱକୁ ହୃଦୟଙ୍ଗମ କରି ନିଷ୍ଠାର ସହ ନିଜ କର୍ତ୍ତବ୍ଯ ନିର୍ବାହ କଲେ ଓ ପରସ୍ପର ମଧ୍ଯରେ ସହଯୋଗ ଭାବ ରହିଲେ ସମାଜ ସଂଗଠନର ସ୍ବପ୍ନ ପୁରଣ ହେବ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା । ବିବତ୍ସ ମେହେର ଅତିଥିଙ୍କୁ ମଂଚକୁ ସ୍ୱାଗତ କରିଥିବା ବେଳେ ବୁଡ଼ୁ କୁମାର ମେହେର ସ୍ୱାଗତ ବକ୍ତବ୍ଯ ଦେଇଥିଲେ । ଏହି ଅବସରରେ ବରିଷ୍ଠ ସମାଜସେବୀ ଡମ୍ବରୁଧର ମେହେର, ଅଭିରାମ ମେହେର, ବୁଣାକାର ଯୋଗେନ୍ଦ୍ର ମେହେର, ବିଶ୍ୱମ୍ବର ମେହେର, ଶିଳ୍ପୀ ଅମିତ କୁମାର ମେହେର, କୁମୁସ ମେହେରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସେହିଭଳି ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ଭର ରଖିଥିବା ଖୁସବୁ ମେହେର ଓ ଚନ୍ଦନ ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ମାନପତ୍ର ଗୁଡ଼ିକୁ ପୂର୍ଣ୍ଣଚନ୍ଦ୍ର ମେହେର, ବବିତା ମେହେର, ହେମନ୍ତ ମେହେର, ସଞ୍ଜୁକ୍ତା ମେହେର, ସଜିତ ମେହେର, ଟିକି ମେହେର, ସୁଦର୍ଶନ ମେହେର, ଦମୟନ୍ତୀ ମେହେର ପଠନ କରିଥିଲେ । ସମାଜର ବିଭିନ୍ନ ସଂସ୍କାର ମୂଳକ ଆଲୋଚନାରେ ବିଭିନ୍ନ ଗ୍ରାମ୍ଯ କମିଟିର କର୍ମକର୍ତ୍ତା ଅଂଶ ଗ୍ରହଣ କରି ନିଜ ମତ ରଖିଥିଲେ । ସମାବେଶର ସଫଳ ଆୟୋଜନରେ ଡୁଆଝର ଗ୍ରାମ୍ଯ କମିଟିର ସମସ୍ତ ସଦସ୍ଯ ସହଯୋଗ କରିଥିଲେ । ଶେଷରେ ଅଧ୍ଯାପକ ଝର ମେହେର ଧନ୍ଯବାଦ ଦେଇଥିଲେ l
