ନୂଆପଡ଼ା -୨୦/୪ (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲା କୋମନା ବ୍ଲକ ଟିକ୍ରାପଡା ଗ୍ରାମପଞ୍ଚାୟତ ସ୍ଥାନୀୟ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଟିକ୍ରାପଡା ଠାରେ ବିକଶିତ ଭାରତ ଓ ଓଡିଶା ଗଠନରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ବିଷୟରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଡିଲୁ ସାହୁ ଙ୍କ ଅଧ୍ୟକ୍ଷତାରେ ବରିଷ୍ଟ ଶିକ୍ଷକ ନଗେନ୍ଦ୍ରନାଥ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଞ୍ଜିତ କୁମାର ଦଣ୍ଡସେନା ନିଗମ କୁମାର ବେହେରା,ଶୁକଦେବ ପ୍ରଧାନ,ମନୋରଞ୍ଜନ ବାଗ, ମମତା ଶବର,ଶ୍ରୀଧର ଦଣ୍ଡସେନା,ମିଥୁନ ଶାଗର ଦୁରିଆ, ଉପସ୍ଥିତ ଥିଲେ. ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଠନରେ ଛାତ୍ରଛାତ୍ରୀମାନଙ୍କର ଭୂମିକା ଏକାନ୍ତ ଅପରିହାର୍ଯ୍ୟ ଅଟେ । ଶିକ୍ଷାମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଓ ସହବୌଦ୍ଧିକ ଗୁଣାବଳୀର ବିକାଶ ହୋଇଥାଏ । ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶରେ ଅଭିଭାବକ ଓ ଶିକ୍ଷକ / ଶିକ୍ଷୟିତ୍ରୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି । ଚଳିତ ଶିକ୍ଷାବର୍ଷ-୨୦୨୫-୨୬ ଏପ୍ରିଲ ୧ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅଭିଭାବକମାନଙ୍କୁ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ଯୋଜନା ସମ୍ବନ୍ଧରେ ସଚେତନତା କରାଇବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଲକ୍ଷ୍ୟ ଅଟେ । ଏହି ଲକ୍ଷ୍ୟକୁ ପରିପୂରଣ କରିବା ପାଇଁ ଅଭିଭାବକ ଶିକ୍ଷକ,ଶିକ୍ଷୟିତ୍ରୀ ବୈଠକ ଓ ବିଦ୍ୟାଳୟ ପରିଚାଳନା କମିଟି । ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ ଆହ୍ବାନ କରିବା ଏକାନ୍ତ ଅପରିହାର୍ଯ୍ୟ ଅଟେ । ଏହି ବୈଠକ ଦ୍ଵାରା ଅଭିଭାବକମାନେ ସିଧାସଳଖ ବିଦ୍ୟାଳୟ ସହିତ ସଂଯୁକ୍ତ ହୋଇ ବିଦ୍ୟାଳୟର ବହୁବିଧ ବିକାଶ ପାଇଁ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିବାପାଇଁ ସୁଯୋଗ ପାଇଥାନ୍ତି । ଚଳିତ ଶିକ୍ଷା ବର୍ଷରେ ୪ ଗୋଟି ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକ ଆୟୋଜନ କରାଯିବା ପାଇଁ ସ୍ଥିରୀକୃତ ହୋଇଅଛି, ଯାହାକି, ଶୈକ୍ଷିକ କ୍ୟାଲେଣ୍ଡର ରେ ସ୍ଥାନିତ ହୋଇଅଛି । ଚଳିତ ଶିକ୍ଷା ବର୍ଷର ପ୍ରଥମ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା । ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି. ଶିକ୍ଷା ହିଁ ମାନବିକତାର ପରିଚୟ. ଶିକ୍ଷା ଯୋଗୁଁ ସମାଜରେ ସମସ୍ତ ପ୍ରକାର ପରିବର୍ତନ ଘଟିଥାଏ. ଶିକ୍ଷା ଚରିତ୍ର ନିର୍ମାଣ ପାଇଁ ପ୍ରେରଣା ଦିଏ. ତେଣୁକରି ଅଭିଭାବକ ଓ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ଓ ସହଭାଗୀତା ରହିବା ଉଚିତ।