Odisha news

ବିଭିନ୍ନ ସମସ୍ୟା କୁ ନେଇ ଜଳ ଜଙ୍ଗଲ ଅଧିକାର ସଂଘ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ                        

0

ନୂଆପଡ଼ା – ୧୯/୪ (ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲା ସଦରମହକୁମାରେ ଜଳ ଜଙ୍ଗଲ ଅଧିକାର ସଂଘ ସଭାପତି ଭକ୍ତ ବନ୍ଧୁ ଧରୁଆଙ୍କ ନେତୃତରେ ସହ ସହ ଆଦିବାସି ଏକ ଶୋଭଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରଏତା ଦାବୀ ପତ୍ର ଗ୍ରହଣ କରିଥିଲେ। ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଦିଆ ଯାଇଥିବା ଦାବୀ ପତ୍ର ରେ ଜଳ ଜମି ଉପରେ ଦୃଷ୍ଟି ଦେଇ ଏହାର ସମାଧାନ ନିମନ୍ତେ ଦାବି , ଜିଲ୍ଲା ରେ ଜଳ ସ୍ତର ଦିନ କୁ ଦିନ ଘଟିବା, ଜଙ୍ଗଲ ଧ୍ୱଂସ ହେବା, ଜଙ୍ଗଲ ରେ ନିଆଁ ଲାଗିବା ଘଟଣା ରେ ଜିଲ୍ଲା ରେ ମରୁଡି ଆଶଙ୍କା ଦେଖା ଦେଇଛି ଏହାର ସମାଧାନ ପାଇଁ ଉଦ୍ୟମ। ଭୂମିହୀନ ଙ୍କୁ ଜମିପଟ୍ଟା ଯୋଗାଇବା। ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ଆଦିବାସି ବହୁଳ ଗ୍ରାମବାସୀଙ୍କୁ ସୁବିଧା ଯୋଗାଇବା। ନୂଆପଡ଼ା ବ୍ଲକ ଚୁଲାଭାଟ ପଞ୍ଚାୟତ ଗଙ୍ଗାଦେଇଗଡ଼ ଆଠ ଟି କ୍ଷୁଦ୍ର ପଡ଼ା କୁ ନେଇ ଗଠିତ ଯଥା ମହୁଲପଡ଼ା, ଖଲିଆପଡ଼ା,ସନ୍ତୋଷ ପଡ଼ା, ଭାଲୁପାନି, ବାଉଁଶଡଙ୍ଗରି, ବୁନଦେଲାବାହାରା ଆଦି ପଡ଼ା ରହିଛି । ଉପରୋକ୍ତ ଗ୍ରାମ କୁ ରାଜସ୍ୱ ଗ୍ରାମ ମାନ୍ୟତା ଦେବା କୁ ନିର୍ଦ୍ଦେଶ ହୋଇ ଥିଲେ ମଧ୍ୟ ଏ ଯାଏଁ ମାନ୍ୟତା ମିଳି ନାହିଁ। ଏହି ଭଳି ଅନେକ ଦାବୀ ରହିଛି। ଉପରୋକ୍ତ ଶୋଭା ଯାତ୍ରା ଓ ବିକ୍ଷୋଭ ସଭା ରେ ଘାସିରାମ ମାଝି, ସୁବ ଚନ୍ଦ୍ର ମାଝୀ, ପଦମନ୍ ମାଝି, ଲାଲ ସିଂହ ରାଉତ୍, ମଦନ ମାଝି, ବୈଶାଖୁ ମାଝି, ରାଏସିଂ ମାଝି ପ୍ରମୁଖ ସହ ଶତାଧିକ ମହିଳା ଓ ପୁୁରୁଷମାନେ ସାମିଲ ଥିଲେ।

IEC 2 years
Leave A Reply