ନୂଆପଡ଼ା -୨୯/୩ (ସୁରେନ୍ଦ୍ର ତିୱାରୀ) ଏକ ଆନ୍ତଃ ରାଜ୍ୟ ବାଇକ ଚୋର ଦଳ ଧରିବାରେ ନୁଆପଡା ପୋଲିସ କୁ ବଡ ସଫଳତା ମିଳିଛି। ଆଜି ନୂଆପଡ଼ା ଟାଉନ ଥାନା ପରିସର ରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସ.ପି. ଜି. ଆର. ରାଘବେନ୍ଦ୍ର ରେଡ୍ଡୀ ଏ ସଂପର୍କ ରେ ସୂଚନା ଦେଇ ଥିଲେ। ଚଳିତ ମାସ ୨୫ ତାରିଖରେ ନୂଆପଡ଼ା ବ୍ଲକ ଅନ୍ତର୍ଗତ ଡୁମେରପାନି ପଞ୍ଚାୟତ ହଲଦି ଗ୍ରାମ ର ଗୋବିନ୍ଦ ପାଣ୍ଡେ ନିଜ ପତ୍ନୀ ର ପାରିବାର ନିୟୋଜନ ଅପରେସନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ବାଇକ ରେ ଆସିଥିଲେ। ସେ ଫେରି ଦେଖିଲା ବେଳକୁ ଚିକିତ୍ସାଳୟ ପରିସର ପାର୍କିଂ ସ୍ଥଳରୁ ହିରୋ କମ୍ପାନୀ ବାଇକ ନଥିଲା ସେ ବହୁତ ଖୋଜାଖୋଜି କଲାପରେ ମଧ୍ୟ ବାଇକ ନ ପାଇବାରୁ ନୂଆପଡା ଟାଉନ ଥାନା ରେ ବାଇକ ଚୋରି ଏତଲା ଦେଇଥିଲେ । ଉକ୍ତ ବାଇକ କୁ ଅନୁସନ୍ଧାନ କରୁ କରୁ ନୂଆପଡ଼ା ପୋଲିସ ଆନ୍ତଃ ରାଜ୍ୟ ବାଇକ ଚୋର ଦଳ କୁ ଠାବ କରିବାରେ ସଫଳ ହୋଇଥିଲେ। ଜନଗହଳି ପୂର୍ଣ୍ଣ ସ୍ଥାନ ଯଥା ସାପ୍ତାହିକ ବଜାର, ବ୍ୟାଙ୍କ, ଚିକିତ୍ସାଳୟ ପରିସର ପାର୍କିଂ ସ୍ଥଳ କୁ ଚୋରି କରିବା ପାଇଁ ଉପଯୁକ୍ତ ସ୍ଥାନ ରୁପେ ବାଇକ ଚୋର ଦଳ ଚୟନ କରିଥାନ୍ତି। ଏହି ଭଳି ୧୭ ଗୋଟି ବିଭିନ୍ନ କମ୍ପାନୀ ର ବାଇକ ଚୋର ଦଳ ଚୋରି କରି ବିଭିନ୍ନ ସ୍ଥାନରେ ସାଗ ମାଛ ଦରରେ ବିକ୍ରି କରି ଦେଉଥିଲେ। ବାଇକ ଚୋର ଦଳ ଦୀର୍ଘ ଦିନ ରୁ ଓଡ଼ିଶା ରୁ ବାଇକ ଚୋରି କରି ଛତିଶଗଡ ରାଜ୍ୟ ରେ ଓ ଛତିଶଗଡ ରୁ
ଚୋରି କରି ଓଡ଼ିଶାରେ ବିକ୍ରୀ କରି ଅର୍ଥ ଉପାର୍ଜନ କରୁଥିଲେ । ବାସୁ ଦେବ ନାୟକ (୨୪) ଗ୍ରାମ ତାଲାକୋଟ, ପର୍ଶୁରାମ ମାଝି (୩୨) ଓ ବନମାଳୀ କୋଲଥିଆ (୩୮) ହଲଦିମୁଣ୍ଡା ତିନି ଜଣ ବାଇକ ଚୋର ସିନାପାଲି ଥାନା ଅନ୍ତର୍ଗତ ବୋଲି ଏସ ପି ପ୍ରକାଶ କରିଛନ୍ତି। ଉପରୋକ୍ତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ଟାଉନ ଥାନା ଆଇଆଇସି ଗଙ୍ଗାଧର ମେହେର , ଏସଆଇ ଜ୍ୟୋତି ରଞ୍ଜନ ସେନାପତି, ଏଏସଆଇ ଜୋସେଫ ସୁନା ପ୍ରମୁଖ ଉପସ୍ଥିତି ଥିଲେ। ଚୋରି ବାଇକ ସବୁ ତାଙ୍କ ମାଲିକ ମାନଙ୍କୁ ଫେରାଇ ଦିଆଯିବ ବୋଲି ସୁଚନା ମିଳିଛି। ଜଣେ ବାଇକ ମାଲିକ ସାମ୍ବାଦିକ ସମ୍ମିଳନୀ ସମୟରେ ଆସି ନିଜ ବାଇକ ଦେଖି ଖୁସି ରେ ଗଦଗଦ ହୋଇ ନୂଆପଡ଼ା ପୋଲିସ ଥାନା କୁ ବିଶେଷ ଧନ୍ୟବାଦ୍ ଦେଇଥିଲେ।