ନୂଆପଡ଼ା -୨୭/୩ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଳା ର ଦୁଇ ଜଣ ସରପଞ୍ଚ ଙ୍କୁ ରାଜ୍ୟ ସରକାର ଙ୍କ ପଞ୍ଚାୟତରାଜ ବିଭାଗ ନିଳମ୍ବିତ କରିଥିବା ଜଣା ପଡିଛି।କୋମନା ବ୍ଲକ ଅନ୍ତର୍ଗତ ସମରସିଂ ଗ୍ରାମ ପଞ୍ଚାୟତ ର ସରପଞ୍ଚ ପୋଷା ବାରହା କିଣି ମାରିବା ଓ ମାଂସ ବିକିଥିବା ଅଭିଯୋଗରେ ରେ ଜଙ୍ଗଲ ବିଭାଗ ଦ୍ୱାରା ଗିରଫ ହୋଇ ଦୀର୍ଘଦିନରୁ ଜେଲ ରେ ରହିଥିବା କାରଣରୁ ନିଳମ୍ବିତ ହୋଇଥିବା ବେଳେ ଖରିଆର ବ୍ଲକ ଅନ୍ତର୍ଗତ ଲାଞ୍ଜି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କୁ ସରକାରୀ ଅନୁଦାନ ର ଆର୍ଥିକ ଅନିୟମିତତା ଅଭିଯୋଗରେ ନିଳମ୍ବିତ କରାଯାଇଥିବା ଜଣାପଡିଛି। ବିଭିନ୍ନ କାରଣରୁ ଜିଲ୍ଳା ର ଛ ଜଣ ସରପଞ୍ଚ ଙ୍କୁ ନିଲମ୍ବନ ପାଇଁ ଜିଲ୍ଲାପାଳ ରାଜ୍ୟ ପଞ୍ଚାୟତି ରାଜ ବିଭାଗ କୁ ସୁପାରିଶ କରିଥିବା ବେଳେ ପୂର୍ବରୁ କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତ ର ସରପଞ୍ଚ ନିଳମ୍ବିତ ହୋଇ ସାରିଥିବା ବେଳେ କୋନାବିରା, କୁଲିଆବନ୍ଧା ଓ ଲଖନା ସରପଞ୍ଚ ଙ୍କୁ ନିଲମ୍ବନ ପାଇଁ ସୁପାରିଶ ସତ୍ୱେ ଅଦ୍ୟାବଧି ରାଜ୍ୟ ପଞ୍ଚାୟତ ରାଜ ବିଭାଗ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି।