ନୂଆପଡା – ୨୭/୩ (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିୟମିତତା ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଆବାସ ଯୋଜନା ଗ୍ରୁହ ପ୍ରଦାନ ରେ ଜାଲିଆତି କରି ଅନ୍ୟ ଜଣେ ସମାନ ନାମ ଥିବା ବ୍ୟକ୍ତି ଙ୍କୁ ଆବାସ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ପଞ୍ଚାୟତ ବୈଜେଲପୁର ଗ୍ରାମର ନିଲାମ୍ୱର ମାଝି (୨୮) ବାପା ଡିଙ୍ଗର ମାଝି (୫୦) ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଗତ ୨୦୨୨/୨୩ ମସିହାରେ ନିଲାମ୍ୱର ଙ୍କ ନାମ ରେ ଘର ଲିଷ୍ଟ ଆସିଥିଲା। ଉକ୍ତ ପଞ୍ଚାୟତ କାର୍ଯ୍ୟାଳୟ ରେ ନିଲାମ୍ୱର ଙ୍କ ନାମ ମଧ୍ଯ ଉଲ୍ଲେଖ ରହିଥିବା ସେ ଦେଖିଥିଲେ। ହେଲେ ସେହି ଘରକୁ ସ୍ଥାନୀୟ ବିଭାଗୀୟ କର୍ମଚାରୀ ଅଧିକାରୀ ମିଲିମିଶି କାଗଜପତ୍ର ଜାଲିଆତି କରି ପତେଲପଡା ଗ୍ରାମର ସମାନ ନାମ ଥିବା ଅନ୍ୟ ଜଣେ ବ୍ଯକ୍ତି ଙ୍କୁ ଆବାସ ପ୍ରଦାନ କରାଯାଇଛି। ସେହି ବ୍ଯକ୍ତି ଘର ପ୍ରଦାନ ନିର୍ଦ୍ଦେଶ ପାଇଲାପରେ ପ୍ରଥମ କିସ୍ତି ୪୦ହଜାର ଟଙ୍କା ତାଙ୍କ ଏକାଉଣ୍ଟ ରେ ପଡିଥିବା ବେଳେ ଗତ ସେପ୍ଟେମ୍ବର ମାସ ୨୦୨୪ ରେ ଦୁତୀୟ କିସ୍ତି ୬୫ହଜାର ଟଙ୍କା ଅଭିଯୋଗକାରୀ ଙ୍କ ଏକାଉଣ୍ଟ ରେ ପଡିଥିଲା। ସେଠୁ ମୋ ନାମରେ ଆସିଥିବା ଆବାସ ଗ୍ରୁହ କୁ ଅନିୟମିତତା କରି ତାଙ୍କୁ ପ୍ରଦାନ କରିଥିବା ସନ୍ଦେହ ମନେକରି ଜାଣିବାକୁ ପାଇଥିବା ଅଭିଯୋଗକାରୀ ପ୍ରକାଶ କରିଛନ୍ତି। ପ୍ରକାଶ ଯେ ନିଲାମ୍ୱର ତାଙ୍କ ସ୍ତ୍ରୀ ହେମକାନ୍ତି ମାଝି (୨୪) ବାପା ଡିଙ୍ଗର ମାଝି (୫୦) ମାଁ ହରମଣି ମାଝି (୪୫) ବିକଲାଙ୍ଗ ଭଉଣୀ ଜଶୋଦା ମାଝି (୧୮) ପରିବାର ରେ ଏକ ମାଟି ଘରେ ରହୁଛନ୍ତି। ନିଲାମ୍ୱର ଙ୍କ ବାପା ଡିଙ୍ଗର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ଯ ଠିକ ନଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ସିନାପାଲି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଏଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣ କାର୍ଯ୍ୟ ରେ ବ୍ୟାପକ ଅନିୟମିତତା ହେଉଥିବା ଅଞ୍ଚଳ ର ବିଭିନ୍ନ ମହଲରେ ଯୋରଦାର ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ମନରେଗା ଯୋଜନା ତରଫରୁ ୩୩ ହଜାର ଟଙ୍କା ହିତାଧିକାରୀ ଙ୍କୁ ମିଲୁଥିବା ବେଳେ ବିଭିନ୍ନ ପଞ୍ଚାୟତ ର ହିତାଧିକାରୀ ଙ୍କୁ ଏଯାଏଁ ସମସ୍ତ ଟଙ୍କା ମିଲୁନାହି। ଯାହା ଫଳ ରେ ହିତାଧିକାରୀ ସ୍ଥାନୀୟ ବିଭାଗୀୟ କର୍ମଚାରୀ ଅଧିକାରୀ ଙ୍କୁ କହିଲେ ମଧ୍ଯ କୌଣସି କାର୍ଯ୍ୟକାରୀ ହେଉନଥିବା ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି। ଏଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନେକ ଦୁର୍ନିତୀ ଅନିୟମିତତା ହେଉଥିବା ବେଳେ ପ୍ରକୃତ ହିତାଧିକାରୀ ଆବାସ ଗ୍ରୁହ ରୁ ବଞ୍ଚିତ ହେଉଥିବା ବେଳେ ଥିଲାବାଲା ଲୋକେ ଆବାସ ଗ୍ରୁହ ପାଉଥିବା ବୁଦ୍ଧି ଜିବି ମହଲରେ ଅସନ୍ତୁଷ୍ଟ ପ୍ରକାଶ ପାଉଛି। ଏମିତି ଆବାସ ଗ୍ରୁହ ଚିତ୍ର ସାମ୍ନାକୁ ଆସିବା ପରେ ଜନସାଧାରଣ ରେ ଅନେକ ପ୍ରଶ୍ନବାଚୀ ସ୍ରୁଷ୍ଟି କରୁଛି। ଏନେଇ ବ୍ଲକ ତଥା ଜିଲ୍ଲା ଅଧିକାରୀ ତୁରନ୍ତ ଦୁଷ୍ଟିଦେଇ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।