Odisha news

ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ୍ କରାଯିବ । ଏଥିପାଇଁ  ପ୍ରୟାସ ଆରମ୍ଭ

0
 ନୂଆପଡା -୨୧/୩ (ସୁରେନ୍ଦ୍ର ତିୱାରୀ) : ନିର୍ବାଚନ କମିଶନ, ଭାରତ ଓ ୟୁଆଇଡିଏଆଇ (ଭାରତର ଏକକ ପରିଚୟପତ୍ର ପ୍ରାଧିକରଣ) ମଧ୍ୟରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ୍ କରାଯିବା  ପାଇଁ ସହମତି ପ୍ରକାଶ ପାଇଛି। ଏଥିପାଇଁ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଏହି ପ୍ରସଙ୍ଗରେ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ। ନିର୍ବାଚନ କମିଶନ କହିଛନ୍ତି ଯେ ବର୍ତମାନର ପ୍ରଚଳିତ ଆଇନ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟର କାର୍ଡ ସହ ଆଧାର ଲିଙ୍କ୍ କରାଯିବ। ତେବେ ଏହା ବାଧ୍ୟତାମୂଳକ ଭାବେ ନୁହେଁ, ସମ୍ପୂର୍ଣ ଇଚ୍ଛାଧୀନ ଭାବେ କରାଯିବ ।ନିର୍ବାଚନ କମିଶନଙ୍କ ମତରେ ସମ୍ବିଧାନର ଧାରା ୩୨୬ ଅନୁସାରେ ମତଦାନର ଅଧିକାର କେବଳ ଭାରତୀୟ ନାଗରିକଙ୍କୁ ମିଳିଥାଏ। କିନ୍ତୁ କେବଳ ଆଧାର ହେଉଛି  ଜଣେ ବ୍ୟକ୍ତିଙ୍କ ପରିଚୟ। ସେଥିପାଇଁ ନିଷ୍ପରି ହୋଇଛିଯେ ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର ଲିଙ୍କ କରାଇବା ଲାଗି ସମସ୍ତ ଆଇନ ପାଳନ କରାଯିବ। ଭୋଟର କାର୍ଡ ସହ ଆଧାର ଲିଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା, ପାରଦର୍ଶିତା ଓ ସମାବେଶିତାକୁ ପ୍ରୋତ୍ସାହିତ କରିବା । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିର୍ବାଚନ ପଞ୍ଜିକରଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ତରରେ ବୈଠକ କରିବାକୁ ନିଷ୍ପରି ନେଇଛନ୍ତି। ଏଥିସହ ନିର୍ବାଚନ କମିଶନ ମଧ୍ୟ ଏହି ମାମଲାରେ ସମସ୍ତ ଜାତୀୟ ଓ ରାଜ୍ୟ ମାନ୍ୟତା ପ୍ରାପ୍ତ ରାଜନୈତିକ ଦଳମାନଙ୍କ ଠାରୁ ଏପ୍ରିଲ ୩୦ ସୁଦ୍ଧା ଆବଶ୍ୟକ ପରାମର୍ଶ ମାଗିଛନ୍ତି।ସରକାର ସଂସଦରେ କହିଛନ୍ତିଯେ ଭୋଟର କାର୍ଡ ସହ ଆଧାର ଲିଙ୍କ୍ ବ୍ୟବସ୍ଥା ଚାଲୁରହିଛି। ଏଥିପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନାହିଁ। ଯେଉଁମାନେ ନିଜର ଭୋଟର କାର୍ଡକୁ ଆଧାର ସହ ଯୋଡିବେ ନାହିଁ ସେମାନଙ୍କ ନାମ ଭୋଟର ତାଲିକାରୁ କଟିବ ନାହିଁ। ଏଥିନେଇ ଖୁବ୍ ଶିଘ୍ର ବୈଷୟିକ ବିଶେଷଜ୍ଞ କମିଟି ବସି ଆଲୋଚନା କରି ଚୁଡାନ୍ତ ରୂପରେଖ ପ୍ରସ୍ତୁତ କରିବେ ବୋଲି ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି ।
Leave A Reply