ନୂଆପଡ଼ା -୨୧/୩ (ସୁରେନ୍ଦ୍ର ତିୱାରୀ) କୋମନା ବ୍ଲକ ଅନ୍ତର୍ଗତ ଉପାନ୍ତ ସୁନାବେଡା ଠାରେ ଏସ. ବି. ଆଇ ସଂଜୀବନୀ ତରଫରୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହିଶିବିର ରେ ଡା. ସଂଯୁକ୍ତା ବେହେରା ଓ ଦନ୍ତ ଚିକିତ୍ସକ ସଂକଳ୍ପ କୁମାର ଦାସ ଯୋଗ ଦେଇ ବିଭିନ୍ନ ରୋଗୀ ଙ୍କୁ ଚିକିତ୍ସା କରିବା ସହ ଦାନ୍ତ ଚିକିତ୍ସା ଯୋଗେଇ ଦେଇଥିଲେ। ଏହି ଶିବିରରେ ୨୫୨ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ଡା. ବେହେରା ଙ୍କ ସୂତ୍ରରୁ ପ୍ରକାଶ। ଏହି ଅବସରରେ ଫାର୍ମାସିଷ୍ଟ ପ୍ରେମଚାନ୍ଦ ବୈଠାରୁ, ଲାବ ଟେକନିସିଆନ କୃଷ୍ଣ ଚନ୍ଦ୍ର ଶବର, ଷ୍ଟାଫ ନର୍ସ ଲିପିକା ମଞ୍ଜରୀ ନିଆଲ,ସରପଞ୍ଚ ରଜନୀ ଜଗତ, ମାଁ ସୁନା ଦେଇ ଙ୍କ ମୁଖ୍ୟ ପୂଜକ ବିଶ୍ରାମ ଛତ୍ରିଆ, ଦିବ୍ୟରାଜ ସାହୁ, ଚୁକୁଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ତରଫରୁ ଜିତେନ୍ଦ୍ର ସିଂହ ଓ ଗ୍ରାମର ମାନ୍ୟ ଗଣ୍ୟ ଵ୍ୟକ୍ତି ଶିବିର ପରିଚାଳନା ରେ ସହଯୋଗ କରିଥିଲେ।