Odisha news

କ୍ରେଡିଟ ଏକ୍ସନ ପକ୍ଷରୁ ମାକ୍ସ ଓ ସେନିଟାଇଜର ବଣ୍ଟନ

ନୂଆପଡା-୧୫/୭-ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି ) ନୁଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ର ସାମ୍ବାଦିକ ମାନଙ୍କୁ କରୋନା କାଳରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କ୍ରେଡିଟ ଏକ୍ସନ ଗ୍ରାମୀଣ ଲିମିଟେଡ଼ ପକ୍ଷରୁ ମାକ୍ସ ଓ ସେନିଟାଇଜର ବଣ୍ଟନ କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସଭାରେ ଏରିଆ ମ୍ୟାନେଜର ଚକ୍ରଧର ରାଓ, ବିଏମ ପ୍ରଭାତ କୁମାର କିଲର, କେନ୍ଦ୍ର ମ୍ୟାନେଜର ଯୋଗେନ୍ଦ୍ର ବାଗ, କେନ୍ଦ୍ର ମ୍ୟାନେଜର ବଳଦେବ ନାଗ ପ୍ରମୁଖ ଯୋଗଦେଇ ଥିଲେ।

ସାମ୍ବାଦିକମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଓ କାର୍ୟ୍ଯ କୁ ପ୍ରସଂଶା କରି ପ୍ରକାଶ କରିଥିଲେ ଯେ, ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ କରୋନା କାଳରେ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ଖରା ବର୍ଷା ଓ ଶୀତ ରେ ରାତିଦିନ ଏକ କରି ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଥିବାରୁ ପ୍ରଶଂସା କରି ଆହୁରି ଉର୍ଜ୍ଜବାନ ହୋଇ ନିଜ କର୍ତବ୍ୟରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ। ଏ ଅବସରରେ ଜିଲ୍ଲା ସାମ୍ବାଦିକ ସଂଘ ପୂର୍ବତନ ସଭାପତି ବିଜୟ କୁମାର ସହିସ, କୁନୁ କରୁଆଁ, ସାଧରଣ ସମ୍ପାଦକ ସୁଜିତ କୁମର ପ୍ରଧାନ, ରୁଦ୍ର ବାଗ, ମନୋଜ କୁମାର ସଗରିଆ, ଯୁଗଳ ମହାନନ୍ଦ,ଜିତେନ୍ଦ୍ର ପୋଢ଼ ପ୍ରମୁଖ ଉପସ୍ଥିତ ରହିଥିଲେ।

Nalco

Comments are closed.