Odisha news

ମୋ ହାଟ ଓ ପାର୍କ ଉନ୍ନୟନ କାର୍ଯ୍ୟ କୁ ପରିଦର୍ଶନ କଲେ ବିଡ଼ିଓ

ନୂଆପଡା-୧୫/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ସିନାପାଲି ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ପଞ୍ଚାୟତ ରେ ମୋ ହାଟ ଉନ୍ନୟନ କାର୍ଯ୍ୟ କୁ ସିନାପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ପରିଦର୍ଶନ କରିଛନ୍ତି। ସେହିପରି ଗ୍ରାମାଞ୍ଚଳ ପାର୍କ ସହ ଅତ୍ୟାଧୁନିକ ହାଟ ବ୍ୟବସ୍ଥା ଦେଖିଛନ୍ତି। ଏଭଳି ହାଟ ଓ ପାର୍କ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ରେ ନିର୍ମାଣଧିନ ରହିଅଛି। ଉନ୍ନତମାନର ବଜାର ଓ ଅବସର ବିନୋଦ ପାଇଁ ପାର୍କ ରାଜ୍ୟସରକାର ଗ୍ରାମାଞ୍ଚଳ ରେ କରିବା ଦ୍ୱାରା ସୋନ୍ଦର୍ଯ୍ୟକରଣ ବୃଦ୍ଧି ହେବା ସହ ଜୀବନ ଶୈଳୀ ରେ ଉନ୍ନତି ଘଟିବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି।

Comments are closed.