ନୂଆପଡା- ୧୪/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) ଗତ କାଲି ରାତ୍ରୀ ରେ ଜିଲ୍ଲାପାଳ ସରକାରୀ ବାସଭବନରେ ଭାଲୁ ପ୍ରବେଶ କରିଥିଲା। ଆଜି ପ୍ରାତଃହରେ ବାସଭବନ କର୍ମଚାରୀମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଜିଲ୍ଲା ବନ ବିଭଗ ଓ ଜିଲ୍ଲା ପୋଲିସ ଭାଲୁକୁ ସୁରକ୍ଷା ସହ ଉଦ୍ଧାର କରିବା ପ୍ରୟାସ କରିଥିଲେ। ଆଜି ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ଭାଲୁ ଜିଲ୍ଲାପାଳଙ୍କ ବାସଭାବନରୁ ବାହାରି ଜାତୀୟ ରାଜପଥ ନମ୍ବର ୩୫୩ ଅପର ପାର୍ଶ୍ୱରେ ସ୍ଥିତ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ରେ ଭାଲୁ ପଶିଯାଇଥିଲା ।
ବନରେ ଖାଦ୍ୟ ଅଭାବ ରୁ ଭାଲୁ ସହର ମୁହାଁ ହୋଇ ଜିଲ୍ଲା ସଦର ମହକୁମା ଠାରେ ଆସିବା ର ଅନେକ ଘଟଣା ରହିଛି। ଗତ ୮ ତାରିଖ ଦିନ ମୂର୍ତ୍ତିକା ସଂରକ୍ଷଣ ବିଭାଗ ପିଡ଼ିଙ୍କ ବାସଭବନ, ବର୍ତ୍ତମାନ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ପଶିଛି ଭାଲୁ। ଜିଲ୍ଲା ସଦର ମହକୁମା ବାସୀ ଭୟଭୀତଭାଲୁ ଆତଂକରେ ଆତଙ୍କିତ ଅଛନ୍ତି ।
ଜଙ୍ଗଲରେ କେବଳ ବୃକ୍ଷ ରୋପଣ ହେଉଥିବା ବେଳେ ବନ୍ୟପ୍ରାଣୀଙ୍କ ଖାଦ୍ୟ ଜାତୀୟ ଫଳ ବୃକ୍ଷ ରୋପଣ କରିବା ନିତାନ୍ତ ଆଵଶ୍ୟକ ହୋଇପଡିଛି।ବନ ବିଭାଗ ପକ୍ଷରୁ ଭାଲୁକୁ ଜାଗିଛନ୍ତି। ଭାଲୁ ସହର ମୁହାଁ ହେବାର ଆଇ ଏକ କାରଣ ହେଲା ଭଲୁ ରହୁଥିବା ନିକଟସ୍ଥ ସାଳିହା ପାହାଡ଼, ହଂସପୁରୀ ପାହାଡ଼ ରୁ ପଥର ଖୋଦନ କରି କ୍ରସର ପରିଚାଳନା ଓ ପାହାଡ଼ରେ ମନମୁଖୀ ବାରୁଡ଼ ସହାୟତା ରେ ବିସ୍ଫୋରଣ ଏହାର ଏକ ଅନ୍ୟ କାରଣ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।
Comments are closed.