Odisha news

ବିପୁଳ ପରିମାଣ ରେ ନକଲି ବିଦେଶୀ ମଦ ଜବତ ସହ ଦୁଇ ଗିରଫ

0
ନୂଆପଡ଼ା -୬/୩(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ସିନାପାଲି ରେ ନକଲି ବିଦେଶୀ ମଦ ସହ ମଦ ନକଲି ଠିପି ବିପୁଳ ପରିମାଣ ରେ ଜବତ କରାଯାଇଛି l ସିନାପାଲି ଅବକାରୀ ବିଭାଗ ଧିଙ୍ଗିଆମୁଣ୍ଡା ତିଳେଇମାଳ ରାସ୍ତାରେ ନକଲି ମଦ ନେଇ ଧିଙ୍ଗିଆମୁଣ୍ଡା ଗାଁ କୁ  ଯାଉଥିବା ଦୁଇ ଜଣ ଯୁବକଙ୍କୁ ଚଢ଼ାଉ କରି ସେମାନଙ୍କ ଠାରୁ ବିପୁଳ ପରିମାଣ ର ନକଲି ବିଦେଶୀ ମଦ ସହ ନକଲି ଠିପି ଗୁଡିକ ଜବତ କରାଯାଇଛିl ବେଆଇନ ଅପ ମିଶ୍ରଣ ବିଦେଶୀ ମଦ ତିଆରି ଓ ପରିବହନ ଅଭିଯୋଗ ରେ ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁର ସୁନୀଲ କୁମାର ମେହେର(୨୫) ଓ ବଲାଙ୍ଗୀର ଜିଲ୍ଳା ଝରଣୀ ଗ୍ରାମର ରିକୁ ମେହେର (୨୨) କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି l ଗତ କିଛି ମାସ ହେବ ସିନାପାଲି ଅଞ୍ଚଳରେ ଅପ ମିଶ୍ରଣ ନକଲି ବିଦେଶୀ ମଦ କାରବାର ଚାଲିଥିବା ସହ ନକଲି ମଦ ପ୍ରସ୍ତୁତ କରି ଆଖ ପାଖ ଅଞ୍ଚଳକୁ ଚୋରା ଚାଲାଣ କରିବା ସହ ବିକ୍ରି କରୁଥିବାର ଅଭିଯୋଗ ପରେ ଅବକାରୀ ବିଭାଗ ମଦ ମାଫିଆ ଉପରେ ତୀକ୍ଷଣ ନଜର ରଖିଥିଲା l ଏ ସମ୍ପର୍କରେ ସିନାପାଲି ଅବକାରୀ ଥାନା କୁ ବିଶ୍ଵସ୍ଥ ସୂତ୍ରରୁ ଖବର ମିଳିଥିଲା l ନୂଆପଡା ଜିଲ୍ଳା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନଙ୍କ ନିର୍ଦ୍ଧେଶ କ୍ରମେ ସିନାପାଲି ଅବକାରୀ ଥାନା ଅଧିକାରୀ ସିଦ୍ଧାନ୍ତ ପାତ୍ର ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଉପରୋକ୍ତ ଚଢ଼ାଉ କରିଥିଲେ l ଅପ ମିଶ୍ରଣ ନକଲି ବିଦେଶୀ ମଦ ସହ ଠିପି ଗୋଟିଏ ହୋଣ୍ଡା ସାଇନ ବାଇକ( ସି ଜି -୦୭- ବି ଏଚ – ୫୮୫୧) ଜବତ କରିଥିଲେ  l ଏ ମାନେ ସିନାପାଲି ଅଞ୍ଚଳରେ ରହି ନକଲି ମଦ ତିଆରି କରୁଥିଲେ ଓ ବିଭିନ୍ନ ଅଞ୍ଚଳ ରେ ବିକ୍ରୀ କରି ପ୍ରଚୁର ଟଙ୍କା ରୋଜଗାର କରୁଥିଲେ l ଆଜି ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରରୁ ସେ ମାନଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆ ଯାଇଛି l ଅବକାରୀ ବିଭାଗର ଏହି ବଡ଼ ଧରଣର ଚଢାଉରେ ସିନାପାଲି ଅବକାରୀ ଥାନା ଅଧିକାରୀ ସିଦ୍ଧାନ୍ତ ପାତ୍ର ଙ୍କ ନେତୃତ୍ୱ ରେ ଏଏସଆଇ ସୁନା ମାଝି, କନେଷ୍ଟବଳ ମଳୟ ମହାଲିଙ୍ଗ, ରିତାଞ୍ଜଳି ଶବର , ଦେବସିଂ ମାଝି ପ୍ରମୁଖ ସାମିଲ ଥିଲେ l ଏ ସଂପର୍କରେ ସିନାପାଲି ଅବକାରୀ ଥାନା ଏକ କେଶ ନମ୍ବର ପିଆର ନମ୍ବର ୩୧୨/୨୪-୨୫   ୟୁ/ଏସ ୫୨(ଏ , ସି), ୫୫(ବି), ୫୯(ଡି) ଆର/ଏସ ୬୨(୧) ଓଡ଼ିଶା ଅବକାରୀ ଆକ୍ଟ ୨୦୦୮ ଅନୁଯାୟୀ କେଶ ରୁଜୁ ହୋଇଛି l
Leave A Reply