Odisha news

ଜିଲ୍ଲା ସଦର ମହକୁମା ରେ ସ୍ବାସ୍ଥ୍ୟସେବା ବ୍ୟହତ, ଲୋକେ ଘରୋଇ ଡାକ୍ତରଙ୍କ ଦ୍ୱାରସ୍ଥ।

0
ନୂଆପଡା ୨୩/୧୨   ସରକାର ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଏନଏଚଆରଏମ ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ସରକାର ଙ୍କ ସମସ୍ତ ସୁବିଧା ଥିବା ସତ୍ବେ ତାର କୌଣସି ବ୍ୟବହାର ହେଉନଥିବାରୁ ସାଧାରଣ ଲୋକ ମାନେ ଅଯଥା ଖର୍ଚାନ୍ତ ହେଉଥିବା ବେଳେ ଡାକ୍ତର ବାବୁ ମାନେ ମାଲାମାଲ ହେଉଛନ୍ତି, ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଛପଟେ ଥିବା ଗଲି ପତୋରା ଯିବା ରାସ୍ତା ଉପରେ ମାଲ ମାଲ ପେଥୋଲଜି ରହିଛି, ଏହି ପେଥୋଲେଜି ରେ ସରକାରୀ ଡାକ୍ତର ମାନଙ୍କ ମାଲମାଲ ଭିଡ ଦେଖିବାକୁ ମିଳୁଛି, ସେହିଭଳି ରୋଗୀ ମାନେ ମଧ୍ୟ ମାଲମାଲ ଗଲି ରାସ୍ତା ରେ ଛିଡା ରହି ଡାକ୍ତର ବାବୁ ମାନଙ୍କ ଆସିବା ବାଟ କୁ ଚାହିରହିଛନ୍ତି, ସରକାରୀ ମୁଖ୍ୟଚିକିତ୍ସାଳୟ ରେ ରୋଗୀ ମାନଙ୍କ ସେବା ପାଇଁ ରକ୍ତ ପରୀକ୍ଷା ଠାରୁ ନେଇ ଅଲଟ୍ରାସାଉଣ୍ଡ ସମସ୍ତ ପ୍ରକାର ଇଷ୍ଟୂମେଣ୍ଟ ସରକାର ଯୋଗାଇ ଦେଇଛନ୍ତି ହେଲେ ଏହି ସବୁ ର ଆନୁସଙ୍ଗିକ ବ୍ୟବସ୍ଥା ରହିଥିଲେହେ ତାହା ରୋଗୀ ସେବା ରେ ଆସି ନପାରି ଖତ ଖାଉଛି, ଯେକୌଣସି ରୋଗୀ ହସପିଟାଲ କୁ ଆସିବା ମାତ୍ରେ ସେହି ରୋଗୀ ତଥା ତାଙ୍କ ସଂପର୍କୀୟ ମାନଙ୍କୁ ଡାକ୍ତର ଖାନା ର ରକ୍ତ ପରିକ୍ଷା ନକରି ବାହାର କ୍ଲିନିକ କୁ ପଠେଇ ପରସେଣ୍ଟ କାରବାର ହେଉଅଛି, ଏପରିକି ଡାକ୍ତର ମାନେ ଘରୋଇ କ୍ଲିନିକ ଖୋଲି ଲକ୍ଷ ଲକ୍ଷ ଟଙ୍କା ର ବ୍ୟବସାୟ କରୁଛନ୍ତି,ତେବେ ସରକାର ଙ୍କ ଦରମା ବାବଦ ରେ ତଥା ହସପିଟାଲ ଓ ଇଷ୍ଟୁମେଣ୍ଟ ବାବଦ ରେ ସରକାର ଙ୍କ କୋଟି କୋଟି ଟଙ୍କା ଖର୍ଚ ହେଉଅଛି ତାହା ବ୍ୟବହାର ନହୋଇ ଖତ ଖାଉଛି, ଅପରପକ୍ଷେ ଉପରସ୍ଥ କର୍ମଚାରୀ ମାନେ ମଧ୍ୟ ସବୁ ଜାଣି ଶୁଣି ଚୁପ ରହୁ ଛନ୍ତି ରାଜ୍ୟ ପ୍ରଶାସନ ତଥା ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ପାଇଁ ସର୍ବ ସାଧାରଣ ରେ ଦାବୀ ହେଉଅଛି।
Nalco
Leave A Reply