Odisha news

କୁରେଶ୍ୱର ପଞ୍ଚାୟତ ଦୁର୍ନୀତି ମାମଲା ରେ ବନ୍ଧାହେଲେ ସରପଞ୍ଚଙ୍କ  ଦୁଇ ପୁଅ

0
ନୂଆପଡ଼ା ୨୨/୨(ସୁରେନ୍ଦ୍ର ତିୱାରୀ) ବହୁଚର୍ଚ୍ଚିତ କୁରେଶ୍ୱର ପଞ୍ଚାୟତ ର ଦୁର୍ନୀତି ମାମଲା ର ତଦନ୍ତ କରି ଦୁର୍ନୀତି ନିବାରଣ ବିଭାଗ ଉକ୍ତ ପଞ୍ଚାୟତ ର ସରପଞ୍ଚ ବିଜୟଲକ୍ଷ୍ମୀ ବରାଳ ଙ୍କ ଦୁଇ ପୁଅ  ସିନାପାଲି ବ୍ଲକ ଘୁଚାଗୁଡା ପଞ୍ଚାୟତ ର ନିଳମ୍ବିତ ପିଇଓ ସତ୍ୟବ୍ରତ ବରାଳ ଓ ଉତ୍ତମ ବରାଳ ଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ସାତ ଲକ୍ଷ କୋଡିଏ ହଜାର ନଶହ ଏକାଶୀ ଟଙ୍କା ଆତ୍ମସାତ ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଅଭିଯୋଗ ମୁତାବକ ସେମାନେ କୁରେଶ୍ୱର ପଞ୍ଚାୟତ ର ସରପଞ୍ଚ ତଥା ତାଙ୍କ ମା ବିଜୟ ଲକ୍ଷ୍ମୀ ବରାଳ ଓ ପିଇଓ ଙ୍କ ସହ ଚକ୍ରାନ୍ତ କରି ୨୦୨୪/୨୫ ବର୍ଷ ରେ ରେ ହାଇ ମାଷ୍ଟ ଲାଇଟ ନ ଲଗେଇ, ରାସ୍ତା ଆଲୁଅ ମରାମତି ନ କରି, ପାର୍କ ର ଜିମ ଉପକରଣ ସ୍ଥାପନ ନ କରି ସିଏଫସି ଓ ଏସଏଫସି ଯୋଜନା ପାଣ୍ଠି ରୁ ଉପରୋକ୍ତ ମତେ ଅର୍ଥ ଆତ୍ମସାତ କରିଥିବା ଦୁର୍ନୀତି ନିବାରଣ ବିଭାଗ ଜାଣିପାରିଛି। ଉକ୍ତ ଅର୍ଥ ମଧ୍ୟରୁ ଚାରି ଲକ୍ଷ କୋଡିଏ ହଜାର ବରାଳ ଭ୍ରାତୃ ଦ୍ବୟ ଓ ଅବଶିଷ୍ଟ ତିନି ଲକ୍ଷ ନଶହ ଏକାଶୀ ତାଙ୍କ ପିଇଓ ବରୁଣ ଦାସ ଙ୍କ ବ୍ୟକ୍ତିଗତ ଏକାଉଣ୍ଟ ରେ ଜମା କରାଯାଇଥିବା ଜଣା ପଡିଛି। ଏ ସମ୍ବନ୍ଧରେ କୋରାପୁଟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା କେଶ ନଂ ୪  ୨୧ ଫେବୃଆରୀ ୨୫ ରେ ମାମଲାରୁଜୁ କରି ତଦନ୍ତ ଜାରି ରଖି ଥିବା ଜଣାପଡିଛି। ସୂଚନା ଯୋଗ୍ୟଯେ, ନୂଆପଡା ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଜିଲ୍ଳା ପରିଷଦ ର ସହକାରୀ ନିର୍ବାହୀ ଅଧିକାରୀ ଗ୍ରାମବାସୀ ଙ୍କ ଦ୍ୱାରା ପ୍ରଦତ୍ତ ଉପରୋକ୍ତ ଅଭିଯୋଗ ର ତଦନ୍ତ କରି ଏକ ରିପୋର୍ଟ ଦେବା ପରେ ତାହାରି ଆଧାର ରେ ଏହି ଦୁର୍ନୀତି ସହ ସମ୍ପୃକ୍ତି ଅଭିଯୋଗ ରେ କୁରେଶ୍ୱର ପଞ୍ଚାୟତ ର ପିଇଓ ବରୁଣ ଦାସ ଓ ସରପଞ୍ଚ ଙ୍କ ପୁଅ ତଥା ଘୁଚାଗୁଡା ପଞ୍ଚାୟତ ପିଇଓ ସତ୍ୟବ୍ରତ ବରାଳ ଙ୍କୁ ଜିଲ୍ଲାପାଳ ନିଲମ୍ବନ କରିବା ସହ ଉକ୍ତ ସରପଞ୍ଚ ଙ୍କୁ ନିଲମ୍ବନ ପାଇଁ ରାଜ୍ୟ ସରକାର ଙ୍କୁ ସୁପାରିଶ କରିବା ସହ ସେମାନଙ୍କ ନାମରେ ଅର୍ଥ ଆତ୍ମସାତ ଅଭିଯୋଗ ରେ ଏଫ. ଆଇ. ଆର ଦର୍ଜ ପାଇଁ କୋମନା ବି. ଡି. ଓ ଙ୍କୁ ନିର୍ଦ୍ଧେଶ ଦେଇ ସାରିଥିଲେ। ଜିଲ୍ଲାପାଳ ଙ୍କ ଦ୍ୱାରା ପ୍ରଶାସନିକ ତଦନ୍ତ ଚାଲିଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ମଧ୍ୟ ତଦନ୍ତ ପାଇଁ ସମସ୍ତ କେଶ ରେକଡ଼ ଜବତ କରି ନେଇଯାଇଥିଲେ। ଅନ୍ୟ ଦୁଇ ଅଭିଯୁକ୍ତ ଙ୍କ ବିରୋଧ ରେ ମଧ୍ୟ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୂଆପଡା ଉପ ଆରକ୍ଷୀ ଅଧିକାରୀ ପ୍ରକାଶ କରିଛନ୍ତି।
Leave A Reply