Odisha news

ଛ’ମାସ ରୁ ଉର୍ଦ୍ଧ ହେଲା ବିଡିଓ ପଦବୀ ଖାଲି , ରାଜନୈତିକ ଛକା ପଞ୍ଜା ଯୋଗୁଁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ                    

0

ନୂଆପଡା – ୨୦/୨(ସୁରେନ୍ଦ୍ର ତିୱାରୀ) ସରକାରୀ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ନୂଆପଡା ଜିଲ୍ଲାର ବିଭିନ୍ନ ବ୍ଲକ ତୁଳନାରେ ଖଡ଼ିଆଳ ବ୍ଲକ୍ ତଳଆଡୁ ପ୍ରଥମ ସ୍ଥାନରେ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏପରି ସ୍ଥଲେ ଗତ ୬ ମାସ ହେଲା ବିଡ଼ିଓ ପଦ ଖାଲି ପଡିଥିବା ବେଳେ ଖଡ଼ିଆଳ ତହସିଲଦାର ନରସିଂ ଗାଡ଼ବା ବିଡ଼ିଓ ଦାଇତ୍ୱରେ ଅଛନ୍ତି । ବିଡ଼ିଓ ନିଯୁକ୍ତିକୁ ନେଇ ରାଜନୈତିକ ଛକପଞ୍ଜା ଲାଗି ରହିଛି । ରାଜ୍ୟରେ ସରକାର ପରିବର୍ତ୍ତନ ହେବାପରେ ବିଭିନ୍ନ ବ୍ଲକ୍‌ର ବିଡ଼ିଓଙ୍କ ବଦଳି ଓ ନୂଆ ନିଯୁକ୍ତି ପାଇଁ ଅନେକଥର ବିଜ୍ଞପ୍ତି ପ୍ରକାଶ ପାଇଛି କିନ୍ତୁ ଖଡ଼ିଆଳ ବ୍ଲକ ବିଡ଼ିଓ ପଦ ଦୀର୍ଘ ୬ ମାସରୁ ଉର୍ଦ୍ଧ ସମୟ ଧରି  ଖାଲି ପଡ଼ିଥିବା ବେଳେ ଏଠାରେ କାହାକୁ ନିଯୁକ୍ତି ନଦେବା ଦୁର୍ଭାଗ୍ୟ ଜନକ ଅଟେ। ଏଭଳି ସ୍ଥିତିରେ ଗତ ପାଞ୍ଚ ଦିନ ତଳେ ରାଜ୍ୟ ସରକାର ଓଏଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଥିଲେ ମଧ୍ୟ ଏହି ତାଲିକାରେ ନୂଆପଡା ଜିଲ୍ଲାର ଅନ୍ୟ ବ୍ଲକ ଗୁଡିକ ପାଇଁ ବିଡ଼ିଓ ନିଯୁକ୍ତି ପୂରଣ ହୋଇ ଥିବା ବେଳେ ଖଡ଼ିଆଳ ବ୍ଲକ୍ ପାଇଁ ବିଡ଼ିଓ ନିଯୁକ୍ତି ତାଲିକା ରେ ନାମ ନାହିଁ  । ଅନ୍ୟ ପକ୍ଷରେ ଶାସକ ଦଳ ନିଜ ହିସାବରେ ବିଡ଼ିଓ ଆଣିବାକୁ ଚାହୁଁଥିବା ବେଳେ ସ୍ଥାନୀୟ ବିଧାୟକ ମଧ୍ୟ ନିଜ ହିସାବରେ ବିଡ଼ିଓ ଆଣିବାକୁ ଚାହୁଁଥିବା ଚର୍ଚ୍ଚା ଅଞ୍ଚଳ ରେ ଯୋର ଧରିଛି । ନିଯୁକ୍ତି ପଛରେ ରାଜନୈତିକ ଛକପଞ୍ଜା ଲାଗି ରହିଛି ବୋଲି ସହଯେ ବାରିହୋଇ ପଡୁଛି। କାହାରି ପଲା ଭାରି ରହୁଛି ବା କାହା ଲୋକ ଏଠାରେ ନିଯୁକ୍ତି ହେବେ ସେନେଇ ବିବାଦ ଲାଗି ରହିଥିବା ବୁଦ୍ଧି ଜୀବୀ ମହଲରେ ଚର୍ଚ୍ଚା ହେଉଛି । ହେଲେ ଏଭଳି ଶାସକ ଓ ବିରୋଧୀଙ୍କ ବିବାଦ ଯୋଗୁଁ ଏବେ ବ୍ଲକ୍‌ରେ ବହୁ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ବ୍ଲକର ମୁରବି ନଥିବା ହେତୁ ଦିନ ତମାମ ଅଧିକାଂଶ ବିଭାଗ  ଖାଁଖାଁ ଦେଖିବାକୁ ମିଳୁଥିବା ବେଳେ କ୍ଷେତ୍ର ପରିଦର୍ଶନ ଆଳ ଦେଖାଇ କର୍ମଚାରୀ ମାନେ ବ୍ଲକ କାର୍ଯ୍ୟାଳୟ ଆଉ ମାଡୁ ନାହାନ୍ତି । ଗତ ଅକ୍ଟୋବର ମାସରେ ପୂର୍ବତନ ବିଡ଼ିଓ ବିରସେନ ବେହେରାଙ୍କ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଖଡ଼ିଆଳ ତହସିଲଦାର ନରସିଂ ଗାଡ଼ବା ଦୁଇଟି ଦାଇତ୍ୱରେ ଅଛନ୍ତି । ଫଳରେ ଉଭୟ ବ୍ଲକ କାର୍ଯ୍ୟାଲୟ ଓ ତହସିଲ କାର୍ଯ୍ୟାଳୟ କାର୍ଯ୍ୟ ଧିମେଇ ଯାଇଛି  । ଯାହାଫଳରେ ଉଭୟ ବିଭାଗର କର୍ମଚାରୀ ମାନେ ଲଗାମ ଛଡ଼ା ହୋଇ ନିର୍ଭୟରେ କାର୍ଯ୍ୟ କରୁଛନ୍ତି । ଖାଲି ସେତିକି ନୁହେଁ ଏହି ନିଯୁକ୍ତି ପଛରେ ରାଜନୈତିକ ବିବାଦ ରହିବା ସାଙ୍ଗକୁ କିଛି ନିର୍ଦ୍ଧିଷ୍ଟ ପଞ୍ଚାୟତରେ ବହୁ ପରିମାଣରେ ଦୁର୍ନୀତି ହୋଇଛି ଓ କିଛି ରାଜ ନେତା ବିଡ଼ିଓଙ୍କୁ ନିଜ ଦବାବରେ ରଖୁଥିବା ଯୋଗୁଁ କୌଣସି ଅଧିକାରୀ ଖଡ଼ିଆଳ ବିଡ଼ିଓ ଦାଇତ୍ୱ ନେବାକୁ ରାଜି ହେଉ ନଥିବା କୁହାଯାଉଛି । ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ବିଡିଓ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ   ସାଧାରଣ ରେ ଦାବୀ ହେଉଛି।

Leave A Reply