Odisha news

ଲୋଡ୍ରା ଗ୍ରାମ ରେ ଏକ ୯ ଟିକିଆ ହାତୀ ପଲ, ଲୋକେ ଆତଙ୍କିତ।

0
ନୂଆପଡା -୨୦/୨(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ଧରମବନ୍ଦା ସେକ୍ସନ ଛୋଟ ଲୋଡ୍ରା ଗ୍ରାମରେ ହାତୀ ଆତଙ୍କ। ଆଜି ୯ ଟିକିଆ ଜଙ୍ଗଲି ହାତୀ ପଲ ଗ୍ରାମ ନିକଟ କୁ ଚାଲି ଆସିଥିବା ରୁ ଗ୍ରାମବାସୀମାନେ ଆତଙ୍କିତ ହୋଇପଡିଛନ୍ତି। ବନ୍ ବିଭାଗ ପକ୍ଷ ରୁ ହାତୀ ପଲ୍ କୁ ଘଉଡାଇବା ପାଇ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଗ୍ରାମବାସୀଙ୍କୁ ମଧ୍ୟ ସଜାଗ ରହିବା ସହ ହାତୀ ଙ୍କୁ ଘଉଡାଇ ବା ପାଇଁ ଉତ୍ୟକତ ନ କରିବାକୁ  ଅନୁରୋଧ କରିଛନ୍ତି । ହାତୀ ପଲ ରେ ୯ ଗୋଟି ହାତୀ ରୁ ୭ ଟି ବଡ ଓ ୨ ଗୋଟି ଛୋଟ ହାତୀ ରହିଥିବା ଜଣାପଡିଛି। ହାତୀ ପଳ ଛତିଶଗଡ ରୁ ସୁନାବେଡା ଅଭୟାରଣ୍ୟ ଦେଇ ଆସିଥିବା କୁହାଯାଉଛି। ବନ୍ୟଜନ୍ତୁ ବିଭାଗ ଖବର ପାଇ ଘଟଣାସ୍ଥଳ ରେ ଉପସ୍ଥିତ ରହି ହାତୀ ର ଗତି ବିଧି ଅନୁଧ୍ୟାନ କରୁଛନ୍ତି। ଛୋଟ ଲୋଡ୍ରା ଗ୍ରାମରେ ଭୟ ର ବାତାବରଣ ଲାଗି ରହିଛି, ବର୍ତମାନ ଖବର ଲେଖା ହେବା ଯାଏଁ ହାତୀ ପଲ ଦ୍ଵାର କୌଣସି ଜନ ଧନ କ୍ଷୟ କ୍ଷତି ଘଟାଇ ନାହାନ୍ତି।
Leave A Reply