Odisha news

ଗୋଟିଏ ସପ୍ତାହ ରେ ତିନି ଥର ମେଣ୍ଢାଟାଳ ଜଙ୍ଗଲ ରେ  ବ୍ୟାପକ ବେଆଇନ ହାତରନ୍ଧା ମଦ କାରବାର

0

ନୂଆପଡା -୧୯/୨ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ଥାନା ଅନ୍ତର୍ଗତ ମେଣ୍ଢାଟାଲ ଜଙ୍ଗଲ ମଧ୍ୟରେ ବ୍ୟାପକ ଭାବେ ବେଆଇନ ହାତରନ୍ଧା ମଦକାରବାର ଚାଲିଥିବା ଅବକାରୀ ଏନ୍ଫୋର୍ସମେଣ୍ଟ ସ୍କୁୱାର୍ଡ ର ଚଢ଼ାଉ ପରେ ଲୋକଲୋଚନ କୁ ଆସିଛି। ଅବକାରୀ ଏନ୍ଫୋର୍ସମେଣ୍ଟ ଇନ୍ସପେକ୍ଟର ସୁରେଶ ତାଣ୍ଡି ଙ୍କ ନେତୃତ୍ୱରେ ମେଣ୍ଢାଟାଲ ଜଙ୍ଗଲ ରେ ଘନ ଘନ ଚଢ଼ାଉ କରାଯିବା ରେ ପ୍ରତ୍ୟହ ବେଆଇନ ମଦ ରାନ୍ଧୁଥିବା ଘଟଣା ସାମ୍ନା କୁ ଆସିଛି.। ପୂର୍ବରୁ ଦୁଇ ଦୁଇ ଥର ଚଢ଼ାଉ ବେଳେ କୁଇଣ୍ଟାଲ କୁଇଣ୍ଟାଲ ମହୁଲ ପୋଚ ସହ ହାତରନ୍ଧା ମଦ ଜବତ କରାଯାଇଥିବା ବେଳେ ଆଜି ର ଚଢ଼ାଉ ବେଳେ ପ୍ରାୟ ପାଞ୍ଚ କୁଇଣ୍ଟାଲ ମହୁଲ ପୋଚ ସହ ତିରିଶ ଲିଟର ହାତରନ୍ଧା ମଦ ଜବତ କରିଛି। ତେବେ ଏହିକାର୍ଯ୍ୟ ରେ ଲିପ୍ତ ବ୍ୟକ୍ତି ଚତୁରତା ର ସହ ଘଟଣା ସ୍ଥଳରୁ ଖସି ଯାଉଥିବା ଲକ୍ଷ୍ୟ କରାଯାଇଛି। ତେବେ ଏସବୁ କାରବାର ଦୀର୍ଘ ଦିନରୁ ଚାଲିଆସୁଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଥିବା ଏନ୍ଫୋର୍ସ ମେଣ୍ଟ ନିରୀକ୍ଷକ ନୂଆପଡା ରେ ଯୋଗ ଦେବାର ମାତ୍ର  ଅଳ୍ପ କିଛି ଦିନରେ ଏସବୁ ଲୋକଲୋଚନ କୁ ଆସିପାରିଥିବାବେଳେ ଲଖନା ଥାନା କର୍ମଚାରୀ ଓ ଅନ୍ୟ ଅବକାରୀ କର୍ମଚାରୀ ଙ୍କ  କିଭଳି ଦୃଷ୍ଟି ଆଢୁଆଳରେ ଏଭଳି ସମ୍ବେଦନଶୀଳ ଘଟଣା ରହିଯାଇଥିଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି। କେଉଁ ଅଧିକାରୀ ଙ୍କ ଆଶୀର୍ବାଦ ରୁ ଏଭଳି ବେଆଇନ ହାତରନ୍ଧା ମଦ ଓ ମହୁଲ କାରବାର ନିର୍ବିଘ୍ନ ରେ ଉକ୍ତ ଜଙ୍ଗଲ ରେ ଚାଲୁଥିଲା ତାହା ତଦନ୍ତସାପେକ୍ଷ ବୋଲି ସାଧାରଣରେ ଦାବୀ ହେଉଛି। ଆଜିର ଚଢ଼ାଉ ରେ ଅବକାରୀ ଏସ. ଆଇ ସଚଳା ପାଢ଼ୀ, ଏ. ଏସ. ଆଇ ବଳଭଦ୍ର ରାଉତ, କନଷ୍ଟେବଳ ପୁରୋହିତ ବନଛୋର, ମୋହନ ମୁରାରୀ ତାଣ୍ଡି, ଗିରେନ କଟା, ଭଗବାନ ହଂସ ପ୍ରମୁଖ ସାମିଲ ଥିବା ଜଣା ପଡିଛି। ଜିଲ୍ଳା ମଧ୍ୟରେ ବେଆଇନ ହାତରନ୍ଧା ମଦ କାରବାର ରୋକିବାକୁ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

Leave A Reply