ନୂଆପଡା- ୧୯/୨(ସୁରେନ୍ଦ୍ର ତିୱାରୀ) କୋମନା ବ୍ଲକ ଅନ୍ତର୍ଗତ ଲଖନା ଠାରେ ୱାଇଏସସି କ୍ଲବ ଆନୁକୁଲ୍ୟ ରେ ୨୪ ଗୋଟି କ୍ରିକେଟ ଦଳ କୁ ନେଇ ତ୍ରି-ରାତ୍ରୀ ଫ୍ଲଡ୍ ଲାଇଟ୍ ଟୁର୍ଣ୍ଣାମେଣ୍ଟ ସଫଳତା ର ସହ ଆୟୋଜିତ ହୋଇଯାଇଛି। ଫାଇନାଲ ଖେଳ ଜାମପାଣି- ଛିନ୍ଦପାନି ଓ ଲଖନା ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା। ଜାମପାଣି- ଛିନ୍ଦପାଣି ଦଳ ବିଜୟୀ ହୋଇ ଥିବା ବେଳେ ମେଜବାନ ରନର୍ସ ଦଳ ରୁପେ ଲଖନା ଲିଜେଣ୍ଡ ନିଜ ସ୍ଥାନ ବଜାୟ ରଖିଥିଲା। ଫାଇନାଲ ଖେଳ ର ମୁଖ୍ୟ ଅତିଥି ରୁପେ ପୂର୍ବତନ ସରପଞ୍ଚ ତଥା ସମାଜସେବୀ ନରେଶ କୁମାର ଜୈନ, ସମ୍ମାନୀତ ଅତିଥି ରୁପେ ସହେବାଜ୍ ହୁସେନ, ସବୀର ହୁସେନ, ମୋହସିନ ଭାଇ,ଉତ୍ତମ ଦାସ,କଳା ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ। ଜାମପାଣି ବିଜୟୀ ଦଳ କୁ ଟ୍ରଫି ସହ ନଗଦ ୧୫ ହଜାର ଟଙ୍କା ଓ ରନର୍ସ ଅପ ଲଖନା ଲିଜେଣ୍ଡ ଦଳ କୁ ଟ୍ରଫି ସହ ନଅ ହଜର ଟଙ୍କା ପ୍ରଦାନ କରିଥିଲେ । ୱାଈ.ଏସ.ସି. କ୍ଲବ ଲଖନା ପକ୍ଷରୁ ଖେଳ ର ସୁପରିଚାଳନା ରେ ସବିର ହୁସେନ, ମିଣ୍ଟୁ ଦାସ, କୁନା ଦାସ ଓ କୁନା ବାଗ ପ୍ରମୂଖ ସହଜୋଗ ରେ ସୁପରିଚାଲିତ ହୋଇଥିଲା।