Odisha news

ମହୁଲ ପୋଚ ସହ ହାତରନ୍ଧା ମଦ ଜବତ 

0
ନୂଆପଡା- ୧୮/୨(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଲଖନା ଥାନା ଅନ୍ତର୍ଗତ ମେଣ୍ଢାଟାଲ ଗ୍ରାମ ନିକଟ ଜଙ୍ଗଲ ରେ ଅବକାରୀ  ବିଭାଗ ଚଢ଼ାଉ କରି ମହୁଲ ପୋଚ ଓ ହାତରନ୍ଧା ମଦ ଜବତ କରି ନଷ୍ଟ କରିଛି। ଏନ୍ଫୋର୍ସମେଣ୍ଟ ଇନ୍ସପେକ୍ଟର ସୁରେଶ ତାଣ୍ଡି ଙ୍କ ନେତୃତ୍ୱରେ ଅବକାରୀ ଟିମ ଉକ୍ତ ଜଙ୍ଗଲ ରେ ଚଢ଼ାଉ କରି ବେଆଇନ ଭାବେ ରାନ୍ଧୁ ଥିବା ମଦ ପ୍ରସ୍ତୁତି ସ୍ଥାନ ରୁ ମଦରନ୍ଧା ରେ ବ୍ୟବହୃତ ବାସନ କୁସନ ସହ ସାତ ଶହ କେଜି ମହୁଲି ପୋଚ ଓ ତିରିଶ ଲିଟର ହାତ ରନ୍ଧା ମଦ ଜବତ କରି ନଷ୍ଟ କରି ଦେଇଥିବା ଇନ୍ସପେକ୍ଟର ଶ୍ରୀ ତାଣ୍ଡି ଙ୍କ ସୂତ୍ରରୁ ପ୍ରକାଶ। ତେବେ ସମ୍ପୃକ୍ତ ଅପରାଧୀ କୌଣସି ସୁତ୍ର ରୁ ଖବର ପାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି। ଏହି ଚଢ଼ାଉ ରେ ଏସ. ଆଇ ସଚଳା ପାଢ଼ୀ, ଏ.ଏସ.ଆଇରାମ ଚନ୍ଦ୍ର ଯାନୀ, କନଷ୍ଟେବଳ ପୁରୋହିତ ବନଛୋର, ଦେବିସିଂ ମାଝୀ, ମୋହନ ମୁରାରୀ ତାଣ୍ଡି ସାମିଲ ଥିଲେ।
Leave A Reply