Odisha news

ନୂଆପଡ଼ା ସଦର କ୍ଲଷ୍ଟର ରେ ମାସିକ ବୈଠକ

0
ନୂଆପଡା – ୧୫/୨ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ସଦର କ୍ଲଷ୍ଟର ନୂଆପଡାରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ରତିପାଲି ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ଜୀତେନ୍ଦ୍ର କୁମାର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା,ପୂର୍ବ ବୈଠକ ବିଷୟବସ୍ତୁର ପୁନରାଲୋଚନା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ବିଷୟବସ୍ତୁ, ଫେବୃଆରୀ ମାସର ଶୈଖିକ କ୍ୟାଲେଣ୍ଡର,ନମୁନା ପାଠ ଯୋଜନା,ଶ୍ରେଣୀ ପରିଚାଳନା ସମୟର ସୁବିଧା ଓ ଅସୁବିଧା,ମାନ ନିର୍ଦ୍ଧାରଣ ଟ୍ରାକର ରେଜିଷ୍ଟର ଆଲୋଚନା, ତ୍ରି ମାତ୍ରୀକ ଆକୃତି ଆଧାରିତ ଶିକ୍ଷଣ କାର୍ଯ୍ୟ ବିଷୟରେ ବରିଷ୍ଠ ଶିକ୍ଷକ ସାନ ପ୍ରଧାନ ଓ ଦୋଳଗୋବିନ୍ଦ ସାହୁ ସମ୍ପୂର୍ଣ୍ଣ  ଆଲୋଚନା କରିଥିଲେ। ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ସିନିୟର୍ ପ୍ରଧ୍ୟାପିକା ରୀନା ବାଗ ଓ ଗୁରୁ ଛାତ୍ର ହେମନ୍ତ ମାଝି ପରିଦର୍ଶନ ରେ ଆସି ନମୁନା ପାଠ ଯୋଜନା ଅନୁଧ୍ୟାନ କରିଥିଲେ ଓ ଏହା କିପରି ଆକର୍ଷଣୀୟ ହେବ ତା ପାଇଁ  ପ୍ରାଧ୍ୟାପିକା ବାଗ ମେଡମ ଅନେକ ପ୍ରେରଣା ଦେଇଥିଲେ। ବୈଠକ ପରିଶେଷରେ ପ୍ରଧାନ ଶିକ୍ଷକ ଥବିର ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply