Odisha news

ଅବକାରୀ ଚଢ଼ାଉ, ଜବତ ଦେଶୀ ମଦକୁ ନଷ୍ଟ କରାଗଲା

0
ନୂଆପଡା -୧୫/୨ (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମେଣ୍ଢାଟାଲ ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ଚଢ଼ାଉ କରି ଅବକାରୀ ବିଭାଗ  ବେଆଇନ ହାତ ରନ୍ଧା ମଦ ଓ ମହୁଲ ପୋଚ ଜବତ କରିବା ରେ ସଫଳତା ପାଇଛି। ଅବକାରୀ ଏନ୍ଫୋର୍ଶମେଣ୍ଟ ଇନ୍ସପେକ୍ଟର ସୁରେଶ ଚନ୍ଦ୍ର ତାଣ୍ଡି ଙ୍କ ନେତୃତ୍ୱ ରେ ଏକ ଟିମ ଉପରୋକ୍ତ ଜଙ୍ଗଲ ମଧ୍ୟରେ ବହୁତ ଦିନ ରୁ ବେଆଇନ ଭାବେ ହାତରନ୍ଧା ଦେଶୀ ମଦ ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଥିଲା।ଉକ୍ତ ସ୍ଥାନକୁ ଠାବ କରିବାସହ ଏଥିପାଇଁ ବ୍ୟବହୃତ ବାସନ କୁସନ ଓ ସେଠାରେ ଗଛିତ ପଚାଶ ଲିଟର ହାତରନ୍ଧା ମଦ ଓ ପ୍ରାୟ ଆଠଶହ କିଲୋଗ୍ରାମ ମହୁଲି ପୋଚ ଜବତ କରି ମଦ ଓ ପୋଚ କୁ ନଷ୍ଟ କରିଦିଆଯାଇ ଥିବା ଜଣାପଡିଛି। ତେବେ ଏହି ବେଆଇନ କାର୍ଯ୍ୟ ରେ ଲିପ୍ତ ଵ୍ୟକ୍ତି ଅବକାରୀ ସ୍କୁୱାର୍ଡ ଆସୁଥିବା କୌଣସି ସୁତ୍ର ରୁ ଜାଣିପାରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି। ଚଢ଼ାଉ ବେଳେ ଅବକାରୀ ଏ.ଏସ. ଆଇ ରାମ ଚନ୍ଦ୍ର ଯାନୀ, କନଷ୍ଟେବଳ ପୁରୋହିତ ବନଛୋର, ଜଗବନ୍ଧୁ ସିଂହ ମାଝୀ, ମୋହନ ମୁରଲୀ ତାଣ୍ଡି, ଦେବିସିଂ ମାଝୀ ପ୍ରମୁଖ ଉକ୍ତ ଟିମ ରେ ସାମିଲ ଥିଲେ।
Leave A Reply