Odisha news

ବନାଞ୍ଚଳ ଅଧିକାରୀଙ୍କ ମନୋମୁଖୀ କାର୍ଯ୍ୟ ପ୍ରତିବାଦ ରେ ଧାରଣା                        

0
ନୂଆପଡା -୧୫/୨(ସୁରେନ୍ଦ୍ର ତିୱାରୀ) ଜିଲ୍ଲା ସଦର ମହକୁମା ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ  ମନୋମୁଖୀ କାର୍ଯ୍ୟ ପ୍ରତିବାଦ ରେ ଆଜି ଗରିବ ସେନା ନେତୃତ୍ୱ ରେ ମଉଳିଭଟା ଗ୍ରାମ ବାସୀ ଧାରଣା ଦେଇଥିଲେ।  ନୂଆପଡା  ଜିଲ୍ଲା ସଦର ମହକୁମା ସ୍ଥିତ  ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ଦୁର୍ନୀତି ର ଗନ୍ତାଘର ରେ ପରିଣତ ହୋଇଛି।ଦୁର୍ନୀତିଗ୍ରସ୍ତ ନୂଆପଡ଼ା ବନାଞ୍ଚଳ ଅଧିକାରୀ (ରେଞ୍ଜର) ବିନିତା ଭୋଇଙ୍କ ବିରୋଧରେ ଆଜି ତାଙ୍କ କାର୍ଯ୍ୟାଳୟ ରେ ଶତାଧିକ ମହିଳା ପୁରୁଷ ଧାରଣା ଦେଇଥିଲେ।
ଜଣେ ନିରୀହ ଲୋକଙ୍କୁ ମହରା କରି ଜେଲ୍ ପଠାଇ ଥିବାବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଫେରାର ହେବାରେ ସହଯୋଗ କରିଛନ୍ତି। ଏହାର ଦୃଢ ଭାବେ ପ୍ରତିବାଦ କରିବା ସହ ରେଞ୍ଜର ଙ୍କ ବଦଳି ସହ ତାଙ୍କ ଦୁର୍ନୀତି ଗୁଡ଼ିକର ତଦନ୍ତ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ଘଟଣା ରୁ ପ୍ରକାଶ ଯେ ଗତ କାଲି ସଦର ମହକୁମା ଠାରୁ ୮ କିଲୋମିଟର ଦୂରବର୍ତ୍ତି ମଉଳିଭଟା ଗ୍ରାମ ରେ ରେଞ୍ଜର ବିନୀତା ଭୋଇ ତାଙ୍କ ବିଭାଗୀୟ କର୍ମୀ ସହ ଏକ କାଠ ମାଫିଆ ସନ୍ତରାମ ସାହୁ ଘରେ ଚଢ଼ାଉ କରି ମୋଟା ଅଙ୍କ ର ଟଙ୍କା ନେଇ ମାଫିଆ କୁ ଛାଡି ଦେଇ ନିରୀହ ଦିନ ମଜୁରିଆ ଶ୍ରମିକଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିବା ଗୁରୁତର ଅଭିଯୋଗ ହୋଇଛି। ଏଠାରେ ସୂଚାନା ଯୋଗ୍ୟ ଯେ ଉପରୋକ୍ତ ରେଞ୍ଜର ମେଡମ ପୂର୍ବରୁ ଏଠାରେ ଅବସ୍ଥାପିତ ଥିବା ସମୟ ରେ ବିଭାଗୀୟ ବିବାଦୀୟ କାର୍ଯ୍ୟକଳାପ ରେ ଲିପ୍ତ ଥିଲେ।ତାଙ୍କ ସମୟ ରେ ଏକ ବାଘ ମୃତ୍ୟୁ ହୋଇ ଥିଲା, ପରେ ସେ ଅନ୍ୟତ୍ର ବଦଳି ହୋଇଥିଲେ। କୌତୁହଳ ବିଷୟ ଏହି କି ଯେ ସେ ବିଭିନ୍ନ ପ୍ରକାର କାରନାମା ରେ ଲିପ୍ତ ରହି ପୁଣି ଥରେ ପୁର୍ବ ସ୍ଥାନ ନୂଆପଡା କୁ ଫେରି ଆସିଛନ୍ତି କେଉଁ ସ୍ବାର୍ଥ ରେ ବୋଲି ଅଭିଯୋଗ ହେଉଛି। ତତ୍କାଳୀନ ଅବସ୍ଥାପିତ ଥିବା ସମୟ ରେ ଅନେକ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି କରିଥିବା ଅଭିଯୋଗ ସତ୍ତ୍ଵେ ପୁନଃ ଏଠାକୁ ବନ ବିଭାଗ ବଦଳି କରିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରେଞ୍ଜର ମେଡମଙ୍କ ବ୍ୟବହାରରେ ସର୍ଵ ସାଧାରଣ ଅତିଷ୍ଠ ଏପରିକି   ବନଖଣ୍ଡ ଖଡ଼ିଆଳ କାର୍ଯ୍ୟାଳୟ ର ଜୈନେକ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପାଇଁ ପଛେଇ ନାହାନ୍ତି। ଏ ସଂପର୍କ ରେ ବିଭାଗୀୟ ମାମଲା ରୁଜୁ ହୋଇଛି।  ଗରିବ ସେନା ଆବାହକ ରବି ମଙ୍ଗରାଜଙ୍କ ନେତୃତ୍ୱ ରେ ଆଜି ଉପରୋକ୍ତ ଅଭିଯୋଗ ନେଇ ଶତାଧିକ ମହିଳା ପୁରୁଷ ନୂଆପଡା ସଦର ମହକୁମା ସ୍ଥିତ ବନାଞ୍ଚଳ କାର୍ଯ୍ୟାଳୟ ଘେରାଉ କରି ଧାରଣା ଦେଇଥିଲେ। ଘଟଣା ସ୍ଥାଲକୁ ଏସିଏଫ ଆସି ଆନ୍ଦୋଳନକାରୀ ଙ୍କୁ ବୁଝାସୁଝା କରି ପ୍ରକୃତ କାଠ ମାଫିଆ କୁ ଗିରଫ କରିବା ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ସ୍ଥଗିତ ହୋଇଥିଲେ ହେଁ ରେଞ୍ଜର ମେଡମ ଙ୍କ ବିରୋଧ ରେ ହେଇଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପୁନଃ ଦୁଇ ଦିନ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଗରିବ ସେନା ଚେତାବନୀ ଦେଇଛି।
Leave A Reply