ନୂଆପଡା – ୪/୩(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଳା ଖଡ଼ିଆଳ ସ୍ଥିତ ରାଜା ଆର୍ତତ୍ରାଣ ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ୫ ଦିନ ବ୍ୟାପି ଚାଲିଥିବା ଖଡ଼ିଆଳ ମହୋତ୍ସବ ପାଇଁ ନିର୍ମିତ ମଞ୍ଚ ସାଜସଜ୍ଜା କୁ ନେଇ କିଛି ସଂସ୍କୃତି ପ୍ରେମୀ ଆପତ୍ତି ଉଠେଇଥିବା ଜଣାପଡିଛି। ପୂର୍ବ ବର୍ଷ ମାନଙ୍କରେ ଆୟୋଜକ କମିଟି ର ନିଷ୍ପତ୍ତି ଅନୁଯାୟୀ ସ୍ଥାନୀୟ କାରୁକାର୍ଯ୍ୟ ଖଚିତ ପୁରାତନ କୀର୍ତ୍ତି ରାଜି ର ରୂପରେ ମଞ୍ଚ ସଜ୍ଜା କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ତାଜ ମହଲ ରୂପରେ ମଞ୍ଚ ସଜ୍ଜା କରାଯାଇଥିବାରୁ ଅଞ୍ଚଳ ର କିଛି ସଂସ୍କୃତି ପ୍ରେମୀ ଵ୍ୟକ୍ତି ଗତ କାଲି ଜିଲ୍ଲାପାଳ ଓ ଏସପି ଙ୍କୁ ସାକ୍ଷାତ କରି ଏହି ଅଞ୍ଚଳ ର ସଂସ୍କୃତି କୁ ପ୍ରାଧାନ୍ୟ ଦେଇ ତାଜମହଲ ଆକୃତି ର ମଞ୍ଚ କୁ ପରିବର୍ତ୍ତନ କରାଯିବାକୁ ଅନୁରୋଧ କରି କାର୍ଯ୍ୟକ୍ରମ ଆଦ୍ୟରେ ଏହି ତାଜମହଲ ଆକୃତି ର ମଞ୍ଚରେ ଜଗତର ନାଥ ଙ୍କୁ କିଭଳି ପୂଜାର୍ଚନା କରାଯିବ ବୋଲି ପ୍ରଶ୍ନ କରିଛନ୍ତି । ପୁନଶ୍ଚ ସ୍ଥାନୀୟ କଳାକାର ଙ୍କୁ ସେମାନଙ୍କ କଳା ପ୍ରତିଭା ର ପ୍ରଦର୍ଶନ ପାଇଁ ସୁଯୋଗ ଦେବାସହ ଲୋକ ମହୋତ୍ସବ ରେ ବଲିଉଡ ଗାୟକଙ୍କୁ କଳା ପ୍ରଦର୍ଶନ ର ସୁଯୋଗ ଦିଆଯିବା ଘଟଣା କୁ ନାପସନ୍ଦ କରିଛନ୍ତି।ଲୋକଙ୍କ ଭାବନା ସହିତ ଜଡିତ ଏହି ପ୍ରସଙ୍ଗ କୁ ଗୁରୁତ୍ୱ ସହ ବିଚାର ପାଇଁ ସେମାନେ ଜିଲ୍ଲାପାଳ ଙ୍କୁ ଲିଖିତ ରୁପେ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଏ ସଂପର୍କ ରେ ତଦନ୍ତ କରିବେ ବୋଲି କହିଛନ୍ତି।