ନୂଆପଡ଼ା -୪/୨(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମିତି ପ୍ରାଙ୍ଗଣ ରେ ଆଜି ମିଶନ ଶକ୍ତି ଋଣ ମେଳା ଆୟୋଜିତ ହୋଇଥଲା। ଏହି ଋଣ ମେଳା ରେ ଦୁଇ ସହ ରୁ ଉର୍ଦ୍ଧ୍ବ ମହିଳା ସ୍ଵୟଂ ସହାୟକ ଦଳ ଯୋଗଦାନ କରିଥିଲେ। ୯ ଗୋଟି ବିଭିନ୍ନ ବ୍ୟାଙ୍କ ରୁ ୭ କୋଟି ୮୬ ଲକ୍ଷ ଟଙ୍କାର ଋଣ ମଞ୍ଜୁର କରାଯାଇ ପ୍ରଦାନ କରାଯାଇଥିଲା। ଏ ଅବସର ରେ ଆୟୋଜିତ ଏକ ସଭା ରେ ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ କରକମଳ ରେ ଋଣ ମଞ୍ଜୁରୀ ପତ୍ର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟତମ ଅତିଥି ଲିଡ୍ ବ୍ୟାଙ୍କ ମ୍ୟାନେଜର ସିତାରାମ ମେହେର, ଡି.ପି.ସି. ମିଶନ ଶକ୍ତି ସୁନିଲ କୁମାର ମଲ୍ଲିକ, ଏ.ବି.ଡି.ଓ.ଭକ୍ତ ବନ୍ଧୁ ବୁଡେକ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିମଳିନୀ ପ୍ରଧାନ ପ୍ରମୁଖ ମଞ୍ଚାଷିନ ଥିବା ବେଳେ ମଞ୍ଚ ପରିଚାଳନା ମିଶନ ଶକ୍ତି ବ୍ଲକ ପ୍ରକଳ୍ପ ସଂଯୋଜକ ସ୍ମୃତିରଞ୍ଜନ ପାଣିଗ୍ରାହୀ କରିଥିଲେ।