ନୂଆପଡ଼ା -୨୦/୧(ସୁରେନ୍ଦ୍ର ତିୱାରୀ) : ଆଜି ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ପରିସରରେ ମିଶନ ଶକ୍ତି ବିଭାଗ ତରଫରୁ ବ୍ଲକ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ଋଣ ମେଳା ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୁପେ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଖଡ଼ିଆଳ ନଗରପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର,ବିଡିଓ ନରସିଂହ ଗଡବା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ ପ୍ରବନ୍ଧକ ସୂର୍ଯ୍ୟକାନ୍ତ ସାହୁ, ଜିଲ୍ଲା ଅଗ୍ରଣୀ ପ୍ରବନ୍ଧକ ସୀତାରାମ ମେହେର, ଷ୍ଟେଟ୍ ବ୍ୟାଙ୍କ୍ ଖଡ଼ିଆଳ ମୁଖ୍ୟ ପ୍ରବନ୍ଧକ ଦିନେଶ ମିଶ୍ର, ଜିଲ୍ଲା ମିଶନ ଶକ୍ତି ସଂଯୋଜକ ସୁନୀଲ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ l ଉପରୋକ୍ତ ଋଣ ମେଳା ରେ ଷ୍ଟେଟ୍ ବ୍ୟାଙ୍କ ୬୫ ଟି ମହିଳା ସ୍ୱୟଂ ସହାୟକ ଦଳଙ୍କୁ ଦୁଇ କୋଟି ୬୧ ଲକ୍ଷ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ତୁକାଲା ୨୯ ଟି ଦଳ ଙ୍କୁ ୯୫ ଲକ୍ଷ ,ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଡୁଆଝର ୨୦ ଟି ଦଳ ଙ୍କୁ ୬୦ ଲକ୍ଷ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ବରଗାଁ ୨୦ ଟି ଦଳ ଙ୍କୁ ୭୦ ଲକ୍ଷ, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ଖଡ଼ିଆଳ ୨୪ ଟି ଦଳ ଙ୍କୁ ଏକ କୋଟି ୧୨ ଲକ୍ଷ, ୟୁନିଅନ ବ୍ୟାଙ୍କ ଖଡ଼ିଆଳ ୫ ଟି ଦଳ ଙ୍କୁ ୧୯ ଲକ୍ଷ, ବ୍ୟାଙ୍କ୍ ଅଫ ଇଣ୍ଡିଆ ୩ ଟି ଦଳ ଙ୍କୁ ୧୫ ଲକ୍ଷ, ବଲାଙ୍ଗୀର ସମବାୟ ବ୍ୟାଙ୍କ ୩ ଟି ଦଳ ଙ୍କୁ ୧୫ ଲକ୍ଷ ଋଣ ସହାୟତା ଯୋଗାଇ ଦେଇଛନ୍ତି l ଏଭଳି ଭାବରେ ୮ ଟି ବ୍ୟାଙ୍କ ୧୬୯ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୬ କୋଟି ୪୭ ଲକ୍ଷ ଟଙ୍କା ର ଋଣ ଆଜି ମେଳାରେ ଯୋଗାଇ ଦେଇଛନ୍ତି।
ଏହି ଋଣ ସହାୟତାକୁ ଉପଯୋଗ କରି ମହିଳା ମାନେ ଆହୁରି ସଶକ୍ତ ହେବେ, ପରିବାର ମାନେ ଅଧିକ ଆର୍ଥିକ ସ୍ଵଚ୍ଛଳ ହେବେ l ଏହାଦ୍ବାରା ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟା ର ମଧ୍ୟ ସମାଧାନ ହୋଇ ପାରିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି l ଶିବିର ପରିଚାଳନା ରେ ସିଡିପିଓ, ମୀନା କୁମାରୀ ଅଗ୍ରୱାଲ ଏଵଂ ବିଭାଗୀୟ କର୍ମଚାରୀ , ବିଭିନ୍ନ ବ୍ୟାଙ୍କ ର ଅଧିକାରୀ ସହଯୋଗ କରିଥିଲେ l