Odisha news

ରକ୍ତବିର କିଶୋର ପରିଡାଙ୍କୁ ସମ୍ବର୍ଦ୍ଧନା

0
ନୂଆପଡ଼ା – ୧୭/୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ସଦର କ୍ଲଷ୍ଟରରେ ପ୍ରଧାନ ଶିକ୍ଷକ ଓ ଏଫଲ୍ଏନ ଶିକ୍ଷକ ମାନଙ୍କର କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଗଡତୋର୍  ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କବିତା ନାଏକ ସଭାପତିତ୍ବରେ ଓ ସଦର ସିଆରସିସି ଜିତେନ୍ଦ୍ର ଖମାରୀଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ସ୍ୱାଗତ ଓ ଉଦ୍ଦେଶ୍ୟ ଜ୍ଞାପନ ପରେ ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା, ପୂର୍ବ ବୈଠକ ବିଷୟବସ୍ତୁର ପୁନରାଲୋଚନା, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ବିଷୟ ବସ୍ତୁ – ଜାନୁୟାରୀ ମାସର ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ପାଠ ଯୋଜନା, ଶ୍ରେଣୀ ପରିଚାଳନା ସମୟର ସୁବିଧା ଓ ଅସୁବିଧା, ମାନ ନିର୍ଦ୍ଧାରଣ ଟ୍ରାକର୍ ରେଜିଷ୍ଟର, ଦଶମିକ ଆଧାରିତ ଶିକ୍ଷଣ କାର୍ଯ୍ୟ ଉପରେ ପ୍ରଧାନ ଶିକ୍ଷକ ବିଶ୍ଵ ରଞ୍ଜନ ମିଶ୍ର, ସରୋଜ ଅଗସ୍ତି, ଶିକ୍ଷକ ଦୋଳ ଗୋବିନ୍ଦ ସାହୁ ସମସ୍ତଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ପାଣିଗ୍ରାହୀ ଓ ମମତା  ସ୍ୱାଇଁ ନମୁନା ପାଠ ଯୋଜନା ଉପସ୍ଥାପନ କରିଥିଲେ। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ନରୋତ୍ତମ ଭୋଇ ଓ ସମ୍ମାନିତ ଅତିଥି ଭାବରେ ପିରାମଲ୍ ଫାଉଣ୍ଡେସନ ଜିଲ୍ଲା ପ୍ରଭାରୀ ସୁଶ୍ରୀ ସାଲିନି ଝା ଯୋଗଦାନ କରି ବିଶେଷ ମାର୍ଗ ଦର୍ଶନ କରିଥିଲେ। ଉକ୍ତ ବିଶେଷ ମୁହୂର୍ତ୍ତରେ  ବଶିଷ୍ଠ ଶିକ୍ଷକ ତଥା ରକ୍ତବୀର ଓ ରକ୍ତଦାତା  କିଶୋର ପରିଡାଙ୍କୁ ରକ୍ତ ଦାନ ଓ ଜୀବନ ରକ୍ଷା ଉଦ୍ଦେଶ୍ୟରେ ତାଙ୍କର ମହନୀୟ କାର୍ଯ୍ୟ ପାଇଁ ନୂଆପଡ଼ା କ୍ଲଷ୍ଟର ତରଫରୁ  ସମ୍ମାନ ଓ ସମ୍ବର୍ଦ୍ଧନା ପୂର୍ବକ ସମସ୍ତ ଶିକ୍ଷକ ସାଧୁବାଦ୍ ଜ୍ଞାପନ କରିଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ସାନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply