୩୩ ତମ ସର୍ବ ଭାରତୀୟ ୱାଇ ଏମ ସି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଇଷ୍ଟ କୋଷ୍ଟ ଖୋର୍ଦ୍ଧା କୁ ହରାଇ ସେରସା ବିଲାସପୁର ଫାଇନାଲ ରେ
ନୂଆପଡ଼ା- ୧୧/୧ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୩ ତମ ସର୍ବ ଭାରତୀୟ ୱାଇ ଏମ ସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଦ୍ୱିତୀୟ ସେମି ଫାଇନାଲ ରେ ଇଷ୍ଟ କୋଷ୍ଟ ରେଳୱେ ଖୋର୍ଦ୍ଧା ଓ ସେରସା ବିଳାସପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଇଷ୍ଟ କୋଷ୍ଟ ରେଳୱେ ଖୋର୍ଦ୍ଧା ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭର ଖେଳି ୮ ୱିକେଟ ହରାଇ ୧୬୯ ରନ କରିଥିଲେ। ବିଜୟ ପାଇଁ ୧୭୦ ରନ ର ପିଛା କରି ସେରସା ବିଳାସପୁର ଦଳ ୧୭ ଓଭର ୨ ବଳ ଖେଳି ଦୁଇ ୱିକେଟ ହରାଇ ୧୭୪ ରନ କରି ୮ ୱିକେଟ ରେ ବିଜୟୀ ହୋଇଛି। ଆଜିକାର ଖେଳରେ ମେନ୍ ଅଫ ଦ ମ୍ୟାଚ ମୋହିତ ରାଉତ ଓ ପୱନ୍ ପରନାତେ ଙ୍କୁ ମିଳିତ ରୂପେ ଦିଆ ଯାଇଥିଲା। ଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମ ସାଗର ମହାନନ୍ଦ, ଗୋପାଳ ସାହୁ, ସଞ୍ଜୟ ପୁରୋହିତ, ରବି ମଙ୍ଗରାଜ ଉପସ୍ଥିତ ଥିବା ବେଳେ ପୁରସ୍କାର ବିତରଣି ଉତ୍ସବ ରେ ସୁକାନ୍ତ ଗରଡିଆ ଏସଡିଓ, ଆର ଏଣ୍ଡ ବି , ରାଜୁ ବହିଦାର,ପ୍ରଦୀପ ରାଉତ,ବିଭୁଦତ୍ତ ମିଶ୍ର ଓ ପ୍ରକାଶ ସାହୁ ଉପସ୍ଥିତ ଥିଲେ। ଆମ୍ପାୟର ଅମିୟ ସାହୁ ଓ ବିସମ୍ଭର ସହୁ ଖେଳ ପରିଚାଳନା କରିଥିଲେ ସ୍କୋରର ରୁପେ ଅଂଶୁମାନ ଗୁପ୍ତା ଓ ଶୈଳେଶ ଶତପଥୀ କାର୍ଯ୍ୟ ତୁଲେଇ ଥିବା ବେଳେ ଧାରା ବିବରଣୀ ଶୁଣାଇ ଥିଲେ ପୁନିତ ରାଉତ,ମୁକେଶ ସହିଶ ଓ ଜୟକିଶାନ ସୁନାନୀ। ଆସନ୍ତା କାଲି ରବିବାର ଫାଇନାଲ ଖେଳ ଆୟୋଜକ ୱାଇଏମସି ନୂଆପଡା ଓ ସେରସା ବିଳାସପୁର ଦଳ ମଧ୍ୟରେ ଅନୁଷ୍ଠିତ ହେବ ।