ନୂଆପଡା – ୭/୧(ସୁରେନ୍ଦ୍ର ତିୱାରୀ) ୩୩ତମ ସର୍ବ ଭାରତୀୟ ୱାଇ.ଏମ.ସି. କପ କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଦ୍ଵିତୀୟ ଦିବସ। ପ୍ରାତଃ ଶମ୍ଭୁ ପ୍ରସାଦ ଗୁପ୍ତା,ଟୁଲୁ ପାଢ଼ୀ,ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବୁଲୁ ପାଣିଗ୍ରାହୀ ଅତିଥି ଭାବେ ଯୋଗଦାନ କରି ଜାତୀୟ ସଙ୍ଗୀତ ଗାନ ପରେ ଅତିଥିମାନେ ଫରେଷ୍ଟ ଭିଲାଇ ଓ ରାଇଜିଂ ଷ୍ଟୁଡେଣ୍ଟ୍ କଟକ ସହ ପରିଚୟ ପ୍ରଦାନ କରି ଖେଳ ପ୍ରାରମ୍ଭ କରିଥିଲେ। ପ୍ରଥମେ ଟସ୍ ଜିତି କଟକ ନିର୍ଦ୍ଧାରିତ ୩୦ ଓଭର ରେ ୧୮୪/୭. ଫରେଷ୍ଟ ଭିଲାଈ ର ନମନ୍ ଧ୍ରୁବ ୬ ଓଭର ୨୬ ରନ ୪ ୱିକେଟ, ଶୁଭମ୍ ମହରକାର ୬ ଓଭର ୩୭/୨ ୱିକେଟ।କଟକ ଦଳ ର ପ୍ରତ୍ୟୁଷ ପ୍ରଧାନ ୫୪ , ଗିରିଜା ବାରିକ ୨୭, ଜାମଲl ଭଞ୍ଜନ୨୬, ଅଭିଳାଷ ଓ ଅଙ୍କିତ ୧୯, କେ ଜି କ୍ରିଷ୍ଣା ୨୧ ରନ ସଂଗ୍ରହ କରିଥିଲେ।୧୮୫ ରନର ବିଜୟ ଲକ୍ଷ୍ୟ ଫରେଷ୍ଟ ଭିଳାଇ ୧୭୫/୬ ରନ୍ ସଂଗ୍ରହ କରି ୯ ରେ ହାରି ଟୁର୍ଣ୍ଣାମେଣ୍ଟ ରୁ ବିଦାୟ ନେଲେ। ଫରେଷ୍ଟ ଦଳ ପକ୍ଷରୁ ସ୍ଵlସ୍ତିକ ପଟ୍ୱା ୬୧/୭୭ ବଲ ୩ ଟି ୬ ଓ ୪ ଟି ୪ ମାରିଥିଲେ, ଦେବବ୍ରତ ରାଇ ୫୦/୪୮ ବଲ ୭ ଟି୪,ଆୟୁଷ ୨୨ ଓ ବ୍ରଜେସ ୨୧ ରନ୍ କରିଥିଲେ। କଟକ ଦଳରୁ ମହମ୍ମଦ ଦାନିସ ୬ ଓଭର ୪୫ ରନ୍ ୩ ୱିକେଟ,ଜମଲା ୬ ଓଭର ୪୩ ରନ୍ ୨ ୱିକେଟ୍ ନେଇଥିଲେ। ମେନ୍ ଅଫ ଦି ମେଚ ର ବିଜେତା କଟକ ଦଳ ର ପ୍ରତ୍ୟୁଷ ପ୍ରଧାନ ଙ୍କୁ ଟଙ୍କଧର ସାହୁ ମହାମାୟା ର ନିର୍ଦ୍ଦେଶକ ପ୍ରଦାନ୍ କରିଥିଲେ। ଆଜି କା ର ମ୍ୟାଚ ରେ ସ୍କୋରର ଅଂଶୁମାନ ଗୁପ୍ତା,ଧାରାବିବରଣି ଉମେଶ ଓ ଜୟକିସନ, ଆମ୍ପାୟର ଚୂଡାମଣି ପାଢୀ ଓ ନାରାୟଣ ମେହେର ପରିଚାଳନା କରିଥିଲେ ।