Odisha news

ଜିଲ୍ଲା ର ରାଜସ୍ୱ ବୃଦ୍ଧି ପାଇଁ ଉଦ୍ୟମ କରନ୍ତୁ : ରାଜସ୍ବ ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

0
ନୂଆପଡ଼ା-୭/୧(ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ବ ଅଧିକାରୀ ମାନଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ମହାଦେବ ବଡ଼ାଇକ, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଡେପୁଟୀ କଲେକ୍ଟର ଡ଼ଃ ସବ୍ୟସାଚୀ ସାହୁ, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ବିଭାଗର ଯନ୍ତ୍ରୀ, ଖଣି ଅଧିକାରୀ, ଅବକାରୀ ଅଧିକ୍ଷକ, ସବ ରେଜିଷ୍ଟ୍ରାର,ଆରଟିଓ, ସମସ୍ତ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ l ବୈଠକ କୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେଯେ ସମସ୍ତ ଅଧିକାରୀ  ବିଭିନ୍ନ ବିଭାଗ ଉତ୍ସରୁ ଜିଲ୍ଳାର ରାଜସ୍ବ ବୃଦ୍ଧି ପାଇଁ ଧ୍ୟାନ ଦିଅନ୍ତୁ l କୋର୍ଟ କେସ ଗୁଡିକ ସଠିକ ଭାବରେ ପରିଚାଳନା କରନ୍ତୁ l ତହସିଲଦାର ମାନେ ଜାନୁୟାରୀ ୨୬ ତାରିଖ ସୁଦ୍ଧା ସମସ୍ତ ବାସହୀନ ମାନଙ୍କୁ ସରକାରୀ ନିୟମ ଅନୁସାରେ ଘର ଡିହ ପଟ୍ଟା ପ୍ରଦାନ କରିବେ lଜିଲ୍ଲାର ସମସ୍ତ ଖଣି ଖାଦାନ ବାଲି ମୋରମ ପଥର ରୁ ନିୟମିତ ରାଜସ୍ବ ସଂଗ୍ରହ ହେଵ l ଅବକାରୀ, ପରିବହନ, ଜିଏସଟି ବିଭାଗ ମଧ୍ଯ ସେମାନଙ୍କ  ଧାର୍ଯ୍ୟ ରାଜସ୍ବ ଲକ୍ଷ୍ୟ ପୂରଣ ପାଇଁ ବାରମ୍ବାର ଏନଫୋର୍ସମେଣ୍ଟ ଜାରି ରଖିବେ l ଆସନ୍ତା ମାସରୁ ଉତ୍ତମ ଦକ୍ଷତା ପ୍ରଦର୍ଶନ କରିଥିବା ଅଧିକାରୀ ମାନଙ୍କୁ ସମ୍ମାନୀତ କରାଯିବ l
Leave A Reply